ସ୍ଥାନୀୟ ପ୍ରଶାସନକୁ କଥା ଦେଇ କଥା ରଖିଲାନି ଠିକାସଂସ୍ଥା: ମରାମତି ନୋହିଲା ଷ୍ଟ୍ରିଟ୍‌ ଲାଇଟ୍‌, ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଆଉ କିଛି ଦିନ ପରେ ପାଳିବ ଶୀତ ମହୋତ୍ସବ। ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ବୈଠକରେ ବାରମ୍ବାର ଦାରିଙ୍ଗବାଡ଼ିର ସମସ୍ତ ରାସ୍ତାଘାଟରେ ଲାଗିଥିବା ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ ହୋଇପଡ଼ିଛି। ତାକୁ ତୁରନ୍ତ ମରାମତି କରାଯିବାକୁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଠିକାସଂସ୍ଥା ମଧ୍ୟ ୩ ଦିନ ମଧ୍ୟରେ ମରାମତି କାର୍ଯ୍ୟ ଆରମ୍ଭ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲା। ଇତି ମଧ୍ୟରେ ୧ ମାସ ବିତିଲା କିନ୍ତୁ ପ୍ରଶାସନକୁ କଥା ଦେଇ କଥା ରଖି ନ ଥିବା ଅଭିଯୋଗ ହେଉଛି। ଦାରିଙ୍ଗବାଡ଼ି ଅଞ୍ଚଳବାସୀ ସମେତ ଦାରିଙ୍ଗବାଡ଼ି ବୁଲିବାକୁ ଆସୁଥିବା ପର୍ଯ୍ୟଟକ ସନ୍ଧ୍ୟା ହେଲେ ଦାରିଙ୍ଗବାଡ଼ି ଅଞ୍ଚଳରେ ବୁଲିବା ସୁରକ୍ଷିତ ମଣୁ ନାହାନ୍ତି। ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି।

ସୋମବାର ବଡ଼ଦିନ ପାଳନ ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏହି ବୈଠକରେ ଏହି ଷ୍ଟ୍ରିଟ୍‌ ଲାଇଟ୍‌ ଯାହାକି ଲୋକଙ୍କୁ ଅଶାନ୍ତି କରାଉଛି। ସେ ପ୍ରସଙ୍ଗ ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ଦାରିଙ୍ଗବାଡ଼ିର ତିଆଡ଼ି ନାୟକ କହିଛନ୍ତି।

ସୂଚନାଯୋଗ୍ୟ, ୫୯ ନଂ ଜାତୀୟ ରାଜପଥକୁ ଆରକେଡି ଠିକାସଂସ୍ଥା ସମ୍ପ୍ରସାରଣ କରିଥିଲା। ଏହି ସମୟରେ ରାଜପଥ କଡ଼ରେ ପ୍ରତି ୩୦ମିଟର ଦୂରତାରେ ସୋଲାର ପ୍ୟାନେଲ, ବେଟେରୀ ଥାଇ ଷ୍ଟ୍ରିଟ୍‌ ଆଲୁଅ ବ୍ୟବସ୍ଥା କରିଥିଲା କିନ୍ତୁ ଅଳ୍ପ କିଛି ଦିନ ମଧ୍ୟରେ ପ୍ରାୟ ସମସ୍ତ ଷ୍ଟ୍ରିଟ୍‌ ଆଲୁଅରୁ ଚୋରି ସହ ଭଙ୍ଗାରୁଜା ହୋଇରହିଛି। ତେବେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଉକ୍ତ ଠିକାସଂସ୍ଥାର ରହିଥିବା ବେଳେ ସଂସ୍ଥା ଏହା କରୁ ନ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ଲୋକ ଜିଲାପାଳ ବେଦଭୂଷଣଙ୍କ ସମେତ ବାଲିଗୁଡ଼ା ଉପଜିଲାପାଳ ପ୍ରଣୀତା ଦାସ, ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଶାସନ ମଧ୍ୟ ଠିକାସଂସ୍ଥାର ପ୍ରକଳ୍ପ ପରିଚାଳକଙ୍କୁ ଡକାଇ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଲେ ଆଜି ପର୍ଯ୍ୟନ୍ତ ଠିକାସଂସ୍ଥା ନିରବ ବସିଥିବା ପୁଣି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଉକ୍ତ ବ୍ଲକର କିରିକୁଟି ପଞ୍ଚାୟତ ସମେତ ସିମନବାଡ଼ି, ଶ୍ରାନିକେତା, ଦାରିଙ୍ଗବାଡ଼ି ଏବଂ ସିଆଙ୍ଗବାଲି ପଞ୍ଚାୟତ ଦେଇ ଯାଇଥିବା ରାଜପଥ କଡ଼ରେ ଏବେ ୩ ଶହରୁ ଊର୍ଦ୍ଧ୍ୱ ଷ୍ଟ୍ରିଟ୍‌ ଆଲୁଅ ଅଚଳ ହୋଇପଡ଼ିଛି। ଏନେଇ ଆରକେଡିର ପ୍ରକଳ୍ପ ପରିଚାଳକ ଶିଶିର ସ୍ବାଇଁଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ପ୍ରାୟ ଚୋରି ହୋଇଯାଇଛି। ତେଣୁ ଷ୍ଟ୍ରିଟ୍‌ଆଲୁଅକୁ ସ୍ବାଭାବିକ କରିବା ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଡ଼ ଚାଲିଛି ଦିନେ କି ଦୁଇ ଦିନ ମଧ୍ୟରେ ମରାମତି କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri