ଗ୍ରାମ୍ୟ ଜଳଯୋଗାଣ କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ଗ୍ରାମାଞ୍ଚଳରେ ସପ୍ତାହେ ହେଲା ଜଳଯୋଗାଣ ବାଧାପ୍ରାପ୍ତ ହୋଇଥିବାବେଳେ ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଲେ ବ୍ଲକ ପ୍ରଶାସନ।
ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ଦରମା, ଭତ୍ତା, ସ୍ଥାୟୀ ନିଯୁକ୍ତି ଓ ବୀମାଭୁକ୍ତ କରିବା ଦାବିରେ ୨୦ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ନିଜର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସେମାନେ କାର୍ଯ୍ୟବନ୍ଦ କରିଛନ୍ତି। ଯାହା ଫଳରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ଗ୍ରାମାଞ୍ଚଳରେ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ବ୍ଲକର ୨୬ଟି ପଞ୍ଚାୟତରେ ସମୁଦାୟ ୫୭ ଗୋଟି ବସୁଧା ପ୍ରକଳ୍ପ ଥିବାବେଳେ ୬୭ ଜଣ ଜଳ ଯୋଗାଣ କର୍ମଚାରୀ ଓ ପମ୍ପ ଡ୍ରାଇଭର ରହିଛନ୍ତି। ତେବେ ଦୀର୍ଘବର୍ଷ ଧରି ସେମାନେ ଦାବି କରୁଥିବା ସତ୍ତ୍ବେ ସେମାନଙ୍କ ଦାବି ପୂରଣ ହେଉନାହିଁ। ଏହାକୁ ନେଇ ରାଜ୍ୟ ସଂଘର ଡାକରାରେ ଜଳ ଯୋଗାଣ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଗ୍ରୀଷ୍ମଋତୁ ପାଖେଇ ଆସୁ ଥିବାବେଳେ ବ୍ଳକର ଗ୍ରାମାଞ୍ଚଳରେ ଜଳକଷ୍ଟ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଏହି ସମୟରେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ପଞ୍ଚାୟତ ସମିତି ବୈଠକରେ ସଭ୍ୟାସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିବାବେଳେ ଜଳ ଯୋଗାଣକୁ ଗୁରୁତର ସହିତ ନେଇଛି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ। ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ବ୍ଲକର ସମସ୍ତ ପଞ୍ଚାୟତକୁ ଜଳଯୋଗାଣ ପାଇଁ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଦଶମତ ମାଝୀ ବ୍ଲକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ପାନୀୟ ଜଳଯୋଗାଣ ବ୍ୟବସ୍ଥାକୁ ନିୟମିତ କରିବାକୁ ପଦକ୍ଷେପ ନେଉଥିବା ଜଣାପଡ଼ିଛି। ଆଜି ସୁଦ୍ଧା ବ୍ଲକର କିଛି ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ସ୍ବାଭାବିକ ହୋଇଥିବାବେଳେ ଅନ୍ୟ ସବୁ ପଞ୍ଚାୟତରେ ଆଗାମୀ କିଛି ଦିନରେ ପାନୀୟ ଜଳ ଯୋଗାଣ ସ୍ବାଭାବିକ ହୋଇଯିବ ବୋଲି ବିଡିଓ ପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri