ସୁଭଦ୍ରା, ପିଏମ୍‌ ବିଶ୍ୱକର୍ମା ଯୋଜନାକୁ ନେଇ ମିଥ୍ୟା ଗୁଜବକାରୀଙ୍କ ପ୍ରତି ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ନୂତନ ଯୋଜନା ସୁଭଦ୍ରା ଏବଂ ପିଏମ୍‌ ବିଶ୍ୱକର୍ମା ଯୋଜନା ସମ୍ପର୍କରେ ଏକ ସଚେତନ କର୍ମଶାଳା ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନା ସମ୍ପର୍କରେ ରାଜ୍ୟ ସରକାର ଘୋଷଣା କରିବା ପରେ ଅନେକ କଳ୍ପନା ମଧ୍ୟରେ ମିଶନଶକ୍ତିର ମହିଳାମାନେ ରହିଥିବା ବେଳେ ଏହି ଯୋଜନାରେ କିଭଳି ସଠିକ୍‌ ହିତାଧିକାରୀ ସଫଳତାର ସହ ଫାଇଦା ନେଇପାରିବେ ସେନେଇ ବିଡିଓ ଏହି କର୍ମଶାଳାରେ ଉପସ୍ଥିତ ମିଶନଶକ୍ତିର ମହିଳାଙ୍କ ସମେତ ମୋ’ ସେବା କେନ୍ଦ୍ରର କାର୍ଯ୍ୟକର୍ତ୍ତା, ପଞ୍ଚାୟତ ଅଧିକାରୀ, ମହିଳା ଓ ଶିଶୁ ବିକାଶ ଯୋଜନାର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଯୋଜନାଟି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ଏହା ଆବେଦନ ପାଇଁ ଦେୟମୁକ୍ତ ବୋଲି କୁହାଯିବା ସହ ଯେଉଁ ମାନଦଣ୍ଡକୁ ସରକାର ସ୍ଥିର କରିଛନ୍ତି, ସେମାନେ ହିଁ ଉପଭୋକ୍ତା ହୋଇପାରିବେ ବୋଲି କୁହାଯାଇଥିଲା। ଏହି ଯୋଜନାରେ କେବଳ ଓଡ଼ିଶା ରାଜ୍ୟର ବାସିନ୍ଦା ହୋଇଥିବା ବେଳେ ଆସନ୍ତା ଜୁଲାଇ ସୁଦ୍ଧା ୨୧ ବର୍ଷ ହୋଇଥିବା ମହିଳା ଏହା ଆବେଦନ କରିପାରିବେ ଏହାର ବୟସସୀମା ୨୧ରୁ ୬୦ ବର୍ଷ  ରହିଥିବା କୁହାଯାଇଥିଲା। ବର୍ଷକୁ ୧୦ ହଜାର ୨ଟି କିସ୍ତିରେ ମିଳିବ ବୋଲି କୁହାଯିବା ସହ ଯାହା ଗାଇଡ୍‌ଲାଇନ ରହିଛି ଏବଂ ଆବେଦନ ପାଇଁ ରହିଥିବା ତଥ୍ୟ ନିର୍ଭୁଲ ଭାବେ ପ୍ରଦାନ କରାଯିବାକୁ ପରାମର୍ଶ ଦିଆଯାଇଥିଲା। ଯେଉଁମାନେ ଭୁଲ୍‌ ତଥ୍ୟ ପ୍ରଦାନ କରିବା ଲୋକ ବା ମହିଳା ଏବଂ ଯେଉଁ ଠାରେ ଏହା ଆବେଦନ କରୁଥିବେ ମୋ’ ସେବାକେନ୍ଦ୍ର ଓ କିଓସ୍କୋ ଗୁଡ଼ିକରେ ଚଞ୍ଚକତା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ମହିଳାଙ୍କଠାରୁ ଏହି ଯୋଜନାରେ କେହି ଉତ୍କଚ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶରତ ଶବର, ବିଡିଓ ଗଦାଧର ପାତ୍ର ଉପସ୍ଥିତଙ୍କୁ କହିଥିଲେ।

ସେହିପରି ପିଏମ୍‌ ବିଶ୍ୱକର୍ମା ଯୋଜନାରେ ମଧ୍ୟ ହିତାଧିକାରୀମାନେ କିଭଳି ସଠିକ୍‌ ହିତାଧିକାରୀ ସରକାରଙ୍କ ଯୋଜନାର ଫାଇଦା ନେଇପାରିବେ ସେନେଇ ତାଲିମ ଦିଆଯାଇଥିବା ବିଡିଓ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟ ଅଧିକାରୀଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ଯୋଗାଣ ନିରୀକ୍ଷକ ନିହାର ରଞ୍ଜନ ବେହେରା, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ଓଡ଼ିଶା ଜୀବିକା ମିଶନର ବିପିଏମ୍‌ ପିଣ୍ଟୁ ନାୟକ ପ୍ରମୁଖ ମଞ୍ଚାସୀନ ରହି ତାଲିମ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri