୨୦ ଏକର ଜମିରେ କୋଟିଆରେ ଷ୍ଟ୍ରବେରି ଚାଷ

କୋରାପୁଟ,୧୯ା୧(ସ୍ବ.ପ୍ର.): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ଅଞ୍ଚଳରେ ଥଣ୍ଡା ଜଳବାୟୁ ଓ ଉତ୍ତମ ପରିବେଶ ଯୋଗୁ ଷ୍ଟ୍ରବେରି ଚାଷ ବେଶ୍‌ ଭଲ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଗତ ୨ ବର୍ଷ ହେଲା ଉକ୍ତ ଅଞ୍ଚଳରେ ଷ୍ଟ୍ରବେରି ଚାଷ ଆରମ୍ଭ କରିଛି। ଆଇଟିଡିଏ ଏହାର ଦାୟିତ୍ୱ ନେଇଛି। ଚଳିତ ବର୍ଷ ଏହି ଅଞ୍ଚଳରେ ସ୍ଥାନୀୟ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପ୍ରାୟ ୨୦ ଏକର ଜମିରେ ଜୈବିକ ପ୍ରଣାଳୀରେ ଷ୍ଟ୍ରବେରି ଚାଷ କରାଯାଉଥିବା ଜିଲାପାଳ ଅବଦାଲ ଏମ୍‌. ଅଖତାର କହିଛନ୍ତି। କୋଟିଆର ଜାନିଗୁଡ଼ା ଗ୍ରାମରେ ୩ ଏକର ଜମି, ଫାଟୁସିନେରି ଗ୍ରାମରେ ୯ ଏକର ଜମି ଓ ନୂଆଗଁା ପଞ୍ଚାୟତର ଗାଲିଗାବଦର ଗ୍ରାମରେ ୮ ଏକର ଜମିରେ ଏହି ଚାଷ କରାଯାଉଛି । ଜୈବିକ ପ୍ରଣାଳୀରେ କରାଯାଉଥିବା ଏହି କୋଟିଆ ଷ୍ଟ୍ରେବରିର ଦାମ କେଜି ପ୍ରତି ୫ ଶହ ଟଙ୍କା ରଖାଯାଇଛି। ପ୍ରତି ୨ ଶହ ଗ୍ରାମକୁ ନେଇ ଏକ ପ୍ୟାକେଟ କରାଯାଇଛି ା ଏହାର ମୂଲ୍ୟ ଶହେ ଟଙ୍କା ରଖାଯାଇଛି। ଫାଟୁସିନେରି ଗ୍ରାମରେ ୯ ଏକର ଜମିରେ ଏହି ଚାଷ ଗତ ମାସକ ତଳେ ଆରମ୍ଭ ହୋଇଥିବାବେଳେ ଜାନିଗୁଡା ଗ୍ରାମରେ ୩ ଏକର ଜମିରେ ହେଇଥିବା ଷ୍ଟ୍ରବେରି ଚାଷରୁ ବର୍ତ୍ତମାନ ଷ୍ଟ୍ରବେରି ଅମଳ ଆରମ୍ଭ ହୋଇଛି। ଗାଲିଗବଦର ଗ୍ରାମରେ ଆସନ୍ତା ସପ୍ତାହକ ମଧ୍ୟରେ ଅମଳ ହେବ ବୋଲି ଆଇଟିଡିଏର ଟେକନିକାଲ ଅଧିକାରୀ କାଶୀ ପ୍ରସାଦ ନାୟକ କହିଛନ୍ତି। ସେହିପରି ଏହି ଷ୍ଟ୍ରବେରି ଚାଷ ଓ ଏହାର ବିକ୍ରି ଦାୟିତ୍ୱ କୃଷି ପରାମର୍ଶଦାତା ଶିବ ବେହେରା ଓ ଯାନ୍ତ୍ରିକ ପରାମର୍ଶଦାତା ସତ୍ୟ ମହାନ୍ତି ନେଇଛନ୍ତି। ଜୈବିକ ପ୍ରଣାଳୀରେ କରାଯାଉଥିବା ଏହି ଷ୍ଟ୍ରବେରିର ଚାହିଦା ଜିଲା, ଜିଲା ବାହାରେ ଏବଂ ପଡୋଶୀ ଆନ୍ଧ୍ରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri