‘ହିଂସା ଦୂର ପାଇଁ କଠୋର ପଦକ୍ଷେପ ଲୋଡ଼ା’

ଓ୍ବାଶିଂଟନ,୧୫ା୫: ନ୍ୟୁୟର୍କର ସୁପର ମାର୍କେଟରେ ବୋମା ବିସ୍ଫୋରଣ ହେବା ଘଟଣା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି ଥରେ ଚକିତ କରିଛି। ଏଭଳି ହିଂସାକୁ ଦୂର କରିବା ପାଇଁ ଯଥାଶୀଘ୍ର କଠୋର ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ଘଟଣାରେ ନିହତ ହୋଇଥିବା ୧୦ଜଣଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି। ରାଷ୍ଟ୍ରପତି ବାଇଡେନ ଏହାକୁ ଘରୋଇ ଆତଙ୍କବାଦ ବୋଲି କହିଛନ୍ତି। ଶନିବାର ବଫାଲୋ ସିଟିର ସୁପର ମାର୍କେଟରେ  ଜଣେ ପାଗଳ ବ୍ୟକ୍ତି ଅନଭିଜ୍ଞ ଭାବରେ ଗୁଳି ଚଳାଇ ୧୦ ଜଣଙ୍କୁ ହତ୍ୟା କରିଥିଲେ।

ଏକ ବିବୃତ୍ତିରେ ବାଇଡେନ କହିଛନ୍ତି। ସେହି ସମସ୍ତ ସାଧାରଣ ନାଗରିକଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି। ଯାହାର ଜୀବନ ଯାଇଛି କିମ୍ବା ଏହି ଭୟଙ୍କର ଗୁଳିରେ ଆହତ ହୋଇଛନ୍ତି,ସେମାନଙ୍କୁ ମୋର ଏହି ସମବେଦନା। ଯେଉଁମାନେ ସାହସ ପ୍ରଦର୍ଶନ କରିଥିଲେ ସେମାନଙ୍କ ବିଷୟରେ ମଧ୍ୟ ବିବୃତ୍ତିରେ ଦର୍ଶାଯାଇଛି। ରାଷ୍ଟ୍ରପତି କହିଛନ୍ତି, ସେ ଏବଂ ଦେଶର ପ୍ରଥମ ମହିଳା ହୃଦୟରୁ ତଥା ଦେଶବାସୀଙ୍କ ପକ୍ଷରୁ ଏହି ସମସ୍ତ ଲୋକଙ୍କୁ ସମବେଦନା। ଏହି କଷ୍ଟ ସମୟରେ ସମଗ୍ର ଦେଶ ଏବଂ ଏହାର ନାଗରିକମାନେ ସେମାନଙ୍କ ସହ ଛିଡ଼ା ହୋଇଥିବା ସେ କହିଛନ୍ତି।

Share