ନିର୍ବାଚନ ସମୟରେ ନେତାଙ୍କ ଅଜବ ପ୍ରତିଶ୍ରୁତି

ଚେନ୍ନାଇ,୨୭।୩: ଦେଶରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ବେଶ୍‌ ସରଗରମ ରହିଛି। ରାଜନୈତିକ ଦଳଗୁଡ଼ିକ ନିଜ ନିଜର ଘୋଷଣା ପତ୍ର ଜାରି କରିଛନ୍ତି। ମତଦାତାମାନଙ୍କୁ ଆକର୍ଷିତ କରିବା ପାଇଁ କେହି କେହି ପ୍ରାର୍ଥୀ ଚାକିରି, ଘର, ଶିକ୍ଷା ଆଦି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥାନ୍ତି। ମାତ୍ର ଆଜି ଜଣେ ଏମିତି ରାଜନେତାଙ୍କ ବିଷୟରେ କହିବୁ ଯେ କି ଲୋକଙ୍କୁ ଅଜବ ପ୍ରତିଶ୍ରୁତି ଦେଇଥିଲେ।

ତାମିଲନାଡୁର ତିରୁପୁର ଅଞ୍ଚଳରେ ଏଏମ୍‌ ଶେଖ୍‌ ଦାଉଦ୍‌ ନାମକ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଲୋକସଭା ନିର୍ବାଚନରେ ମତଦାତାମାନଙ୍କୁ ଆକର୍ଷିତ କରିବା ପାଇଁ କହିଥିଲେ, ଯଦି ମୁଁ ଏମ୍‌ପି ହୋଇଯିବି ତେବେ ପ୍ରତି ମାସରେ ପ୍ରତି ପରିବାରକୁ ୧୦ ଲିଟର ବ୍ରାଣ୍ଡି ମଦ ପିଇବାକୁ ଦେବି। ଏପରିକି ପ୍ରତ୍ୟେକ ପରିବାରକୁ ପ୍ରତି ମାସରେ ୨୫୦୦୦ ଲେଖାଏ ଟଙ୍କା ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।

Share