ଭାରତୀୟ ଭାରିଆଣ୍ଟ୍‌ ଶବ୍ଦ ବ୍ୟବହାର ନ କରିବାକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ କଡ଼ା ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଏପରିସ୍ଥଳେ ସୋସିଆଲ୍‌ ମିଡ଼ିଆରେ ଭାରତୀୟ ଭାରିଆଣ୍ଟ୍‌ ଶବ୍ଦର ବ୍ୟବହାର ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଦେଶର ଭାବମୂର୍ତ୍ତି ଉପରେ ନକାରାତ୍ମ ପ୍ରଭାବ ପଡୁଥିବା ସରକାର କହିଛନ୍ତି। କରୋନା ଭୂତାଣୁ ବିଷୟରେ ସୋସିଆଲ ମିଡ଼ିଆରେ ହେଉଥିବା ଭ୍ରମାତ୍ମକ ପ୍ରଚାରକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ ଭାରିଆଣ୍ଟ୍‌ ଶବ୍ଦ ଶୀଘ୍ର ସୋସିଆଲ ମିଡ଼ିଆ କଣ୍ଟେଟ୍‌ରୁ ହଟାଇ ନେବାକୁ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଆଡ଼ଭାଇଜରୀ ଜାରି କରାଯାଇଛି। ଏଭଳି ଶବ୍ଦର ବ୍ୟବହାର ସମ୍ପୂର୍ଣ୍ଣ ଭୁଲ। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏଭଳି ଶବ୍ଦର ପ୍ରୟୋଗ କରାଯାଉ ନ ଥିବା ଆଇଟି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ସୋସିଆଲ ମିଡ଼ିଆରେ ପ୍ଲାଟଫର୍ମରେ ଏଭଳି ଶବ୍ଦକୁ ଖୋଜି ଖୋଜି ହଟାଇବା କଷ୍ଟକର ବୋଲି କୁହାଯାଉଛି।

Share