ଶକ୍ତି ଓ ଦୁର୍ବଳତା

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ମେ’ ୭ରୁ ୧୦ ଯାଏ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ‘ଅପରେଶନ ସିନ୍ଦୂର’କୁ ଦୁଇ ମାସ ପୂରିଯାଇଥିଲେ ମଧ୍ୟ ଭାରତୀୟ ସାମରିକ ଅଧିକାରୀଙ୍କ ମନର ବ୍ୟଥା ବାରମ୍ବାର ବୟାନ ଆକାରରେ ଆସୁଛି। ସଦ୍ୟ ଘଟଣାକୁ ଦେଖିଲେ ଜୁଲାଇ ୪ରେ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି(ଫିକି) ପକ୍ଷରୁ ଆୟୋଜିତ ‘ନ୍ୟୁ ଏଜ୍‌ ମିଲିଟାରି ଟେକ୍ନୋଲୋଜି’ ଶୀର୍ଷକ ଆଲୋଚନାଚକ୍ରରେ ସ୍ଥଳସେନା ଉପମୁଖ୍ୟ ରାହୁଲ ସିଂ କହିଥିଲେ, ଅପରେଶନ ସିନ୍ଦୂର ଚାଲିଥିବା ବେଳେ ଭାରତର ପ୍ରସ୍ତୁତି ବିଷୟରେ ସବୁ କିଛି ପାକିସ୍ତାନ ଜାଣିଥିଲା। ଡାଇରେକ୍ଟର ଜେନେରାଲ ଅଫ୍‌ ମିଲିଟାରି ଅପରେଶନ୍‌ (ଡିଜିଏମ୍‌ଓ) ସ୍ତରୀୟ କଥାବାର୍ତ୍ତା ବେଳେ ପାକିସ୍ତାନ ବାସ୍ତବରେ ଭାରତୀୟ ପ୍ରତିପକ୍ଷଙ୍କୁ କହିଥିଲା, ଭାରତର କେଉଁ ଯୁଦ୍ଧାସ୍ତ୍ରଗୁଡ଼ିକୁ କେଉଁ ସ୍ଥାନଗୁଡ଼ିକରେ ମୁତୟନ କରାଯାଇଛି, ତାହା ସେମାନେ ଜାଣିପାରୁଥିଲେ। କେବଳ ସେତିକି ନୁହେଁ, କେଉଁ କ୍ଷେପଣାସ୍ତ୍ର ମାଡ଼ କରିବାକୁ ପ୍ରସ୍ତୁତ କରାଯାଉଛି ତାହାର ଅବିକଳ ସ୍ଥଳକୁ ଉଲ୍ଲେଖ କରି ପାକିସ୍ତାନର ଡିଜିଏମ୍‌ଓ ମେଜର ଜେନେରାଲ କାଶିଫ୍‌ ଅବ୍‌ଦୁଲ୍ଲା ତାଙ୍କ ଭାରତୀୟ ପ୍ରତିପକ୍ଷ ଲ୍ୟୁଟ୍‌ନାଣ୍ଟ ଜେନେରାଲ ରାଜୀବ ଘାଇଙ୍କୁ କହିଲେ ଯେ ଭାରତର ଏହି ଅସ୍ତ୍ର ସମ୍ପର୍କରେ ଆମେ ଜାଣିଛୁ ଏବଂ ଆପଣ ତାହାକୁ ଫେରାଇନେବା ଉଚିତ ହେବ। ଲ୍ୟୁଟ୍‌ନାଣ୍ଟ ଜେନେରାଲ ରାହୁଲ ସିଂଙ୍କ ଏହି କଥାରୁ ଜଣାପଡ଼ୁଛି ଯେ ପାକିସ୍ତାନ ଏକ ପ୍ରକାର ଧମକାଇବା ପରିସ୍ଥିତିରେ ରହିଛି, କାରଣ ଭାରତର ସମ୍ପୂର୍ଣ୍ଣ ସଶସ୍ତ୍ର ସେନାର ତଥ୍ୟ ତାହା ପାଖରେ ଅଛି। ଆଜିର ଯୁଗରେ ୟୁଟ୍ୟୁବରଙ୍କ ଦ୍ୱାରା ଗୋଇନ୍ଦା କାର୍ଯ୍ୟ କରାଇବାର ପ୍ରୟୋଜନ ନାହିଁ। ଉଚ୍ଚ ପ୍ରଯୁକ୍ତି କୌଶଳ ବ୍ୟବହାର କରାଯାଇ ସବୁ ପ୍ରକାର ତଥ୍ୟ ବାହାର କରିନେବାର କ୍ଷମତା ଚାଇନା ଓ ଆମେରିକା ପାଖରେ ଅଛି। ଉଭୟ ଦେଶ ପାକିସ୍ତାନ ସପକ୍ଷରେ କାର୍ଯ୍ୟ କରିଥିବା ଭଳି ମନେହୁଏ। ରାହୁଲ ଆହୁରି କହିଥିଲେ ଭାରତ ବିପକ୍ଷରେ ଗୋଟିଏ ସୀମାରେ ପାକିସ୍ତାନ ସହ ଅନ୍ୟ ଶତ୍ରୁ ଭିତରେ ଚାଇନା ସହିତ ତୁର୍କୀର ସମ୍ପୃକ୍ତି ରହିଥିଲା। ଏବଂ ସମ୍ଭବତଃ ଅନ୍ୟ ଶକ୍ତିମାନଙ୍କର ସହଯୋଗ ଉପସ୍ଥିତି ଥିଲା। ଯୁଦ୍ଧ ସମୟରେ ଭାରତର ସେନା ଏହିଭଳି ପରିସ୍ଥିତି ଜାଣିପାରିଥିଲା ବୋଲି ରାହୁଲ ସିଂ କହିଛନ୍ତି।
ଟିକେ ପଛକୁ ଗଲେ ଆଉ ଜଣେ ସାମରିକ ଅଧିକାରୀଙ୍କ ମନ୍ତବ୍ୟର ଚର୍ଚ୍ଚା ମଧ୍ୟ ସରିନାହିଁ। ଜୁନ୍‌ ୧୦ରେ ଇଣ୍ଡୋନେସିଆର ଦିର୍ଗନ୍ତର ମର୍ସେକଲ ସୂର୍ଯ୍ୟଦର୍ମ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ଭାରତ-ପାକିସ୍ତାନ ଯୁଦ୍ଧ ପରିପ୍ରେକ୍ଷୀରେ ଶକ୍ତି ରଣନୀତି ଉପରେ ନୌସେନା କ୍ୟାପ୍‌ଟେନ ତଥା ଇଣ୍ଡୋନେସିଆର ଭାରତୀୟ ଦୂତାବାସରେ ଡିଫେନ୍ସ ଆତାସେ ଥିବା ଶିବକୁମାର ଦେଇଥିବା ମତ ଗୁରୁତ୍ୱ ବହନ କରିଛି। ପାକିସ୍ତାନୀ ସେନା ପ୍ରତିଷ୍ଠାନ କିମ୍ବା ସେମାନଙ୍କ ବାୟୁସେନା ଘାଟିଗୁଡ଼ିକ ଉପରେ ଆକ୍ରମଣ ନ କରିବା ପାଇଁ ଭାରତର ରାଜନୈତିକ ନେତୃତ୍ୱ ନିର୍ଦ୍ଦେଶ ଦେଇଥିବାରୁ ଇଣ୍ଡିଆନ୍‌ ଏୟାର ଫୋର୍ସ (ଆଇଏଏଫ୍‌)କୁ କେତୋଟି ଯୁଦ୍ଧବିମାନ ହରାଇବାକୁ ପଡ଼ିଥିଲା ବୋଲି ଶିବକୁମାର କହିଥିଲେ। ଅନୁରୂପ ଭାବେ ମେ’ ୩୧ରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ଅନିଲ ଚୌହାନ ସିଙ୍ଗାପୁରରେ ଆୟୋଜିତ ଶାଙ୍ଗ୍‌ରି-ଲା ଡାଏଲଗ୍‌ରେ କହିଥିଲେ, ଭାରତ ଓ ପାକିସ୍ତାନ ମଧ୍ୟରେ ମେ ୭ରୁ ୧୦ ଯାଏ ହୋଇଥିବା ଯୁଦ୍ଧରେ ଭାରତୀୟ ଯୁଦ୍ଧ ବିମାନ ଖସିଥିଲା। କେତେ ଲଢ଼ୁଆ ବିମାନ ଖସିଲା ସେହି ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ କାହିଁକି ଖସିଥିଲା ତାହା ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ଅନିଲ ଚୌହାନ ମତ ରଖିଥିଲେ।
ଉପରଲିଖିତ ତିନିଜଣ ଅତି ଉଚ୍ଚପଦସ୍ଥ ଭାରତୀୟ ସାମରିକ ଅଧିକାରୀଙ୍କ ମତ ଦେଶବାସୀଙ୍କୁ ବ୍ୟସ୍ତ କରିଛି। ଯୁଦ୍ଧ ଚାଲିଥିବା ବେଳେ ରାଜନୈତିକ ନେତୃତ୍ୱର ନିଷ୍ପତ୍ତିକୁ ସମାଲୋଚନା କରିବାର ଅର୍ଥ ହେଲା ସାମରିକ ବାହିନୀ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି। ଏଥିସହିତ ଡିଜିଏମ୍‌ଓ ସ୍ତରରେ ଏଭଳି ପୁଙ୍ଖାନୁପୁଙ୍ଖ ଆଲୋଚନା ଇଙ୍ଗିତ କରୁଥାଇପାରେ ଯେ ଉଭୟ ଦେଶର ଉଚ୍ଚପଦସ୍ଥ ଅଧିକାରୀମାନେ ପରସ୍ପରକୁ ସମ୍ମାନ ଦେଉଛନ୍ତି। ଏଥିସହିତ ଉଭୟ ପକ୍ଷ ଅପରପକ୍ଷର ଶକ୍ତି ଓ ଦୁର୍ବଳତା ସମ୍ପର୍କରେ ଅତି ଭଲ ଭାବେ ଅବଗତ ଅଛନ୍ତି। ତେଣୁ କୌଣସି ପକ୍ଷ ହାରୁ ବୋଲି ମିଲିଟାରି ସ୍ତରରେ ଉଭୟ ପକ୍ଷ ଚାହିଁଲେ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଯେତେ ଛାତି ପିଟି ଶ୍ରେୟ ନେବାକୁ ଚାହୁଁଥିଲେ ବି ବାସ୍ତବ ନିଷ୍ପତ୍ତି ଦୁଇ ଡିଜିଏମ୍‌ଓଙ୍କ ମଧ୍ୟରେ ନିଆଯାଇଥିଲା ଭଳି ମନେହେଉଛି। ଟ୍ରମ୍ପ୍‌ଙ୍କ ଚାପ ନିଶ୍ଚିତ କାମ କରିଛି, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଭାରତ କିମ୍ବା ପାକିସ୍ତାନ, କୌଣସି ଗୋଟିଏ ପକ୍ଷ ଯଦି ଅମାନ୍ୟ ହୋଇଥାନ୍ତେ, ତେବେ ପରିସ୍ଥିତି ଭୟାବହ ହୋଇଥାଆନ୍ତା। ୨୦୨୫ ମସିହାରେ ଏହି ୪ ଦିନର ଯୁଦ୍ଧ ସମୟରେ ଏବଂ ଯୁଦ୍ଧ ପରେ କୌଣସି ଦେଶ ଭାରତକୁ ସମର୍ଥନ ଜଣାଇ ନ ଥିବା ହେତୁ ଭାରତୀୟ କୂଟନୀତିର ବିଫଳତା ଜଣାପଡ଼ିଲା। ରାହୁଲ ସିଂଙ୍କ କହିବା ଅନୁଯାୟୀ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ବଳତାକୁ ଘୋଡ଼ାଇ ଦେବା ପରିବର୍ତ୍ତେ ଅତି ଶୀଘ୍ର ତାହାକୁ ସାମ୍ନା କରି ଦେଶର ହିତ ପାଇଁ କାର୍ଯ୍ୟ ଆରମ୍ଭ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?