Categories: ଫୁରସତ

ବିଚିତ୍ର ଗଛ: ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଆମ ଜୀବନରେ ଗଛ ଏବଂ ଉଦ୍ଭିଦଗୁଡ଼ିକର ମହତ୍ତ୍ୱ ରହିଛି। ଗଛ ସାହାଯ୍ୟରେ ଆମେ ବାୟୁ, ବର୍ଷା ଏବଂ ଖାଦ୍ୟ ପାଇଥାଉ। ପରିବେଶକୁ ସଫା ରଖିବାରେ ମଧ୍ୟ ଗଛଗୁଡ଼ିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଦୁନିଆରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି, ଯାହା ଆକାର ଏବଂ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। କେତେକ ସୁନ୍ଦର ଏବଂ ଅଜବ ମଧ୍ୟ। କେତେକ ଗଛରୁ ଅନେକ ପ୍ରକାରର ଗୁଣ ମିଳିଥାଏ। ଆମମାନଙ୍କ ମଧ୍ୟରୁ ଅନେକଙ୍କର ଗଛ ପାଇଁ ଏକ ଭଲପାଇବା ଅଛି। ସମସ୍ତେ ଗଛର ଫଳ ଏବଂ ଫୁଲକୁ ପସନ୍ଦ କରନ୍ତି। ଅନ୍ୟପକ୍ଷରେ ପୃଥିବୀରେ ଏମିତି କିଛି ବିଚିତ୍ର ଗଛ ଅଛି, ଯାହା ସମ୍ପର୍କରେ କ୍ୱଚିତ୍‌ ଲୋକ ଜାଣିଛନ୍ତି। ତେବେ ଜାଣନ୍ତୁ ଏପରି ଅଜବ ତଥା ବିଚିତ୍ର ଗଛ ସମ୍ପର୍କରେ…

ଡ୍ରାଗନ ଟ୍ରି:

ଡ୍ରାଗନ ଟ୍ରି ସାଧାରଣ ଗଛଠାରୁ ବିଚିତ୍ର ଦେଖାଯାଏ। ଏହାର ଆକାର କିଛି ଛତା ପରି ଦେଖାଯାଇଥାଏ। ଏହି ଗଛ ମୁଖ୍ୟତଃ କେନେରୀ ଆଇଲ୍ୟାଣ୍ଡରେ ଦେଖିବାକୁ ମିଳିଥାଏ। ଏଠାରେ ରହୁଥିବା ଲୋକେ କୁହନ୍ତି, ଏହି ଗଛର ଅନେକ ଧାର୍ମିକ ମହତ୍ତ୍ୱ ରହିଛି। କେନେରୀ ବ୍ୟତୀତ ଏହି ଗଛ ମେକ୍ସିକୋର କିଛି ଭାଗରେ ମଧ୍ୟ ଦେଖାଯାଇଥାଏ। ଏହି ଗଛ ୬୫୦ରୁ ୧୦୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ।

Share