ପାକିସ୍ତାନ ନିର୍ବାଚନ ଆୟୋଗଙ୍କ କଡ଼ା ପଦକ୍ଷେପ: ସମ୍ପତ୍ତି ତଥ୍ୟ ନ ଦେବାରୁ ୨୭୧ ସାଂସଦ-ବିଧାୟକ ନିଲମ୍ବିତ…

ଇସଲାମାବାଦ,୧୭।୧ : ପାକିସ୍ତାନର ନିର୍ବାଚନ ଆୟୋଗ ସାଂସଦ ଓ ବିଧାୟକଙ୍କ ବିରୋଧରେ ସେମାନଙ୍କ ସମ୍ପତ୍ତିର ସବିଶେଷ ତଥ୍ୟ ଦାଖଲ ନ କରିବା ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆୟୋଗ ୨୭୧ ସାଂସଦ-ବିଧାୟକଙ୍କୁ ସେମାନଙ୍କ ସଦସ୍ୟତାରୁ ନିଲମ୍ବିତ କରିଛନ୍ତି। ଜାରି ବିବୃତ୍ତିରେ କୁହାଯାଇଛି ଯେ ଯେଉଁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେମାନଙ୍କ ମଧ୍ୟରେ ନ୍ୟାଶନାଲ ଆସେମ୍ବ୍ଲିର ୧୩୬ ସଦସ୍ୟ, ୨୧ ଜଣ ସିନେଟର ଏବଂ ୧୧୪ଜଣ ପ୍ରାଦେଶିକ ସଭାର ସଦସ୍ୟ ରହିଛନ୍ତି।

ନିର୍ବାଚନ ଆୟୋଗ କହିଛନ୍ତି ଯେ ସାଂସଦ ଏବଂ ବିଧାୟକମାନଙ୍କୁ ପ୍ରତିବର୍ଷ ଡିସେମ୍ବର ୩୧ ସୁଦ୍ଧା ସେମାନଙ୍କ ସମ୍ପତ୍ତିର ବିବରଣୀ ଦେବାକୁ ପଡିଥାଏ। ମାତ୍ର ସାଂସଦ-ବିଧାୟକ ଯେଉଁମାନେ ତାହା କରିନାହାଁନ୍ତି। ନିର୍ବାଚନ ଆୟୋଗଙ୍କ ଦ୍ୱାରା କୁହାଯାଇଥିଲା ଯେ, ୩୦ ଜୁନ ୨୦୨୨ ପର୍ଯ୍ୟନ୍ତ ସମ୍ପତ୍ତି ତଥ୍ୟ ୧୬ ଜାନୁୟାରୀ ୨୦୨୩ ସୁଦ୍ଧା ଦାଖଲ କରିବାକୁ ପଡ଼ିବ। ଏଭଳି ନ କରିବାରୁ ସେମାନଙ୍କର ସଦସ୍ୟତା ନିଲମ୍ବିତ ହୋଇଛି।

ନିଲମ୍ବିତ ସାଂସଦ-ବିଧାୟକଙ୍କ ତାଲିକାରେ ପଞ୍ଜାବ ପ୍ରଦେଶର ବିଧାନସଭା ସଭାର କୌଣସି ସଦସ୍ୟ ଅନ୍ତର୍ଭୁକ୍ତ ନାହାନ୍ତି। ସିନ୍ଧୁପ୍ରଦେଶର ୪୮ ଜଣ, ଖାଇବର ପସ୍ତୁନଖ୍ବା ୫୪ ଜଣ ଏବଂ ବାଲୁଚିସ୍ତାନରୁ ୧୨ ଜଣ ନିଲମ୍ବିତ ହୋଇଛନ୍ତି। ଏଥିରେ ପାକିସ୍ତାନର ବରିଷ୍ଠ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ନେତା ତଥା କ୍ୟାବିନେଟ ସଦସ୍ୟ ଅହସାନ ଇକବାଲ ଏବଂ ଖ୍ବାଜା ଆସିଫ ମଧ୍ୟ ଅଛନ୍ତି।

Share