Posted inଫୁରସତ

ଗଣତନ୍ତ୍ରକୁ ମଜଭୁତ କରିଥାଏ

ସତ୍ୟ ଖବର ପରିବେଷଣର ସ୍ବାଧୀନତା ମିଳୁ
ବର୍ତ୍ତମାନ ସମୟରେ ସ୍ବାଧୀନତା ଶବ୍ଦର ପରିଭାଷା ବଦଳି ଯାଇଛି। କିଛି କ୍ଷେତ୍ରରେ ଆମେ ମତାମତକୁ ବଦଳାଇ ପାରିବା, ମାତ୍ର ସତ୍ୟକୁ କେବେବି ବଦଳାଇ ପାରିବା ନାହିଁ। କେତେକ ସମୟରେ ପରିବେଷଣ ହେଉଥିବା ଖବରରେ ସତ୍ୟାସତ୍ୟ ରହୁନାହିଁ। ଫଳରେ ଗଣମାଧ୍ୟମ ତାହାର ମୂଲ୍ୟବୋଧ ହରାଉଛି। ତେଣୁ ଏ ସବୁ ଦିଗକୁ ଧ୍ୟାନ ଦେଇ ସାମ୍ବାଦିକମାନଙ୍କୁ ସତ୍ୟ ଖବର ପରିବେଷଣର ସ୍ବାଧୀନତା ଦିଆଯିବା ଦରକାର।
– ଡ. ନଳିନୀ ପାତ୍ର, ଏଚ୍‌ଓଡି, ଜର୍ନାଲିଜମ୍‌ ଆଣ୍ଡ୍‌ ମାସ୍‌ କମ୍ୟୁନିକେଶନ୍‌, ବିଜେବି ମହାବିଦ୍ୟାଳୟ
ଦାୟିତ୍ୱପୂର୍ଣ୍ଣ, ନୈତିକତା ରହିବା ଆବଶ୍ୟକ
ତୃଣମୂଳସ୍ତରରେ କାମ କରୁଥିବା ରିପୋର୍ଟର ବା ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି ମାଲିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଦାୟିତ୍ୱପୂର୍ଣ୍ଣ, ନୈତିକତା ଆଦି ଗୁଣ ରହିବା ଜରୁରୀ। ଲୋକଙ୍କ ବାସ୍ତବ ସମସ୍ୟାକୁ ସର୍ବ ସମ୍ମୁଖକୁ ଆସିବା ଦରକାର। ଏଥିସହ ବିନା ଭୟରେ ସତ୍ୟ ଖବର ପରିବେଷଣ କରିବା ଆବଶ୍ୟକ। ତେବେ ହିଁ ପ୍ରେସ୍‌ ସ୍ବାଧୀନତା ଦିବସର ପ୍ରକୃତ ମୂଲ୍ୟ ମିଳି ପାରିବ।
– ଡ. ସନ୍ତୋଷ କୁମାର ବିଶ୍ୱାଳ, ଆସୋସିଏଟ୍‌ ପ୍ରଫେସର, ଜର୍ନାଲିଜମ୍‌ ଆଣ୍ଡ ମାସ୍‌ କମ୍ୟୁନିକେଶନ୍‌
ଏମାନଙ୍କୁ ପ୍ରେରଣା ଦରକାର
ବର୍ତ୍ତମାନ ଓଡ଼ିଶାରେ ସାମ୍ବାଦିକମାନେ ଅନେକ ଚାପ ଓ ବିପଦରେ କାମ କରୁଛନ୍ତି, ରାଜନୈତିକ ହସ୍ତକ୍ଷେପ, ଆର୍ଥିକ ଅସୁରକ୍ଷା ଓ ସାମାଜିକ ଆକ୍ରମଣ ସେମାନଙ୍କ ସ୍ବାଧୀନତାକୁ ହରଣ କରୁଛି। ଏହି ଦିବସରେ ଆମେ ସାମ୍ବାଦିକମାନଙ୍କୁ ନିର୍ଭୀକ ହେବାକୁ, ସତ୍ୟର ସୁରକ୍ଷା କରିବାକୁ ଓ ଗଣତନ୍ତ୍ରର ପ୍ରହରୀ ହେବାକୁ ପ୍ରେରଣା ଦେବା ଜରୁରୀ। ଓଡ଼ିଶାରେ ଗଣମାଧ୍ୟମର ମର୍ଯ୍ୟାଦା ଫେରାଇ ଆଣିବାକୁ ସରକାର, ସମାଜ ଓ ସାମ୍ବାଦିକମାନେ ଏକାଠି ହୋଇ ସ୍ବଚ୍ଛ, ନୈତିକ ଓ ମୁକ୍ତ ସାମ୍ବାଦିକତାର ସ୍ବପ୍ନ ସାକାର କରିବା ଆବଶ୍ୟକ।
– ସୁରଜ କୁମାର ବେହେରା, ଜର୍ନାଲିଜମ୍‌ ଛାତ୍ର
ଗଣମାଧ୍ୟମର ସୁରକ୍ଷା ଜରୁରୀ
ବିଶ୍ୱରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ଗଣମାଧ୍ୟମର ଭୂମିକା ଅତୁଳନୀୟ। କିନ୍ତୁ ପରିବର୍ତ୍ତନର ସୁଅରେ ଆଜି କେଉଁଠି ନା କେଉଁଠି ଗଣମାଧ୍ୟମ ବାଟବଣା ହେଉଛି। ପୁଣି ‘ଗଣମାଧ୍ୟମ’ ଏବେ ଖବର ପରିବେଷଣ କରି ହିଂସାର ଶିକାର ହେଉଛି। ତେଣୁ ଗଣମାଧ୍ୟମର ସୁରକ୍ଷା ଏବେ ଜରୁରୀ ହୋଇପଡ଼ିଛି।
– ଶୁଭଶ୍ରୀ ପରିଡ଼ା, ଜର୍ନାଲିଜମ୍‌ ଛାତ୍ରୀ
ଲୋକଙ୍କ ସ୍ବର ହୋଇଛି ଗଣମାଧ୍ୟମ
ଗଣମାଧ୍ୟମ ଜନସାଧାରଣଙ୍କ ସ୍ବାର୍ଥ ପ୍ରସଙ୍ଗରେ ଉଲ୍ଲେଖ କରିବା ସହ କ୍ଷମତାରେ ଥିବା ଲୋକଙ୍କୁ ଉତ୍ତରଦାୟୀ କରିବାକୁ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସଂପୂର୍ଣ୍ଣ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଥାଏ। ଗଣମାଧ୍ୟମ ସବୁବେଳେ ଲୋକଙ୍କ ସ୍ବର ହୋଇ ସମାଜର ତୃଣମୂଳସ୍ତରରୁ ସମସ୍ୟାକୁ ସମାଧାନ କରିବା ପାଇଁ ଅହରହ ପ୍ରୟାସ କରୁଛି।
– ଦେବାଶିଷ ସାହୁ, ଜର୍ନାଲିଜମ୍‌ ଛାତ୍ର


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri