ଚକିତ କଲା ଦେଶୀ କୁକୁର ‘ଟମି’

‘ଓବିଡିଏନ୍ସ ଟ୍ରାଏଲ୍ସ’ ପ୍ରତିଯୋଗିତାରେ ପ୍ରଥମଥର ଭାଗ ନେଇଥିଲା ଏକ ଦେଶୀ କୁକୁର। ଦେଶୀ ହୋଇଥିଲେ ମଧ୍ୟ ସେ ଅନ୍ୟକୁକୁରଙ୍କଠାରୁ କୌଣସି ଗୁଣରେ କମ୍‌ ନ ଥିଲା। ଭୁବନେଶ୍ୱରର ଗୌରବ ଅଗ୍ରଓ୍ବାଲଙ୍କ ଏହି ଦେଶୀ କୁକୁର ‘ଟମି’ ନିଜ କୌଶଳ ଦେଖାଇ ସେ ସମସ୍ତଙ୍କୁ ଚକିତ କରିଦେଇଥିଲା। ସେ ଯେଉଁ ରାଉଣ୍ଡରେ ଅଂଶଗ୍ରହଣ କରିଥିଲା, ସେଥିରେ ସେ ପ୍ରଥମ ମଧ୍ୟ ହୋଇଥିଲା। ତେବେ ଏହି କୁକୁରର କାହାଣୀ ଶୁଣିଲେ ମଧ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହେବେ। ଗୌରବ ଜଣେ ନବମ ଶ୍ରେଣୀର ଛାତ୍ର। କୁକୁର ରଖିବା ପାଇଁ ତାଙ୍କର ବହୁ ଇଚ୍ଛା ଥିଲେ ମଧ୍ୟ ଘର ଲୋକଙ୍କ ବାରଣ ଯୋଗୁ ସେ କୌଣସି କୁକୁର କିଣି ରଖିପାରୁ ନ ଥିଲେ। ୬ମାସ ତଳେ ନିଜ ଘର ପାଖରେ ଏକ ଦେଶୀ କୁକୁର ଛୁଆ ଦେଇଥିଲା। ସେଥିରୁ ଗୌରବ ଗୋଟିଏ କୁକୁର ଛୁଆକୁ ଘରକୁ ଆଣି ପାଖରେ ରଖିବାକୁ ଚାହିଁଥିଲେ। ଏଥିପାଇଁ ସେ ପ୍ରଥମେ ଜେଜେ ବାପାଙ୍କୁ ମନାଇଥିଲେ। ଏହାପରେ ଘର ଲୋକଙ୍କୁ କହିଥିଲେ। ଏପରିକି କୁକୁର ଛୁଆଟି ଦେଖିବାକୁ ଲାବ୍ରାଡର ଭଳି ହୋଇଥିବାରୁ ଗୌରବ ଘର ଲୋକଙ୍କୁ ତାହା ‘ଲାବ୍ରାଡର’ ବୋଲି କହିଥିଲେ। କିନ୍ତୁ ୧୫-୨୦ଦିନ ପରେ ଘର ଲୋକ ତାହା ଏକ ଦେଶୀ କୁକୁର ବୋଲି ଜାଣିଗଲେ। ସେଥିପାଇଁ ଗୌରବଙ୍କୁ ଆଜି ପର୍ଯ୍ୟନ୍ତ ଗାଳି ଶୁଣିବାକୁ ପଡ଼ୁଛି। ତେବେ ପ୍ରତିଯୋଗିତାରେ ଭାଗ ନେବା ସମ୍ପର୍କରେ ଗୌରବ କୁହନ୍ତି, ନିଜର ପାରଦର୍ଶିତା ଥିଲେ ସବୁ କୁକୁର ସଫଳତା ପାଇପାରିବେ। ଡଗ୍‌ ଶୋ’ରେ ଅଂଶଗ୍ରହଣ କରିବା ପାଇଁ କୌଣସି ବିଦେଶୀ କୁକୁର ନିହାତି ଆବଶ୍ୟକତା ନାହିଁ। ଦେଶୀ କୁକୁର ବି ସାମିଲ ହୋଇପାରିବେ। ‘ଟମି’ ଗତ ୩ମାସ ହେଲା ଅନ୍ୟ କୁକୁରଙ୍କ ଭଳି ଟ୍ରେନିଂ ନେଉଛି। ଏଥର ପ୍ରଥମଥର ପାଇଁ ଶୋ’ରେ ଭାଗ ନେଇଛି। ଆଗକୁ ଆହୁରି ଭଲ ଭାବେ ପ୍ରସ୍ତୁତ ହୋଇ ଅଂଶଗ୍ରହଣ କରିବ। ତେବେ ଭବିଷ୍ୟତରେ ମୁଁ କୌଣସି ବିଦେଶୀ କୁକୁର କିଣିବି ନାହିଁ ବୋଲି ଗୌରବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

ବିଜେଡି ପ୍ରତିଷ୍ଠା ଦିବସରେ ବଡ଼ ଘୋଷଣା କଲେ ନବୀନ ପଟ୍ଟନାୟକ: ଆଗକୁ ଦଳ…

ଭୁବନେଶ୍ବର,୨୬।୧୨: ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ...

ବିଜେଡି ପ୍ରତିଷ୍ଠା ଦିବସରେ ଏକତାର ମନ୍ତ୍ର ଦେଲେ ପ୍ରଫୁଲ୍ଲ ଘଡ଼େଇ, କହିଲେ ନବୀନ ପଟ୍ଟନାୟକଙ୍କୁ…

ଭୁବନେଶ୍ୱର,୨୬।୧୨:  ଆଜି ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ପାଳୁଛି ।  ପ୍ରତିଷ୍ଠା ଦିବସ ପାଇଁ ଶଙ୍ଖ ଭବନ ସଜେଇ ହୋଇଥିବା ବେଳେ ନବୀନ...

ବଡ଼ଧରଣର ଭିଜିଲାନ୍ସ ରେଡ୍: ଏକକାଳୀନ ଫରେଷ୍ଟରଙ୍କ ୫ଟି ଠିକଣାରେ ଚଢ଼ାଉ

କୋରାପୁଟ,୨୬।୧୨(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଶୁକ୍ରବାର କୋରାପୁଟ ଫରେଷ୍ଟ ଡିଭିଜନ୍‌ର ଫରେଷ୍ଟର ନିରଞ୍ଜନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri