୧୩ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦୁଝର,୨୮।୩(ସ୍ବ.ପ୍ର.): କେନ୍ଦୁଝରରେ ଏବିଭିପି ପକ୍ଷରୁ ୧୩ ଦଫା ଦାବି ନେଇ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟଙ୍କ ଆଗରେ ଧାରଣା ଦେଇଥିବା ସୂଚନା ମିଳିଛି। ବିଭିନ୍ନ ଦାବି ମଧ୍ୟରୁ କଲେଜରେ ଖାଲି ଥିବା ଅଧ୍ୟାପକ ପଦବୀ ପୂରଣ, ସେମିଷ୍ଟାର ପରୀକ୍ଷାଫଳ ୪୫ ଦିନରେ ପ୍ରକାଶ କରିବା, କଲେଜ ମାନଙ୍କ ଜମି କଲେଜ ନାମରେ କରିବା, ଫି’ ନିୟନ୍ତ୍ରଣ, କ୍ରୀଡା, ଜନଜାତି ଓ କୃଷି ବିଶବିଦ୍ୟାଳୟ ପ୍ରତିଷ୍ଠା, ଅଣଛାତ୍ରଙ୍କୁ କଲେଜ ପ୍ରବେଶ ନିଷେଧ, ଇସ୍ପାତ କାରଖାନା ପ୍ରତିଷ୍ଠା, ଖଣି ଖାଦାନରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆଦି ଦାବି ରହିଛି।