ଚକିତ କଲା ଦେଶୀ କୁକୁର ‘ଟମି’

‘ଓବିଡିଏନ୍ସ ଟ୍ରାଏଲ୍ସ’ ପ୍ରତିଯୋଗିତାରେ ପ୍ରଥମଥର ଭାଗ ନେଇଥିଲା ଏକ ଦେଶୀ କୁକୁର। ଦେଶୀ ହୋଇଥିଲେ ମଧ୍ୟ ସେ ଅନ୍ୟକୁକୁରଙ୍କଠାରୁ କୌଣସି ଗୁଣରେ କମ୍‌ ନ ଥିଲା। ଭୁବନେଶ୍ୱରର ଗୌରବ ଅଗ୍ରଓ୍ବାଲଙ୍କ ଏହି ଦେଶୀ କୁକୁର ‘ଟମି’ ନିଜ କୌଶଳ ଦେଖାଇ ସେ ସମସ୍ତଙ୍କୁ ଚକିତ କରିଦେଇଥିଲା। ସେ ଯେଉଁ ରାଉଣ୍ଡରେ ଅଂଶଗ୍ରହଣ କରିଥିଲା, ସେଥିରେ ସେ ପ୍ରଥମ ମଧ୍ୟ ହୋଇଥିଲା। ତେବେ ଏହି କୁକୁରର କାହାଣୀ ଶୁଣିଲେ ମଧ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହେବେ। ଗୌରବ ଜଣେ ନବମ ଶ୍ରେଣୀର ଛାତ୍ର। କୁକୁର ରଖିବା ପାଇଁ ତାଙ୍କର ବହୁ ଇଚ୍ଛା ଥିଲେ ମଧ୍ୟ ଘର ଲୋକଙ୍କ ବାରଣ ଯୋଗୁ ସେ କୌଣସି କୁକୁର କିଣି ରଖିପାରୁ ନ ଥିଲେ। ୬ମାସ ତଳେ ନିଜ ଘର ପାଖରେ ଏକ ଦେଶୀ କୁକୁର ଛୁଆ ଦେଇଥିଲା। ସେଥିରୁ ଗୌରବ ଗୋଟିଏ କୁକୁର ଛୁଆକୁ ଘରକୁ ଆଣି ପାଖରେ ରଖିବାକୁ ଚାହିଁଥିଲେ। ଏଥିପାଇଁ ସେ ପ୍ରଥମେ ଜେଜେ ବାପାଙ୍କୁ ମନାଇଥିଲେ। ଏହାପରେ ଘର ଲୋକଙ୍କୁ କହିଥିଲେ। ଏପରିକି କୁକୁର ଛୁଆଟି ଦେଖିବାକୁ ଲାବ୍ରାଡର ଭଳି ହୋଇଥିବାରୁ ଗୌରବ ଘର ଲୋକଙ୍କୁ ତାହା ‘ଲାବ୍ରାଡର’ ବୋଲି କହିଥିଲେ। କିନ୍ତୁ ୧୫-୨୦ଦିନ ପରେ ଘର ଲୋକ ତାହା ଏକ ଦେଶୀ କୁକୁର ବୋଲି ଜାଣିଗଲେ। ସେଥିପାଇଁ ଗୌରବଙ୍କୁ ଆଜି ପର୍ଯ୍ୟନ୍ତ ଗାଳି ଶୁଣିବାକୁ ପଡ଼ୁଛି। ତେବେ ପ୍ରତିଯୋଗିତାରେ ଭାଗ ନେବା ସମ୍ପର୍କରେ ଗୌରବ କୁହନ୍ତି, ନିଜର ପାରଦର୍ଶିତା ଥିଲେ ସବୁ କୁକୁର ସଫଳତା ପାଇପାରିବେ। ଡଗ୍‌ ଶୋ’ରେ ଅଂଶଗ୍ରହଣ କରିବା ପାଇଁ କୌଣସି ବିଦେଶୀ କୁକୁର ନିହାତି ଆବଶ୍ୟକତା ନାହିଁ। ଦେଶୀ କୁକୁର ବି ସାମିଲ ହୋଇପାରିବେ। ‘ଟମି’ ଗତ ୩ମାସ ହେଲା ଅନ୍ୟ କୁକୁରଙ୍କ ଭଳି ଟ୍ରେନିଂ ନେଉଛି। ଏଥର ପ୍ରଥମଥର ପାଇଁ ଶୋ’ରେ ଭାଗ ନେଇଛି। ଆଗକୁ ଆହୁରି ଭଲ ଭାବେ ପ୍ରସ୍ତୁତ ହୋଇ ଅଂଶଗ୍ରହଣ କରିବ। ତେବେ ଭବିଷ୍ୟତରେ ମୁଁ କୌଣସି ବିଦେଶୀ କୁକୁର କିଣିବି ନାହିଁ ବୋଲି ଗୌରବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ଏତେ ପରିମାଣର ନଗଦ ଟଙ୍କା

ଭୁବନେଶ୍ୱର,୮।୪: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri