Categories: ଜାତୀୟ

୨୦୧୯ ଲୋକ ସଭା ନିର୍ବାଚନରେ ପରାଜିତ ହୋଇଥିବା ୧୪୪ ଆସନ ନେଇ ରଣନୀତି ପ୍ରସ୍ତୁତ…

ନୂଆଦିଲ୍ଲୀ, ୬।୯ : ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତି ଆରମ୍ଭ କରିଛି। ଏହି ମର୍ମରେ ମଙ୍ଗଳବାର ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ହା, କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସଂଗଠନର ସାଧାରଣ ସମ୍ପାଦକ ବି.ଏଲ ସନ୍ତୋଷ କେନ୍ଦ୍ର ମନ୍ତ୍ରୀଙ୍କ ସହ ୧୪୪ ଲୋକସଭା ଆସନରେ ଦଳକୁ ମଜବୁତ କରିବା ଯୋଜନାର ସମୀକ୍ଷା କରିଛନ୍ତି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ଗତ ୨୦୧୯ ଲୋକ ସଭା ନିର୍ବାଚନରେ ଦଳ ପରାଜିତ ହୋଇଥିବା ୧୪୪ ଆସନ ନେଇ ରଣନୀତି ପ୍ରସ୍ତୁତ ହୋଇଛି। ବୈଠକରେ ଏସବୁ ଆସନରେ ଭାଜପାର ସ୍ଥିତିକୁ ବିଶ୍ଳେଷଣ କରାଯାଇଥିଲା। ୨୦୨୪ ନିର୍ବାଚନରେ ଏସବୁ ଆସନରେ ଦଳର ବିଜୟ ନିଶ୍ଚିତ କରିବାକୁ ଆବଶ୍ୟକ ପଦକ୍ଷେପଗୁଡିକ ଚିହ୍ନଟ କରାଯାଇଥିଲା। ଏସବୁ ନିର୍ବାଚନମଣ୍ଡଳୀ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରାଯାଇଛି।

Share