Posted inଫୁରସତ

ସୁନାରୁପା ଅଳଙ୍କାର ନୁହେଁ, ପ୍ରତିଶୋଧ ନେବାକୁ ବୃଦ୍ଧ ଚୋରି କରୁଥିଲେ ଏମିତି ଜିନିଷ; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜାପାନର ରାଜଧାନୀ ଟୋକିଓରେ ରହୁଥିବା ଜଣେ ୬୧ ବର୍ଷର ବୃଦ୍ଧ କୌଣସି ସୁନାରୁପା ଅଳଙ୍କାର ନୁହେଁ, ଏମିତି ଜିନିଷ ଚୋରି କରୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତଥାପି ଏପରି ଏକ ମଜାଳିଆ ଘଟଣା ନଜରକୁ ଆସିଛି। ଅଭିଯୁକ୍ତଙ୍କ ନାମ ଆକିୟୋ ହତୋଡ଼ି। ସହରରେ ଲଗାତାର ସାଇକେଲ ସିଟ୍‌ ଚୋରି ହେଲା। ଫଳରେ ପୋଲିସ ପାଇଁ ଚିନ୍ତା ବଢ଼ିଗଲା। ଆକିୟୋ ପ୍ରଥମଥର ଅଗଷ୍ଟ ମାସରେ ଏକ ସାଇକେଲ ସିଟ୍‌ ଚୋରି କଲେ। ଯେଉଁ ବ୍ୟକ୍ତିଙ୍କର ସାଇକେଲ ସିଟ୍‌ ଚୋରି ହୋଇଥିଲା ସେ ସନ୍ଦେହରେ ଆକିୟୋଙ୍କ ନାମରେ ମାମଲା ରୁଜୁ କରିଥିଲେ। ପୋଲିସ ମଧ୍ୟ ସିସିଟିଭି ଫୁଟେଜ୍‌ରୁ ଆକିୟୋଙ୍କୁ ଚିହ୍ନି ପାରିଥିଲା। ପୋଲିସ ତାଙ୍କୁ ଗିରଫ କରିବାରୁ ଘରେ ଏତେସଂଖ୍ୟକ ସାଇକେଲ ସିଟ୍‌ ସେ ଚୋରି କରି ରଖିଥିବା ଜାଣିବାକୁ ପାଇଥିଲା। ଏତେ ସଂଖ୍ୟକ ସାଇକେଲ ସିଟ୍‌ ଚୋରି କରିବା ପଛରେ ଏକ କାରଣ ବି ରହିଛି।
ପୋଲିସକୁ ଦେଇଥିବା ବୟାନରେ ହତୋଡ଼ି କହିଛନ୍ତି, ୨୦୧୮ରେ ତାଙ୍କ ସାଇକେଲର ସିଟ୍‌ କେହି ଚୋରାଇ ନେଇଥିଲା। ଏହା ଫଳରେ ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ତେଣୁ ସେ ଏହାର ପ୍ରତିଶୋଧ ନେବାକୁ ସେହିଦିନଠାରୁ ସାଇକେଲ ସିଟ୍‌ ସବୁ ଚୋରି କରି ଆଣୁଥିଲେ। ତାଙ୍କୁ ଯେଉଁ ସମସ୍ୟାରେ କେହି ପକାଇଛି ସେ ଅନ୍ୟକୁ ମଧ୍ୟ ଏପରି ସମସ୍ୟାରେ ପକାଇବେ ବୋଲି ନିଷ୍ପତ୍ତି ନେଲେ। ଫଳରେ ଗୋଟିଏ ପରେ ଗୋଟିଏ ସାଇକେଲ ସିଟ୍‌ ଚୋରି କରିବାରେ ଲାଗିଲେ। ଯେଉଁଥିପାଇଁ ଧରାପଡ଼ି ସେ ଏବେ ଜେଲ୍‌ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଶହ ଶହ ଖାଲ ଢିପ ଯୋଗୁ ଯାତାୟାତରେ ସମସ୍ୟା, ଚେତାବନୀ ଦେଲେ ସହରବାସୀ, ମରାମତି ନ ହେଲେ ଆଗାମୀ ଦିନରେ…

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗୀର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

କଟକ ଜିଲାପାଳଙ୍କ ଜନଶୁଣାଣୀ ବେଳେ ଅଭାବନୀୟ ଘଟଣା, ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ….

କଟକ ସଦର,୨୭।୭(ସୁଶାନ୍ତ କୁମାର ଜେନା): କିଶନ ନଗର ତହସିଲ କାର୍ଯ୍ୟାଳୟରେ ସୋମବାର କଟକ ଜିଲାପାଳଙ୍କ ଜନଶୁଣାଣୀ ଶିବିର ଚାଲିଥିଲା । ଏହି ସମୟରେ ଏକ ଅଭାବନୀୟ ଘଟଣା…

ନୂଆ ସ୍ବପ୍ନ, ନୂଆ ଲକ୍ଷ୍ୟ: ମହାବିଦ୍ୟାଳୟରେ ପାଦ ଥାପିଥିବା ନବାଗତ ଛାତ୍ରୀଛାତ୍ରଙ୍କୁ ପରାମର୍ଶ, ଉପସ୍ଥାନ କମ୍‌ ରହିଲେ…

ଭଞ୍ଜନଗର, ୨୭।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ସୋମବାର ଯୁକ୍ତ ୩…

E20 ବିବାଦ: ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ନିତିନ ଗଡକରୀ

ନୂଆଦିଲ୍ଲୀ, ୨୭।୭: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସୋସିଆଲ ମିଡିଆରେ ପ୍ରସାରିତ ଡିପଫେକ୍ ଭିଡିଓ ଏବଂ ମାନହାନିଜନକ ପୋଷ୍ଟ ସମ୍ପର୍କରେ ବମ୍ବେ…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ, ଆତ୍ମସମର୍ପଣ କଲେ ପୂର୍ବତନ ଡିଏଫଓ

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା): ବହୁଚର୍ଚ୍ଚିତ ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃମାମଲାରେ ତତ୍କାଳୀନ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ସୋମବାର ପାରଳାଖେମୁଣ୍ଡି ଏସଡିଜେଏମ୍‌ଙ୍କ(SDJM) ଅଦାଲତରେ ଆତ୍ମସମର୍ପଣ କରିଛନ୍ତି।…

ଜଣାପଡିଲା ଭାଜପାର ଭିତିରି ଗେମ୍‌: ଇସ୍ତଫା ଦେବା ପରେ ଧର୍ମେନ୍ଦ୍ରଙ୍କୁ ମିଳିବ ଏହି ବଡ଼ ଦାୟିତ୍ୱ! ଓଡ଼ିଶାରେ…

ନୂଆଦିଲ୍ଲୀ, ୨୭॥୭: ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ବେଳେ ପ୍ରହ୍ଲାଦ ଜୋଶୀଙ୍କୁ ଦେଶର ନୂତନ ଶିକ୍ଷାମନ୍ତ୍ରୀ ଭାବେ…

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

ମୁଖ ଗହ୍ବର କ୍ୟାନ୍‌ସର ପଛର କିଛି କଥା…

କଥାରେ ଅଛି-କ୍ୟାନ୍‌ସର: ନୋ ଆନ୍‌ସର। କିନ୍ତୁ ଆଜିକାଲି ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରୁଛି ଏବଂ ତାହାର ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। କିନ୍ତୁ ଯଦି ଅବହେଳାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri