ଶାଶୁଘର ଦୁଆରେ ବୋହୂଙ୍କ ଧାରଣା

ଡେରାବିଶ,୩ା୧୨(ସ୍ବ.ପ୍ର.): ଶାଶୁ ଘର ଦୁଆରେ ବୋହୂଙ୍କ ଧାରଣା ଏବେ ଡେରାବିଶ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେଉଛି ା ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଡେରାବିଶ ଥାନା କୁରୁଜଙ୍ଗା ପଞ୍ଚାୟତ ମହେଶପୁର ଗ୍ରାମର ସୁବାସ ଚନ୍ଦ୍ର ସାମଲଙ୍କ ଘର ଦୁଆର ମୁହଁରେ ସ୍ତ୍ରୀ ସୋନାଲି ବନ୍ଦୁ ନାୟକ ଧାରଣା ଦେଇଛନ୍ତି ା ସେ ବୋହୂର ମର୍ଯ୍ୟାଦା ଦାବି କରି ଧାରଣାରେ ବସିଥିବା ବେଳେ ଶାଶୁଘର ଲୋକମାନେ ଏହାକୁ ଅସ୍ବୀକାର କରିଛନ୍ତି ା ବୋହୂ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିବାରୁ ସୋନାଲି ଡେରାବିଶ ଥାନାରେ ଏସମ୍ପର୍କରେ ଅଭିଯୋଗ ପାଇଁ ଅପରାହ୍ନରେ ଯାଇଛନ୍ତି ା
ସୋନାଲିଙ୍କ ଅଭିଯୋଗ ମୁତାବକ ସେ ଗତ ଜୁଲାଇ ୮ରେ ସୁବାସଙ୍କୁ ବିବାହ କରିଥିଲେ ା ତାଙ୍କର ଶରୀର ଅସୁସ୍ଥ ହେବାରୁ ଶାଶୁଘର ଲୋକ ଚିକିତ୍ସା ବ୍ୟବସ୍ଥା କରି ନ ଥିଲେ ା ଫଳରେ ଗ୍ରାମବାସୀ ଅଗଷ୍ଟ ୨୮ରେ ବସି ଏସମ୍ପର୍କରେ ଏକ ନିଷ୍ପତ୍ତି ନେଇଥିଲେ ା ସେହି ନିଷ୍ପତ୍ତି ଅନୁଯାୟୀ ଗୋଲରହାଟ ଗ୍ରାମର ଭିଣୋଇ ରଞ୍ଜନ କୁମାର ପ୍ରଧାନଙ୍କୁ ଚିକିତ୍ସା ଦାୟିତ୍ୱ ଦିଆଯାଇଥିଲା ା ଏଥିସହିତ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଭିଣୋଇ ଘରେ ସୁବାସ ରହିବ ବୋଲି ନିଷ୍ପତ୍ତି ହୋଇଥିଲା। ସେହିପରି ଚିକିତ୍ସାର ୨ମାସ ପରେ ଶାଶୁଘରକୁ ଫେରିବାକୁ ରାଜିନାମାରେ ଉଲ୍ଲେଖ ହୋଇଥିଲା ା ତେବେ ସ୍ବାମୀ ସୁବାସ ୨୮ ତାରିଖରୁ ଭିଣୋଇ ଘରେ ଛାଡି ଆସିବା ପରେ ଆଉ ଯାଇ ନ ଥିଲେ ା ସୁସ୍ଥ ହେବା ପରେ ପୂର୍ବାହ୍ନରେ ଶାଶୁ ଘରକୁ ଆସିଥିବା ବେଳେ ପରିବାର ସଦସ୍ୟ ଘରେ ପୁରାଇ ଦେଇ ନ ଥିବା ସୋନାଲି କହିଛନ୍ତି ା ଅପରପକ୍ଷକ୍ଷେ ଟେଲିଫୋନ ଯୋଗେ ସୁବାସ କହିଛନ୍ତି, ସୋନାଲି ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ ା ବିବାହ ପରଠାରୁ ଘରେ ଅଶାନ୍ତି ସୃଷ୍ଟି କରୁଥିଲା। ଚିକିତ୍ସା ପାଇଁ ତାଙ୍କ ଭିଣୋଇ ରଞ୍ଜନ ନେଇଛନ୍ତି ା ସୋନାଲି ସୁସ୍ଥ ହେବାର ପ୍ରମାଣ ପତ୍ର ଡାକ୍ତରଙ୍କ ଆଣିବା ପରେ ସ୍ତ୍ରୀ ଭାବେ ଗ୍ରହଣ କରିବାରେ ଅସୁବିଧା ନାହିଁ ା