କଠୋର ଦଣ୍ଡ ବ୍ୟବସ୍ଥା ଲୋଡ଼ା

ଭୁବନେଶ୍ୱର, ୨୨ା୨(ବ୍ୟୁରୋ):ରାଜ୍ୟରେ ଅନ୍ଧବିଶ୍ୱାସ ଜନିତ ହତ୍ୟା ଏବଂ ନିର୍ଯାତନା ଘଟଣା ବୃଦ୍ଧି ପାଉଛି। ବିଶେଷ କରି ମହିଳାଙ୍କ ବିରୋଧରେ ଏହି ଅପରାଧ ଅଧିକ। କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ମାଲକାନଗିରି, ଗଜପତି, ଗଞ୍ଜାମ ଭଳି ଜିଲାରେ ଏଭଳି ଘଟଣା ଅଧିକାଂଶ ଘଟୁଥିବା ଓଡ଼ିଶା ମହିଳା ଆୟୋଗ ପକ୍ଷରୁ ଗତ ଡିସେମ୍ବରରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟର ୩୦ ଜିଲାର ୧୦୨ ଡାହାଣୀ ଶିକାର ମାମଲାକୁ ଆଧାର କରି ‘ଆକ୍ସନ ଏଡ୍‌’ ଏବଂ ଓଡ଼ିଶା ରାଜ୍ୟ ମହିଳା କମିଶନ ପକ୍ଷରୁ ‘ଓ୍ବିଚ୍‌ ହଣ୍ଟିଂ ଇନ୍‌ ଓଡିଶା’ ନାମରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଅଧିକାଂଶ ଡାହାଣୀ ଶିକାର ସମ୍ପର୍କିତ ମାମଲା ସ୍ବାସ୍ଥ୍ୟ ସମ୍ବନ୍ଧିତ ବୋଲି ଜଣାପଡ଼ିଛି। ଶିକ୍ଷା ଓ ସଚେତନତା ଅଭାବରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରାୟତଃ ଏଭଳି ଘଟଣା ଦେଖିବାକୁ ମିଳୁଛି। କେନ୍ଦୁଝର ଜିଲାରେ ସର୍ବାଧିକ ଡାହାଣୀ ଶିକାର ଜନିତ ମାମଲା ହୋଇଥିବା ଜଣାପଡ଼ିଛି। କୋହଳ ଦଣ୍ଡ ବ୍ୟବସ୍ଥା ଏବଂ ସଚେତନତା ଅଭାବରୁ ଏଭଳି ଘଟଣା ଘଟୁଛି ବୋଲି କୁହାଯାଉଛି।
ରିପୋର୍ଟ ଅନୁସାରେ, ଡାହାଣୀ ସନ୍ଦେହରେ ଆକ୍ରମଣ ଘଟଣାଗୁଡ଼ିକ ମଧ୍ୟରୁ ୨୭% ପିଲାଙ୍କ ଦେହ ଖରାପ ଯୋଗୁ, ୪୩.୫% ପରିବାରର ବୟସ୍କ ବ୍ୟକ୍ତିଙ୍କ ଦେହ ଅସୁସ୍ଥ, ୨୪.୫% ଅଭାବନୀୟ ଓ ଜମି ହଡ଼ପ ଏବଂ ୫% ଫସଲ ଖରାପ ଯୋଗୁ ଘଟୁଛି। ଏହାଛଡ଼ା ଜାତୀୟ ଆପରାଧିକ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଅନ୍ଧବିଶ୍ୱାସ ଓ ଗୁଣିଗାରେଡିରୁ ହେଉଥିବା ହତ୍ୟା ମାମଲାରେ ପ୍ରଥମରେ ଝାଡ଼ଖଣ୍ଡ ରାଜ୍ୟ ରହିଥିବାବେଳେ ଓଡ଼ିଶା ୨ୟ ସ୍ଥାନରେ ରହିଛି। ଏନ୍‌ସିଆର୍‌ବିର ତଥ୍ୟ ଅନୁସାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ୨୦୦୦ରୁ ୨୦୧୬ ମଧ୍ୟରେ ୨,୪୬୮ ହତ୍ୟା ମାମଲା ରୁଜୁ ହୋଇଛି। ସେଥିରୁ ଅଧିକାଂଶ ସନ୍ଦେହ ଏବଂ ମହିଳା ନିର୍ଯାତନା ସମ୍ପର୍କିତ ବୋଲି ଜଣାପଡ଼ିଛି। ୨୦୧୬ରେ ୧୩୪ଜଣଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିଲା। ସେଥିରୁ ଅଧିକାଂଶ ସ୍ବାସ୍ଥ୍ୟ ସମସ୍ୟା, ପରିବାରର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା କିମ୍ବା ସାମ୍ପ୍ରଦାୟିକ କାରଣରୁ ରୋଷ ରଖି ହତ୍ୟା କରାଯାଇଥିବା ଜଣାପଡ଼ିଛି। ୨୦୧୬ରେ ଓଡ଼ିଶାରେ ଡାହାଣୀ ସନ୍ଦେହରେ ୨୫ଟି, ୨୦୧୭ ଏବଂ ୨୦୧୮ରେ ୧୮ଟି ଲେଖାଏ ଏବଂ ୨୦୧୯ରେ ୧୯ ହତ୍ୟା ମାମଲା ରୁଜୁ ହୋଇଛି। ୨୦୨୦ରେ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ କାଳନ୍ଦା ଗ୍ରାମରେ ପିଲାଙ୍କୁ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ପୁତୁରା ଶ୍ରୀକାନ୍ତ ଦେହୁରୀ ନିଜ ପିଇସି ରାଇବାରୀ ଦେହୁରୀଙ୍କୁ ହତ୍ୟା କରିଥିଲେ। ସାମାଜିକ, ଆର୍ଥିକ, ଲିଙ୍ଗଗତ ଅସମାନତା ଏବଂ ସ୍ବାସ୍ଥ୍ୟ ସେବା ଅଭାବ, ନିରକ୍ଷରତା ଏହି ଘଟଣାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।
ଏ ସମ୍ପର୍କରେ ଓଡ଼ିଶା ରାଜ୍ୟ ମହିଳା ଆୟୁକ୍ତ ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି, ରାଜ୍ୟର ଅନୁନ୍ନତ ଅଞ୍ଚଳରେ ବିଶେଷ ଭାବରେ ଏହି ଘଟଣା ସବୁ ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳରେ ରହିଥିବା ସ୍ବଚ୍ଛଳ ବର୍ଗ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କ ଉପରେ ଅତ୍ୟାଚାର କରିବା ଉଦ୍ଦେଶ୍ୟରେ ଏଭଳି ପନ୍ଥା ଆପଣାଉଛନ୍ତି। ଗଜପତିରେ ଗତ ଜାନୁୟାରୀ ମାସରେ ଘଟିଥିବା ଏକ ଘଟଣାକୁ ଉଦାହରଣ ଦେଇ ସେ କହିଛନ୍ତି ଯେ, ଗୋଟିଏ ପରିବାରର ସ୍ବଚ୍ଛଳ ଜୀବନଯାପନରେ ଈର୍ଷାନ୍ବିତ ହୋଇ କେତେକ ଗ୍ରାମବାସୀ ଡାହାଣୀ ଆଖ୍ୟା ଦେଇ ଜଣେ ଲୋକଙ୍କ ଘର ଭାଙ୍ଗି ଦେଇଥିଲେ। ଫଳରେ ଲୋକଙ୍କ ଦୌରାତ୍ମ୍ୟ ସହି ନ ପାରି ଉକ୍ତ ପରିବାର ଗଁା ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ରାଜ୍ୟରେ ଅନ୍ଧବିଶ୍ୱାସ ଏବଂ ଗୁଣି ଗାରେଡ଼ି ଯୋଗୁ ଅପରାଧ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଓଡିଶା ଡାହାଣୀ ଶିକାର ନିରୋଧ ଆଇନ୍‌, ୨୦୧୩ ଆଣିଥିଲେ। ଏହି ଆଇନରେ ଅଭିଯୁକ୍ତଙ୍କ ପାଇଁ ସର୍ବନିମ୍ନ ୩ବର୍ଷ ଏବଂ ୧ହଜାର ଟଙ୍କା ଜରିମାନା କିମ୍ବା ଉଭୟର ବ୍ୟବସ୍ଥା ରହିଛି। ହେଲେ ଏହି ଦଣ୍ଡ ବ୍ୟବସ୍ଥା ପର୍ଯ୍ୟାପ୍ତ ହେଉ ନ ଥିବାରୁ ଅଭିଯୁକ୍ତମାନେ ଅପରାଧ କରିବାକୁ ଭୟ କରୁ ନାହାନ୍ତି। ତେଣୁ ଆଇନରେ କଠୋର ଦଣ୍ଡ ବିଧାନ ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରାଯାଇଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଧିକ ସଚେତନତା ଆବଶ୍ୟକ ରହିଛି ବୋଲି ବେହେରା କହିଛନ୍ତି।
ଏସମ୍ପର୍କରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ବିପିନ ବିହାରି ମିଶ୍ର କହିଛନ୍ତି, ଶିକ୍ଷା ଓ ଜନ ସଚେତନତା ଅଭାବରୁ ହିଁ ସମାଜରେ ଅନ୍ଧବିଶ୍ୱାସ ଦେଖାଯାଉଛି। ଫଳରେ ହତ୍ୟା ଭଳି ଘଟଣା ଘଟୁଛି। ଅନେକ ଶିକ୍ଷିତ ଲୋକଙ୍କ ମନରେ ମଧ୍ୟ ଅନ୍ଧବିଶ୍ୱାସ ଭାବନା ରହିଛି। ଉପାନ୍ତ ଅଞ୍ଚଳରେ ରହୁଥିବା ଜନଜାତିଙ୍କ କ୍ଷେତ୍ରରେ ଅନ୍ଧବିଶ୍ୱାସ ଅଧିକ ଦେଖିବାକୁ ମିଳୁଛି। ମଝିରେ ମଝିରେ ସରକାରଙ୍କ ପକ୍ଷରୁ ଗଣମାଧ୍ୟମ ଜରିଆରେ ଅନ୍ଧବିଶ୍ୱାସକୁ ନେଇ ସଚେତନ ସହ ଉପାନ୍ତ ଅଞ୍ଚଳରେ ପୋଷ୍ଟର ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବା ଦରକାର। ତେବେ ପୂର୍ବ ଅପେକ୍ଷା ଅନ୍ଧବିଶ୍ୱାସର ପରିମାଣ କମିଛି ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri