ସରକାରଙ୍କୁ ଘେରିବାକୁ ରଣକୌଶଳ

ଭୁବନେଶ୍ୱର,୧୮।୨(ବ୍ୟୁରୋ):ଗୁରୁବାରଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିିଛନ୍ତି। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସହ ମୁଲତବୀ ଆଲୋଚନା ଥିବାରୁ ଚଳିତ ଅଧିବେଶନ ବେଶ୍‌ ସରଗରମ ହେବ। ବିପଯର୍‌ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ସୀମା ବିବାଦ, ମଣ୍ଡିରୁ ଧାନ ନ ଉଠିବା, ମାହାଙ୍ଗା ହତ୍ୟାକାଣ୍ଡ, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ଆଦି ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ଓ ଭାଜପା ସରକାରଙ୍କୁ କାଠଗଡ଼ାରେ ଛିଡା କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ବିରୋଧୀଙ୍କୁ ମୁକାବିଲା କରିବା ନେଇ ଶାସକ ବିଜେଡି ମଧ୍ୟ ରଣନୀତି ପ୍ରସ୍ତୁତ କରିଛି। କେନ୍ଦ୍ର ଅବହେଳା, ରେଳ ବଜେଟରେ ଓଡ଼ିଶାକୁ ଅଣଦେଖା, କେନ୍ଦ୍ରୀୟ ଯୋଜନା ହ୍ରାସ ଆଦି ପ୍ରସଙ୍ଗରେ କେନ୍ଦ୍ରର ଭାଜପା ପରିଚାଳିତ ଏନ୍‌ଡିଏ ସରକାରଙ୍କୁ ବିଜେଡି ଟାର୍ଗେଟ କରିବା ନେଇ ରଣନୀତି ପ୍ରସ୍ତୁତ କରିଛି।
ବୁଧବାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭାଜପା ବିଧାୟକ ଦଳ ବୈଠକରେ ମଣ୍ଡିରୁ ଧାନ ନ ଉଠିବା, ମାହାଙ୍ଗା ହତ୍ୟାକାଣ୍ଡ, ବିପଯର୍‌ୟସ୍ତ ଆଇନଶୃଙ୍ଖଳା, ସୀମା ବିବାଦ, ପିଏମ୍‌ ଆବାସ ଘୋଟାଲା ସହ ରାଜ୍ୟରେ ମହିଳା ସୁରକ୍ଷା, ବେକାରି, ଖଣି ଦୁର୍ନୀତି, କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ଲାଗୁ ନ କରିବା, ପାନୀୟ ଜଳ ଅଭାବ ଆଦି ବିଭିନ୍ନ ପ୍ରସଙ୍ଗରେ ଭାଜପା ସରକାରଙ୍କଠାରୁ କୈଫିୟତ ତଲବ କରିବାକୁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଥିଲା। ଚଳିତ ଅଧିବେଶନରେ ରାଜ୍ୟର ବିଭିନ୍ନ ସମସ୍ୟା ଉଠାଇବା ସହ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଉପରେ ସରକାରଙ୍କୁ ପ୍ରଶ୍ନ କରିବ ବୋଲି ବିରୋଧୀ ଦଳ ନେତା କହିଛନ୍ତି ା ୨୦ ବର୍ଷ ଶାସନ ପରେ ବି ରାଜ୍ୟ ସରକାର ସୀମା ବିବାଦର ସମାଧାନ କରିପାରିଲେ ନାହିଁ ା ସୀମାନ୍ତବର୍ତ୍ତୀ ଗ୍ରାମଗୁଡିକରେ ଓଡ଼ିଶା ସରକାର ବିକାଶମୂଳକ କାର୍ଯ୍ୟ ପହଞ୍ଚାଇବାରେ ବିଫଳ ହୋଇଛନ୍ତି ା ଗତ ୧୩ ତାରିଖରୁ ପଡୋଶୀ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବା ପରେ ବି ରାଜ୍ୟ ସରକାର ଜାଣିପାରିଲେ ନାହିଁ ା ସରକାରଙ୍କଠାରୁ ଏ ନେଇ ଜବାବ ତଲବ କରାଯିବ ବୋଲି ସେ କହିଛନ୍ତି। ଟୋକନ ଓ ଟାର୍ଗେଟ୍‌ ବ୍ୟବସ୍ଥା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡିରହୁଛି ା ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି ା କେନ୍ଦ୍ରୀୟ ଯୋଜନାର ଅର୍ଥକୁ ଦଳୀୟ ଆଧାରରେ ଶାସକ ବିଜେଡିର ନେତା ଓ କର୍ମୀମାନଙ୍କୁ୍‌ ବଣ୍ଟନ କରାଯାଉଛି ା କରୋନା ମୁକାବିଲା ପାଇଁ ଆସିଥିବା କେନ୍ଦ୍ରୀୟ ଅର୍ଥକୁ ରାଜ୍ୟ ସରକାର ହଡପ କରିଛନ୍ତି ା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆସିଥିବା ଚାଉଳ, ଡାଲି ବଣ୍ଟନରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେବା ଆଦି ପ୍ରସଙ୍ଗକୁ ଗୃହରେ ଉଠାଯିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ା
ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ଯୋଜନା କରିଛି। ତୈଳ ଦର ବୃଦ୍ଧି, ଆଇନଶୃଙ୍ଖଳା, ଧାନର ଅଭାବୀ ବିକ୍ରି, ସୀମା ବିବାଦ, ବେକାରି ସମସ୍ୟା, ଜଳସେଚନ ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଅଡୁଆରେ ପକାଇବାକୁ ଯୋଜନା କରୁଛି। ବୁଧବାର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଭାଜପା ଓ କଂଗ୍ରେସ ଅଲଗା ଅଲଗା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି। ତେବେ କେତେକ ପ୍ରସଙ୍ଗରେ ଏକାଠି ବିରୋଧ କରିବା ନେଇ ସୂଚନା ମିଳିଛି।
ବିରୋଧୀଙ୍କ ଯେକୌଣସି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ବୋଲି ବିଜେଡି ବିଧାୟକ ଦଳ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। କେନ୍ଦ୍ରୀୟ ଅବହେଳା, ରେଳ ବଜେଟରେ ଓଡ଼ିଶାକୁ ଅବହେଳା, ଅନୁଦାନ ହ୍ରାସ ଇତ୍ୟାଦି ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା ହେବ ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ଅନୁଦାନ କମିବା ଏବଂ ଦ୍ରବ୍ୟ ସେବା ଟିକସ (ଜିଏସ୍‌ଟି) ହ୍ରାସ ଯୋଗୁ ରାଜ୍ୟ ଗତ ୫ ବର୍ଷରେ ପ୍ରାୟ ୬୦ ହଜାର କୋଟି ହରାଇଛି। ଏଥିସହିତ ଚଳିତ ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ ହେବ ବୋଲି ସେ କହିଛନ୍ତି।
ବୁଧବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ଜରିଆରେ ଏହି ବୈଠକରେ ଯୋଗ ଦେଇଥିଲେ। ବୈଠକରେ ସରକାରୀ ଯୋଜନାକୁ କିପରି ଜନସାଧାରଣଙ୍କ ପାଖରେ ପହଞ୍ଚାଯାଇ ପାରିବ ସେ ନେଇ ବିଧାୟକମାନେ ଲୋକଙ୍କ ନିକଟକୁ ଯିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ବରଗଡ଼ରେ ବିଗୁଡୁଛି ଆଇନ ଶୃଙ୍ଖଳା: ତାତିଲା ଓକିଲ ସଂଘ,ଏସ୍‌ପିଙ୍କ ବଦଳି ଦାବିରେ…

ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌ ହେଉଛି। ବିଚ୍‌ରାସ୍ତା ଉପରେ ଜନଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟୁଛି। ଏଭଳି…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri