କଡ଼ା ମେସେଜ

Dillip Cherian

ସ୍ବଚ୍ଛତା ଏବଂ ଦୁର୍ନୀତି ମୁଳୋତ୍ପାଟନ ମୋଦି ସରକାରଙ୍କ ଏକ ବଡ ପ୍ରସଙ୍ଗ। ଏହାକୁ ଦବାଇ ଦେବା ଲାଗି ବାବୁମାନେ ଉଦ୍ୟମ କରୁଥିବା ସତ୍ତ୍ୱେ ଏହି ଲକ୍ଷ୍ୟ ହାସଲ କରିବାକୁ ସରକାର ଦୃଢ଼ତା ଜାରି ରଖିଛନ୍ତି। ଗତବର୍ଷ ଦୁର୍ନୀତି, ଯୌନ ନିର୍ଯାତନା ତଥା ଅନ୍ୟ ଅଭିଯୋଗ ଥିବା ବହୁ ଆଇଆର୍‌ଏସ୍‌ ଏବଂ ଆଇଟି ସର୍ଭିସ ଅଧିକାରୀଙ୍କ ଏକ ତାଲିକା ସରକାର ପ୍ରସ୍ତୁତ କରିଥିଲେ। କହିବାକୁ ଗଲେ ସରକାର ଏହି ଅଭିଯାନ ଚାଲୁ ରଖିଛନ୍ତିି ଏବଂ ଏବେ ଅପାରଗ ଓ ଭ୍ରଷ୍ଟାଚାରୀ ବା ଦୁର୍ନୀତିଗ୍ରସ୍ତ ବାବୁମାନଙ୍କୁ ତଡିବାକୁ ଯାଇ ମୋଦି ସରକାର ପୁଣି ଥରେ ତାଙ୍କ ପ୍ରସଙ୍ଗକୁ ଦୋହରାଇଛନ୍ତି । କେନ୍ଦ୍ର ମନ୍ତ୍ରଣାଳୟ ତଥା ସମ୍ପୃକ୍ତ ବିଭାଗଗୁଡିକ ୩୦ ବର୍ଷ ଚାକିରି ସମ୍ପୂର୍ଣ୍ଣ କରିଥିତ୍ବା ଅଧିକାରୀମାନଙ୍କ ତାଲିକା ସବୁବେଳେ ଅପ୍‌ଡେଟ ବା ନବୀକରଣ କରି ରଖିବା ଉଚିତ ବୋଲି କହିଛନ୍ତି । ଏହା ସହ ଯେଉଁ ବାବୁମାନଙ୍କ କାର୍ଯ୍ୟ କରିବାର ସତ୍ୟନିଷ୍ଠା ଉପରେ ସନ୍ଦେହ ରହିଥିତ୍ବ ସେମାନଙ୍କ ରେଜିଷ୍ଟରକୁ ନିୟମିତ ସମୀକ୍ଷା କରି ଅପ୍‌ଡେଟ ରଖାଯିବ। ଏହାଦ୍ୱାରା ଚାକିରିରୁ ନିର୍ଦ୍ଧାରିତ ସମୟ ପୂର୍ବରୁ କେଉଁମାନଙ୍କୁ ଅବସର ଦିଆଯିବ ତାହା ସରକାର ଚିହ୍ନଟ କରିପାରିବେ ।
ସୂତ୍ରରୁ ପ୍ରକାଶ ଯେ, ଅଗଷ୍ଟ ୨୮ରେ ଡିପାର୍ଟମେଣ୍ଟ ଅଫ୍‌ ପର୍ଶନାଲ ଆଣ୍ଡ୍‌ ଟ୍ରେନିଂ (ଡିଓପିଟି) ବା କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏ ସଂକ୍ରାନ୍ତରେ ଏକ ଚିଠି ଜାରି କରିଛି। ସ୍ପଷ୍ଟ ଜଣାପଡୁଛି, ଏଭଳି ଅଧିକାରୀଙ୍କ ନାମ ନିୟମିତ ଭାବେ ତତ୍‌ ସମ୍ବନ୍ଧିତ ସମୀକ୍ଷା କମିଟିକୁ ପଠାଯିବ। ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଏବଂ ରେଲଓ୍ବେ କ୍ୟାଡର ବାବୁମାନଙ୍କ କେସ୍‌ ଯଥାକ୍ରମେ ସେମାନଙ୍କ ଲାଗି ଉଦ୍ଦିଷ୍ଟ ଡିଓପିଟି, ଗୃହମନ୍ତ୍ରଣାଳୟ, ବହିର୍ବ୍ୟାପାର ମନ୍ତ୍ରଣାଳୟ ଏବଂ ସେଣ୍ଟ୍ରାଲ ରେଲଓ୍ବେ ବୋର୍ଡର ସଚିବମାନେ ହିଁ ବିଚାର କରିବେ। ତେବେ ଭ୍ରଷ୍ଟାଚାରୀ ବାବୁମାନେ ସରକାରଙ୍କ କଡ଼ା ମେସେଜ ପାଇବେ ତ?
ପୁଣି ପୁରୁଣା ମୁହଁ
ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ ( ସିବିଡିଟି)ର ଚେୟାରମ୍ୟାନ ପ୍ରମୋଦ ଚନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ୬ ମାସ ବଢାଇଦିଆଯାଇଛି ଓ ଏହା ଫେବୃୟାରୀ ୨୮, ୨୦୨୧ରେ ଶେଷ ହେବ। ୧୯୮୨ ବ୍ୟାଚର ଇଣ୍ଡିଆନ ରେଭିନ୍ୟୁ ସର୍ଭିସ ( ଆଇଆରଏସ୍‌) ଅଗଷ୍ଟ ୩୧ରେ ଅବସର ନେବେ ବୋଲି ଆଲୋଚନା କରାଯାଉଥିଲା। ତାଙ୍କ ପୂର୍ବରୁ ଏବକାର ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରଙ୍କ କାର୍ଯ୍ୟକାଳକୁ ବି ମେ’ ୨୦୧୭ରେ ଏଭଳି ସମ୍ପ୍ରସାରଣ କରାଯାଇଥିଲା, ଯାହାକୁ ସେ ସମୟରେ ଏକ ଭିନ୍ନ ପଦକ୍ଷେପ ଭାବେ ବିବେଚନା କରାଯାଇଥିଲା। ଏବେ ପ୍ରମୋଦଙ୍କ କାର୍ଯ୍ୟକାଳ ବୃଦ୍ଧି ଘଟଣାରୁ ଜଣାପଡୁଛି ସିବିଡିଟିରେ ଯେମିତି ଏହା ଏକ ନିୟମ ହୋଇଯାଇଛି! ଶେଷ ମୁହୂର୍ତ୍ତରେ ଭର୍ଚ୍ଚୁଆଲି ଏହି ନିଷ୍ପତ୍ତି ଘୋଷଣା ହେବା ପରେ ସରକାରଙ୍କ ଯୋଜନା ସମ୍ପର୍କରେ ବାବୁମାନେ ଯାହା ଅନୁମାନ କରୁଥିଲେ ତାହା ହିଁ ଘଟିଲା। ଅଗଷ୍ଟ ଆରମ୍ଭରୁ ବୋର୍ଡର ଦାୟିତ୍ୱ ଦୁଇଜଣ ଅବସରପ୍ରାପ୍ତ ଆଇଆର୍‌ଏସ ଅଫିସର ମୋଦି ଓ ସଦସ୍ୟ ସୁଶୀଲ କୁମାର ଗୁପ୍ତା ବୁଝୁଛନ୍ତି। ଶୀର୍ଷ ପଦ ଲାଗି ଏହି ଦୁଇ ବରିଷ୍ଠ ବାବୁମାନଙ୍କ ମଧ୍ୟରେ ଭାରି ବିବାଦ ରହିଥିଲା। ଶେଷରେ ନୂଆ ମୁହଁ ବଦଳରେ ଜଣେ ବିଶ୍ୱସନୀୟ ଓ ଦକ୍ଷ ପରୁଣା ମୁହଁଙ୍କୁ ବସାଇବା ଲାଗି ସ୍ଥିର କରିଛନ୍ତି। ଏହାଦ୍ୱାରା ବରିଷ୍ଠତା ଭିତ୍ତିରେ ଏହି ଶୀର୍ଷ ପଦ ପାଇବା ଲାଗି ଲାଇନ୍‌ରେ ଥିବା ସୀମା ଖୁରାନା ପାତ୍ର ଓ ପ୍ରଭାସ ଶଙ୍କରଙ୍କ ଆଶା ଆଶାରେ ରହିଗଲା।
ଫୈସଲ ଫେରିବେ
ଜମ୍ମୁ-କଶ୍ମୀର ରାଜନୀତିରେ ଶାହ ଫୈସଲଙ୍କ ଉପସ୍ଥିତି କମ୍‌ ଦିନ ରହିଲା। ଗତବର୍ଷ ଜମ୍ମୁ କଶ୍ମୀରର ପରିସ୍ଥିତିକୁ ବିରୋଧ କରି ଏହି ପୂର୍ବତନ ଆଇଏଏସ୍‌ ଟପ୍ପର ସିଭିଲ ସର୍ଭିସ ପଦ ଛାଡ଼ିବା ନେଇ ଘୋଷଣା କରି ଖବରର ହେଡ୍‌ଲାଇନ ପାଲଟିଥିଲେ। ସେ ଜମ୍ମୁ ଆଣ୍ଡ୍‌ କଶ୍ମୀର ପିପୁଲ୍ସ ମୁଭମେଣ୍ଟ( ଜେକେପିଏମ୍‌) ରାଜନୈତିକ ଦଳ ଗଠନ କରିଥିଲେ। ବର୍ଷକୁ ଅଧିକ ସମୟ ହେବ ଗଢାଯାଇଥିବା ନିଜ ଦଳ ଏବେ ସେ ଛାଡି ଦେଇଛନ୍ତି ଓ ପୁଣି ଥରେ ଚାକିରିକୁ ଫେରିପାରନ୍ତି ବୋଲି ସୂଚନା ମଧ୍ୟ ଦେଇଛନ୍ତି। ଜାନୁୟାରୀ ୨୦୧୯ରେ ସେ ଦେଇଥିତ୍ବା ଇସ୍ତଫାକୁ ସରକାର ଗ୍ରହଣ ନ କରିବା ସହ ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟଗୁଡିକ ଉପରେ ତଦନ୍ତକୁ ସ୍ଥଗିତ ରଖିଛନ୍ତି। ଏଥରୁ ସ୍ପଷ୍ଟ ଜଣାପଡୁଛି ଫୈସଲ ରାଜନୀତି ଛାଡିବା ପୂର୍ବରୁ ଗୃହ ମନ୍ତ୍ରଣାଳୟର ଶୀର୍ଷ କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ। ଏପରି କି ସେ ତାଙ୍କ ନିଷ୍ପତ୍ତି ଘୋଷଣା କରିବା ପୂର୍ବରୁ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ଯୋଗାଯୋଗ କରିଥିବା ଗୁଜବ ମଧ୍ୟ ସାମ୍‌ନାକୁ ଆସଛି। ଯେହେତୁ ସରକାର ତାଙ୍କ ଇସ୍ତଫା ଗ୍ରହଣ କରିନାହାନ୍ତି ସେଥିପାଇଁ ଆଇଏଏସ ଦ୍ୱାରା ତାଙ୍କ ଲାଗି ଉନ୍ମୁକ୍ତ ରହିଛି। ତେବେ ତାଙ୍କୁ ପ୍ରଥମେ ଇସ୍ତଫା ପତ୍ର ପ୍ରତ୍ୟାହାର କରିବାକୁ ପଡିବ। ଡିପାର୍ଟମେଣ୍ଟ ଅଫ୍‌ ପର୍ଶନାଲ ଆଣ୍ଡ ଟ୍ରେନିଂ(ଡିଓପିଟି) ଓ୍ବେବ୍‌ସାଇଟରେ ଫୈସଲ ଏବେ ବି ଜଣେ କାର୍ଯ୍ୟରତ ଅଧିକାରୀ ବୋଲି ଦର୍ଶାଯାଇଛି। ଏପରି କି ଦେଢ ବର୍ଷ ହେବ ରାଜନୀତିରେ ପ୍ରବେଶ କରିସାରିଥିଲେ ବି ଏଭଳି କରାଯାଇଛି। ତାଙ୍କ ଇସ୍ତଫା ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଯୋଗୁ ଫୈସଲ ତାହାକୁ ଫେରାଇ ନେଇପାରିବେ। ଶେଷକୁ ଏହା କୁହାଯାଇପାରେ ଯେ, ଏହି ଘଟଣାରେ ନିଷ୍ପତ୍ତି ପ୍ରଶାସନିକ ନ ହୋଇ ରାଜନୈତିକ ହେବାର ସମ୍ଭାବନା ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri