ଅଧାରୁ ମାଷ୍ଟର ଡିଗ୍ରୀ ଛାଡ଼ି ଷ୍ଟ୍ରିଟ୍‌ ଭେଣ୍ଡର: ଦୈନିକ ୮ ହଜାର ରୋଜଗାର

ବେଜିଂ:ଅଧ୍ୟୟନରେ ପାରଙ୍ଗମ ଥିବା ଚାଇନାର ଫେଇ ୟୁ (୨୪)ମାଷ୍ଟର ଡିଗ୍ରୀ ପଢ଼ା ଅଧାରୁ ଛାଡ଼ି ଷ୍ଟ୍ରିଟ୍‌ ଫୁଡ୍‌ଷ୍ଟଲ୍‌ ଖୋଲି ଜୀବିକା ନିର୍ବାହ କରୁଛନ୍ତି। ଗରିବ ପରିବାରରୁ ଆସିଥିବା ଫେଇ ଚାଇନାର ପ୍ରତିଷ୍ଠିତ ସିଚୁଆନ ୟୁନିଭର୍ସିଟିରୁ ପବ୍ଲିକ୍‌ ହେଲ୍‌ଥରେ ଗ୍ରାଜୁଏଶନ କରିଥିଲେ। ୨୦୨୨ରେ ସେ ଚାଇନାର ପ୍ରତିଷ୍ଠିତ ଫୁଦାନ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଡିଗ୍ରୀ ପାଇଁ ନାମ ଲେଖାଇଥିଲେ। ତେବେ ସେଠାରେ ଜଣେ ଶିକ୍ଷକଙ୍କ ନିଷ୍ଠୁର ବ୍ୟବହାର କାରଣରୁ ସେ ଡିପ୍ରେସନ୍‌କୁ ଚାଲିଯାଇଥିଲେ। ତେଣୁ ବର୍ଷକର ପଢ଼ା ପରେ ସେ ମାଷ୍ଟର ଡିଗ୍ରୀ କୋର୍ସକୁ ଅଧାରୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଫେଇ କହିଛନ୍ତି, ଫୁଦାନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବେଳେ ସେ ଅତ୍ୟନ୍ତ ଡିପ୍ରେସନ୍‌କୁ ଚାଲିଯାଇଥିଲେ। ସେତେବେଳେ ତାଙ୍କୁ ରାତିରେ ନିଦ ହେଉ ନ ଥିଲା। ଏପରି ସ୍ଥିତିରେ ସେ ଉକ୍ତ ୟୁନିଭର୍ସିଟିକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ଅଧ୍ୟୟନ ପାଇଁ ଅନ୍ୟ ସ୍ଥାନରେ ଆବେଦନ କରିଥିଲେ। ଆମେରିକାରେ ଛାତ୍ରବୃତ୍ତି ସହ ଏକ ପିଏଚ୍‌ଡି ପ୍ରୋଜେକ୍ଟ ପାଇଁ ତାଙ୍କୁ ମନୋନୀତ ମଧ୍ୟ କରାଯାଇଥିଲା। ତେବେ ଏହି ଅଫର ତାଙ୍କ ପାଇଁ ଆବଶ୍ୟକଠାରୁ ଅଧିକ ମହଙ୍ଗା ଥିଲା। ତେଣୁ ପରବର୍ତ୍ତୀ ଅଧ୍ୟୟନ ପାଇଁ ଅସମର୍ଥ ହେବାରୁ ଫେଇ ନିଜର ଏକ ଷ୍ଟ୍ରିଟ୍‌ ଫୁଡ୍‌ଷ୍ଟଲ୍‌ ଖୋଲି ଅର୍ଥ ରୋଜଗାର କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ସିଚୁଆନ ୟୁନିଭର୍ସିଟି ସମ୍ମୁଖରେ ଏକ ଫୁଡ୍‌ଷ୍ଟଲ୍‌ ଖୋଲିଥିଲେ। ଫେଇ କହିଛନ୍ତି, ସେ ତାଙ୍କ ଫୁଡ୍‌ଷ୍ଟଲ୍‌ ପାଇଁ ଦୈନିକ ୪ ଘଣ୍ଟା ପ୍ରସ୍ତୁତି କରିଥାନ୍ତି। ସେହିପରି ୪ରୁ ୫ ଘଣ୍ଟା ମଧ୍ୟରେ ତାଙ୍କ ଦୋକାନର ସମସ୍ତ ଖାଦ୍ୟ ବିକ୍ରି ହୋଇଯାଇଥାଏ। ଏହିପରି ଭାବେ ସେ ଦିନକୁ ୮ରୁ ୯ ଘଣ୍ଟା ପରିଶ୍ରମ କରି ୯୫ ଆମେରିକୀୟ ଡଲାର (ପ୍ରାୟ ୮ ହଜାର ଟଙ୍କା) ରୋଜଗାର କରୁଥିବା ଫେଇ କହିଛନ୍ତି। ତେବେ ଉଚ୍ଚ ଶିକ୍ଷା ଅଧ୍ୟୟନର ଏକ ଭଲ ସୁଯୋଗକୁ ଫେଇ ନଷ୍ଟ କରି ଦେଇଥିବା କହି ଅନେକ ଲୋକ ତାଙ୍କୁ ଥଟ୍ଟା ପରିହାସ କରନ୍ତି। ଏସବୁକୁ ନେଇ ଫେଇ କହିଛନ୍ତି, ସେ ତାଙ୍କ ଫୁଡ୍‌ଷ୍ଟଲ୍‌ ସହ ଏବେ ଖୁସି ଅଛନ୍ତି। ଏହି କାର୍ଯ୍ୟ କରି ତାଙ୍କୁ ମାନସିକ ଶାନ୍ତି ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri