ଶଟ୍‌ଡାଉନ୍‌ରେ ଗଞ୍ଜାମ ପୋଲିସର କଡ଼ାକଡ଼ି ଯାଞ୍ଚ

ଗଞ୍ଜାମ, ୧୬।୭(ଡି.ଏନ୍‌.ଏ.): ରାଜ୍ୟରେ କରୋନା ଆକ୍ରାନ୍ତ ହୁ ହୁ ହୋଇ ବଢି ଚାଲିଥିବା ବେଳେ ଗଞ୍ଜାମ ଜିଲାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ୧୬ରୁ ୨୧ପର୍ଯ୍ୟନ୍ତ ପୁଣି ୫ ଦିନିଆ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଯାହାକୁ ନେଇ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଗାଡିମୋଟର କଡ଼ାକଡ଼ି ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି। ଅମାନିଆ ବାଇକ ଚାଳକଙ୍କୁ ଥାନାକୁ ନିଆଯାଇ ଜୋରିମାନା ଆଦାୟ କରାଯାଉଛି। ଗଞ୍ଜାମ ଥାନା ସେକେଣ୍ଡ ଅଫିସର ସୁକାନ୍ତ କୁମାର ପ୍ରଧାନ ଓ ମହିଳା ଏସ୍‌ଆଇ ଉର୍ମିଳା ସେଠୀଙ୍କ ସମେତ ସମସ୍ତ ଷ୍ଟାଫ୍‌ ଏହି ଯାଞ୍ଚ କରୁଥିବା ଜଣାପଡ଼ିଛି।