ଭଞ୍ଜନଗର,୯।୭(ବାବୁଲା ପ୍ରଧାନ)-ବିଭିନ୍ନ ଦାବି ନେଇ ଓଡ଼ିଶା ରାଜସ୍ବ ଅମଲା ସଂଘ ଗତ ୭ ତାରିଖରୁ କଳାବ୍ୟାଚ ପିନ୍ଧି ଆନ୍ଦୋଳନ ଚଳାଇଛି। ଏହି ଆନ୍ଦୋଳନ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୩ ତାରିଖ ସୁଦ୍ଧା ସରକାର ଦାବିଗୁଡ଼ିକ ପୂରଣ ନ କଲେ ୧୪ରୁ କଲମ ଛାଡ ଆନ୍ଦୋଳନ କରିବେ। ଉକ୍ତ ଆନ୍ଦୋଳନରେ ଭଞ୍ଜନଗର ଉପଖଣ୍ଡ ରାଜସ୍ବ ଅମଲା ସଂଘ ମଧ୍ୟ ସାମିଲ ହୋଇଛି। ତେଣୁ ସଙ୍ଘର କର୍ମକର୍ତ୍ତା୍ମାନେ ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଦାବିଗୁଡ଼ିକ ହେଲା ରାଜସ୍ବ ଅମଲାଙ୍କ ମୂଳ ଦରମା ଓଆରଏସପି-୨୦୧୭ ନିୟମ ଅନୁଯାୟୀ ଲେବେଲ-୯ କୁ ବୃଦ୍ଧି,ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ, କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା, ପୁନଃ ଥଇଥାନ ଯୋଜନା ନିୟମାବଳୀ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣଙ୍କୁ ଯୋଗ୍ୟତା ଭିଭିରେ ନିଯୁକ୍ତି, ଓଡ଼ିଶା ରାଜସ୍ବ ସେବା ପଦ୍ଧତିରେ ରାଜସ୍ବ ଅମଲାଙ୍କୁ ଶତ ପ୍ରତିଶତ ପଦୋନ୍ନତି, ନୂତନ ପେନସନ ଯୋଜନାକୁ ରଦ୍ଦ କରି ପୁରାତନ ପେନଶନ ଯୋଜନା କାର୍ଯ୍ୟକାରୀ କରାଯିବା ପ୍ରମୁଖ ଦାବି ଅନ୍ତର୍ଭୁକ୍ତ। ଉକ୍ତ ଆନ୍ଦୋଳନରେ ଉପଖଣ୍ଡର ସମସ୍ତ ସଭ୍ୟା ସଭ୍ୟ ସାମିଲ ହୋଇ ଆନ୍ଦୋଳନ ଚଳାଇଛନ୍ତି।


