Posted inଜାତୀୟ

ଟ୍ରାଫିକ୍‌ ନିୟମ କଡ଼ାକଡ଼ି: ଇ-ଚାଲାଣ ପୈଠ ନ କଲେ ଡ୍ରାଇଭିଂ ଲାଇସେନ୍ସ ହେବ ଜବତ

ନୂଆଦିଲ୍ଲୀ,୩୧ା୩:ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଘଟଣାରେ ଦଣ୍ଡସ୍ବରୂପ ଯେତିକି ଇ-ଚାଲାଣ କଟାଯାଉଛି, ତା’ର ମାତ୍ର ୪୦ ପ୍ରତିଶତ ଦେୟ ଆଦାୟ ହେଉଥିବା ଜଣାପଡ଼ିଛି। ଅନେକ ନିୟମ ଉଲ୍ଲଂଘନକାରୀ ଜରିମାନା ରାଶି ଭରୁନାହାନ୍ତି। ତେଣୁ ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଟ୍ରାଫିକ୍‌ ନିୟମ ପାଳନକୁ କଡ଼ାକଡ଼ି କରିବାକୁ ଯାଉଛନ୍ତି। ତଦନୁଯାୟୀ, ୩ ମାସ ମଧ୍ୟରେ ଟ୍ରାଫିକ୍‌ ଇ-ଚାଲାଣ (ଜରିମାନା) ପୈଠ ନ କଲେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌)କୁ ସ୍ଥଗିତ ରଖାଯିବ। ଲାଲ୍‌ବତିକୁ ଅତିକ୍ରମ କରିଯିବା କିମ୍ବା ବିପଜ୍ଜନକ ଡ୍ରାଇଭିଂ ପାଇଁ ଗୋଟିଏ ଆର୍ଥତ୍କ ବର୍ଷରେ ୩ ଥର ଚାଲାଣ କଟାଯାଇଥିଲେ, ଲାଇସେନ୍ସକୁ ଅନୂ୍ୟନ ୩ ମାସ ପାଇଁ ଜବତ କରାଯିବ। ଯଦି ଜଣେ ଡ୍ରାଇଭର ପୂର୍ବ ଆର୍ଥତ୍କ ବର୍ଷରୁ ଅନୂ୍ୟନ ୨ଟି ଚାଲାଣ ପୈଠ ନ କରି ଅଟକାଇ ରଖିଥିବେ, ତେବେ ତାଙ୍କ ଉପରେ ଅଧିକ ବୀମା ପ୍ରିମିୟମ୍‌ ଲଗାଯିବ।
କେନ୍ଦ୍ରୀୟ ମୋଟର ଯାନ ଆଇନର ବ୍ୟବସ୍ଥା ଅନୁଯାୟୀ ଇଲେକ୍ଟ୍ରୋନିକ ପର୍ଯ୍ୟବେକ୍ଷଣ କାର୍ଯ୍ୟକାରିତା ସମ୍ପର୍କିତ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ୨୩ ରାଜ୍ୟ ଓ ୭ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେବା ପରେ ସରକାର ଆଇନ ପାଳନକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ଆଇନର ଧାରା ୧୩୬ଏ ଅନୁଯାୟୀ, ଉତ୍ତମ ଟ୍ରାଫିକ ପରିଚାଳନାକୁ ସୁନିଶ୍ଚିତ କରାଇବା ଏବଂ ଟ୍ରାଫିକ୍‌ ଆଇନର କାର୍ଯ୍ୟକାରିତା ପାଇଁ ସିସିଟିଭି କ୍ୟାମେରା, ଅଟୋମେଟିକ୍‌ ନମ୍ବର ପ୍ଲେଟ୍‌ ଚିହ୍ନଟ ବ୍ୟବସ୍ଥା, ସ୍ପିଡ୍‌ ଗନ୍‌, ଶରୀରରେ ପିନ୍ଧାଯାଇପାରୁଥିବା କ୍ୟାମେରା ଆଦି ଉନ୍ନତ ପ୍ରଯୁକ୍ତି ବ୍ୟବହାର କରାଯାଇପାରିବ।
ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଦିଲ୍ଲୀରେ ଇ-ଚାଲାଣ ଜରିଆରେ ସର୍ବନିମ୍ନ ୧୪ ପ୍ରତିଶତ ଜରିମାନା ଆଦାୟ ହୋଇଥିବା ଜଣାପଡ଼ିଛି। କର୍ନାଟକରେ ଇ-ଚାଲାଣ ଜରିଆରେ ଜରିମାନା ଆଦାୟ ପରିମାଣ ୨୧ ପ୍ରତିଶତ ରହିଥିତ୍ବାବେଳେ ତାମିଲନାଡୁ ଓ ଉତ୍ତରପ୍ରଦେଶରେ ୨୭%, ଓଡ଼ିଶାରେ ୨୯% ରହିଛି। ଅନ୍ୟପକ୍ଷରେ ରାଜସ୍ଥାନ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ହରିୟାଣାରେ ଜରିମାନା ଆଦାୟ ହାର ୬୨ରୁ ୭୬ ପ୍ରତିଶତ ରହିଛି। ତଥ୍ୟରୁ ଆହୁରି ଜଣାପଡ଼ିଛି, ଯେଉଁମାନେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି, ପୋଲିସ୍‌ ଲଗାଇଥିବା ଜରିମାନା ଉପରେ ସେମାନଙ୍କୁ ପାଖାପାଖି ୮୦ ପ୍ରତିଶତ ଛାଡ଼ ମିଳିଛି।
ଜନସାଧାରଣ ଜରିମାନା ତୁରନ୍ତ ପୈଠ ନ କରିବାର ଅନେକ କାରଣ ରହିଛି। ସେଗୁଡ଼ିକ ହେଲା, ଚାଲାଣ କଟାଯାଇଥିବା ନେଇ ବିଳମ୍ବରେ ସତର୍କ ସୂଚନା ଆସିବା ଏବଂ ତ୍ରୁଟିପୂର୍ଣ୍ଣ ଚାଲାଣ। ଏଥିରେ ସୁଧାର ଆଣିବା ପାଇଁ ସରକାର ଏକ ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଆଣିବାକୁ ଯାଉଛନ୍ତି, ଯେଉଁଥିରେ କ୍ୟାମେରା ସମ୍ପର୍କିିତ ସୂଚନା ରହିବା ସହ ବକେୟା ଚାଲାଣ ସମ୍ପର୍କରେ ସତର୍କ କରାଇବ। ଜରିମାନା ପୈଠ ହେପା ପର୍ଯ୍ୟନ୍ତ ପ୍ରତି ମାସରେ ଗାଡ଼ି ମାଲିକ କିମ୍ବା ଡ୍ରାଇଭରଙ୍କ ପାଖକୁ ବାରମ୍ବାର ଆଲର୍ଟ ପଠାଯିବ। ଉଦାହରଣ ସ୍ବରୂପ, ୩ ଦିନ ମଧ୍ୟରେ ଡ୍ରାଇଭର କିମ୍ବା ଗାଡ଼ି ମାଲିକଙ୍କ ପାଖକୁ ଇ-ଚାଲାଣ ନୋଟିସ୍‌ ଯିବ। ନୋଟିସ୍‌ ପାଇବାକୁ ଥିବା ବ୍ୟକ୍ତି ଏହାକୁ ଗ୍ରହଣ କରିବା ସହ ୩୦ ଦିନ ମଧ୍ୟରେ ଏହାକୁ ପୈଠ କରିବେ କିମ୍ବା ସମ୍ପୃକ୍ତ ଆପତ୍ତି ଅଭିଯୋଗ କର୍ତ୍ତୃପକ୍ଷଙ୍କ ନିକଟରେ ଚ୍ୟାଲେଞ୍ଜ କରିବେ। ୩୦ ଦିନ ମଧ୍ୟରେ ଏହା ନ କଲେ, ତ୍ରୁଟିକୁ ଆପଣ ଗ୍ରହଣ କଲେ ବୋଲି ଧରାଯିବ। ୯୦ ଦିନ ମଧ୍ୟରେ ଜରିମାନା ପୈଠ ନ କଲେ ଏହା ପୈଠ ହେବା ପର୍ଯ୍ୟନ୍ତ ଡିଏଲ୍‌ କିମ୍ବା ରେଜିଷ୍ଟ୍ରେଶନ ସାର୍ଟିଫିକେଟ ସ୍ଥଗିତ ରହିବ।

 


Enter your email to get our daily news in your inbox.

All Right Reserved By Dharitri.Com

ତାବରସାହି ଜଙ୍ଗଲରୁ ୨୫ ଲକ୍ଷର ଗଞ୍ଜେଇ ଜବତ, ଗୋଡ଼ାଇ ଗୋଡ଼ାଇ ବାନ୍ଧିଲା ପୋଲିସ

ମୋହନା,୫ା୮(ମନ୍ମଥ ମିଶ୍ର): ଗଜପତି ଜିଲା ରା.ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲାର ପର୍ଦ୍ଦାଫାଶ କରିଛି । ୨୫୧ କିଲୋଗ୍ରାମ ୨୦୦ ଗ୍ରାମ…

୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ

ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି)…

ମୁମ୍ବାଇରେ ଶ୍ରମିକଙ୍କ ମୃତ୍ୟୁ, ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ, କାନ୍ଦବୋବାଳିରେ…

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର- ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ୨ୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ…

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

ଦାରିଙ୍ଗବାଡ଼ିରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି, ଜରିମାନା ବାବଦକୁ ଆଦାୟ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୁଧବାର ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚରେ ମୋଟ୍‌…

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ମରିବି ପଛେ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri