Categories: ଫୁରସତ

ବିଚିତ୍ର ଫୁଲ

ଈଶ୍ୱର ଫୁଲଗୁଡ଼ିକୁ ଖୁବ୍‌ ସୁନ୍ଦର କରି ଗଢ଼ି ତୋଳିଛନ୍ତି। ଦୁନିଆରେ ଶହ ଶହ ପ୍ରକାରର ଫୁଲ ଫୁଟିଥାଏ। କିଛି ଫୁଲ ଏମିତି, ଯାହାକୁ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କବିମାନେ ଫୁଲ ଉପରେ ଅନେକ କବିତା ବି ଲେଖିଛନ୍ତି। ଖାସ୍‌ କରି ଫୁଲର ସୌନ୍ଦର୍ଯ୍ୟରେ ମହିଳାମାନେ ଏତେ ମୁଗ୍ଧ ହୋଇଯାଆନ୍ତି ଯେ, ସେଗୁଡ଼ିକୁ ନେଇ ମୁଣ୍ଡରେ ଖୋସି ଥାଆନ୍ତି। ମାତ୍ର କିଛି ଫୁଲ ଅଛି, ଯାହା ଦେଖିବାକୁ ଅତି ବିଚିତ୍ର। ସେଥିମଧ୍ୟରୁ ବିଶାଳକାୟ ପଦ୍ମ ହେଉଛି ଅନ୍ୟତମ।

ଏହି ଫୁଲ ସୁମାତ୍ରାର ବର୍ଷା ଜଙ୍ଗଲ ଅଞ୍ଚଳରେ ଦେଖାଯାଏ। ଏହା ଏକ ପରଜୀବୀ ଉଦ୍ଭିଦ। ଏହି ଉଦ୍ଭିଦର କୌଣସି ମୂଳ, ପତ୍ର କିମ୍ବା ଚେର ନାହିଁ। ଏହି ଫୁଲ ଦେଖିବାକୁ ଖୁବ୍‌ ବିଚିତ୍ର। ଏହାର ଗନ୍ଧରେ ପାଖକୁ ଯାଇହେବ ନାହିଁ। ମାତ୍ର କିଛି କୀଟ ଏହି ଗନ୍ଧରେ ଏହି ଫୁଲଆଡ଼କୁ ଆକର୍ଷିତ ହୋଇଥାନ୍ତି।

Share