Posted inଫୁରସତ

ଗଣତନ୍ତ୍ରକୁ ମଜଭୁତ କରିଥାଏ

ସତ୍ୟ ଖବର ପରିବେଷଣର ସ୍ବାଧୀନତା ମିଳୁ
ବର୍ତ୍ତମାନ ସମୟରେ ସ୍ବାଧୀନତା ଶବ୍ଦର ପରିଭାଷା ବଦଳି ଯାଇଛି। କିଛି କ୍ଷେତ୍ରରେ ଆମେ ମତାମତକୁ ବଦଳାଇ ପାରିବା, ମାତ୍ର ସତ୍ୟକୁ କେବେବି ବଦଳାଇ ପାରିବା ନାହିଁ। କେତେକ ସମୟରେ ପରିବେଷଣ ହେଉଥିବା ଖବରରେ ସତ୍ୟାସତ୍ୟ ରହୁନାହିଁ। ଫଳରେ ଗଣମାଧ୍ୟମ ତାହାର ମୂଲ୍ୟବୋଧ ହରାଉଛି। ତେଣୁ ଏ ସବୁ ଦିଗକୁ ଧ୍ୟାନ ଦେଇ ସାମ୍ବାଦିକମାନଙ୍କୁ ସତ୍ୟ ଖବର ପରିବେଷଣର ସ୍ବାଧୀନତା ଦିଆଯିବା ଦରକାର।
– ଡ. ନଳିନୀ ପାତ୍ର, ଏଚ୍‌ଓଡି, ଜର୍ନାଲିଜମ୍‌ ଆଣ୍ଡ୍‌ ମାସ୍‌ କମ୍ୟୁନିକେଶନ୍‌, ବିଜେବି ମହାବିଦ୍ୟାଳୟ
ଦାୟିତ୍ୱପୂର୍ଣ୍ଣ, ନୈତିକତା ରହିବା ଆବଶ୍ୟକ
ତୃଣମୂଳସ୍ତରରେ କାମ କରୁଥିବା ରିପୋର୍ଟର ବା ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି ମାଲିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଦାୟିତ୍ୱପୂର୍ଣ୍ଣ, ନୈତିକତା ଆଦି ଗୁଣ ରହିବା ଜରୁରୀ। ଲୋକଙ୍କ ବାସ୍ତବ ସମସ୍ୟାକୁ ସର୍ବ ସମ୍ମୁଖକୁ ଆସିବା ଦରକାର। ଏଥିସହ ବିନା ଭୟରେ ସତ୍ୟ ଖବର ପରିବେଷଣ କରିବା ଆବଶ୍ୟକ। ତେବେ ହିଁ ପ୍ରେସ୍‌ ସ୍ବାଧୀନତା ଦିବସର ପ୍ରକୃତ ମୂଲ୍ୟ ମିଳି ପାରିବ।
– ଡ. ସନ୍ତୋଷ କୁମାର ବିଶ୍ୱାଳ, ଆସୋସିଏଟ୍‌ ପ୍ରଫେସର, ଜର୍ନାଲିଜମ୍‌ ଆଣ୍ଡ ମାସ୍‌ କମ୍ୟୁନିକେଶନ୍‌
ଏମାନଙ୍କୁ ପ୍ରେରଣା ଦରକାର
ବର୍ତ୍ତମାନ ଓଡ଼ିଶାରେ ସାମ୍ବାଦିକମାନେ ଅନେକ ଚାପ ଓ ବିପଦରେ କାମ କରୁଛନ୍ତି, ରାଜନୈତିକ ହସ୍ତକ୍ଷେପ, ଆର୍ଥିକ ଅସୁରକ୍ଷା ଓ ସାମାଜିକ ଆକ୍ରମଣ ସେମାନଙ୍କ ସ୍ବାଧୀନତାକୁ ହରଣ କରୁଛି। ଏହି ଦିବସରେ ଆମେ ସାମ୍ବାଦିକମାନଙ୍କୁ ନିର୍ଭୀକ ହେବାକୁ, ସତ୍ୟର ସୁରକ୍ଷା କରିବାକୁ ଓ ଗଣତନ୍ତ୍ରର ପ୍ରହରୀ ହେବାକୁ ପ୍ରେରଣା ଦେବା ଜରୁରୀ। ଓଡ଼ିଶାରେ ଗଣମାଧ୍ୟମର ମର୍ଯ୍ୟାଦା ଫେରାଇ ଆଣିବାକୁ ସରକାର, ସମାଜ ଓ ସାମ୍ବାଦିକମାନେ ଏକାଠି ହୋଇ ସ୍ବଚ୍ଛ, ନୈତିକ ଓ ମୁକ୍ତ ସାମ୍ବାଦିକତାର ସ୍ବପ୍ନ ସାକାର କରିବା ଆବଶ୍ୟକ।
– ସୁରଜ କୁମାର ବେହେରା, ଜର୍ନାଲିଜମ୍‌ ଛାତ୍ର
ଗଣମାଧ୍ୟମର ସୁରକ୍ଷା ଜରୁରୀ
ବିଶ୍ୱରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ଗଣମାଧ୍ୟମର ଭୂମିକା ଅତୁଳନୀୟ। କିନ୍ତୁ ପରିବର୍ତ୍ତନର ସୁଅରେ ଆଜି କେଉଁଠି ନା କେଉଁଠି ଗଣମାଧ୍ୟମ ବାଟବଣା ହେଉଛି। ପୁଣି ‘ଗଣମାଧ୍ୟମ’ ଏବେ ଖବର ପରିବେଷଣ କରି ହିଂସାର ଶିକାର ହେଉଛି। ତେଣୁ ଗଣମାଧ୍ୟମର ସୁରକ୍ଷା ଏବେ ଜରୁରୀ ହୋଇପଡ଼ିଛି।
– ଶୁଭଶ୍ରୀ ପରିଡ଼ା, ଜର୍ନାଲିଜମ୍‌ ଛାତ୍ରୀ
ଲୋକଙ୍କ ସ୍ବର ହୋଇଛି ଗଣମାଧ୍ୟମ
ଗଣମାଧ୍ୟମ ଜନସାଧାରଣଙ୍କ ସ୍ବାର୍ଥ ପ୍ରସଙ୍ଗରେ ଉଲ୍ଲେଖ କରିବା ସହ କ୍ଷମତାରେ ଥିବା ଲୋକଙ୍କୁ ଉତ୍ତରଦାୟୀ କରିବାକୁ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସଂପୂର୍ଣ୍ଣ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଥାଏ। ଗଣମାଧ୍ୟମ ସବୁବେଳେ ଲୋକଙ୍କ ସ୍ବର ହୋଇ ସମାଜର ତୃଣମୂଳସ୍ତରରୁ ସମସ୍ୟାକୁ ସମାଧାନ କରିବା ପାଇଁ ଅହରହ ପ୍ରୟାସ କରୁଛି।
– ଦେବାଶିଷ ସାହୁ, ଜର୍ନାଲିଜମ୍‌ ଛାତ୍ର


Enter your email to get our daily news in your inbox.

All Right Reserved By Dharitri.Com

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri