Posted inଫୁରସତ

ଅଜବ ଡ୍ରାଇଭିଂ ରୁଲ୍ସ: କାର୍‌ ମଇଳା ଥିଲେ ଜରିମାନା; ଟ୍ରାଫିକ୍‌ ପୋଲିସ୍‌କୁ ରାଗିକି ଅନାଇଲେ ବି ଦଣ୍ଡ

ପୃଥିବୀରେ ଅଛି ଅନେକ ଦେଶ। ସବୁ ଦେଶର ଚଳଣି, ନୀତି ନିୟମ ଭିନ୍ନ ଭିନ୍ନ ହୋଇଥାଏ। ସେଥିପାଇଁ ଯେଉଁଠିକୁ ଗଲେ ସେଠାକାର ନିୟମ ମାନିବାକୁ ହୁଏ। ଖାସ୍‌ କରି ସେହି ସ୍ଥାନର ଡ୍ରାଇଭିଂ ରୁଲ୍ସ ଜାଣିବା ନିହାତି ଆବଶ୍ୟକ। କାରଣ ଅନେକ ସ୍ଥାନରେ ରହିଛି ଡ୍ରାଇଭିଂକୁ ନେଇ କିଛି ଅଜବ ନିୟମ। ଆଉ ସେସବୁ ନ ଜାଣିଥିଲେ ପଡ଼ିଯିବେ ହରଡଘଣାରେ ଆଉ ଗଣିବେ ଜରିମାନା..

ରୁଷିଆ- ରୁଷିଆରେ ମଇଳା କାର୍‌ ଚଲାଇବା ମନା। ଭିତର ହେଉ କି ବାହାର, କାର୍‌ ମଇଳା ହୋଇଥିବା ଦେଖିବା ମାତ୍ରେ ରୁଷୀୟ ପୋଲିସ ୫୦ଡଲାର୍‌ର ଜରିମାନା ପକାନ୍ତି।

ସାଇପ୍ରସ୍‌- ଏହି ଦେଶର ଡ୍ରାଇଭିଂ ନିୟମ ଅନୁଯାୟୀ ଆପଣ ନିଜ ଗାଡ଼ି ଭିତରେ କିଛି ବି ଖାଇ ପିଇ ପାରିବେନି। ଏମିତି କି ଗାଡ଼ି ଭିତରେ ପାଣି ପିଇବା ବି ଅପରାଧ। ଆଉ ଯଦି ଗାଡ଼ି ଭିତରେ ଖାଇବା ପିଇବା ସମୟରେ ଧରାପଡ଼ନ୍ତି, ମୋଟା ଅଙ୍କର ଜରିମାନା ଦେବାକୁ ହେବ। ତେଣୁ ଭୋକିଲା ରହିବା ସାର।

ସର୍ବିୟା- ୟୁରୋପ ମହାଦେଶର ସର୍ବିୟାରେ ଲୋକେ ଗାଡ଼ିରେ ଦଉଡି ରଖିପାରିବେ ନାହିଁ। କାରଣ ଦଉଡି ରଖିଲେ ଜରିମାନା ଦେବାକୁ ହୁଏ।

ଆଲାସ୍କା- ଅନେକେ ଘରେ କୁକୁରକୁ ପେଟ୍‌ ଭାବେ ରଖନ୍ତି। ଆଉ ବାହାରକୁ ଗଲେ ପ୍ରିୟ କୁକୁରକୁ ଗାଡ଼ିରେ ବସାଇ ନିଅନ୍ତି। ପୋଷା କୁକୁର ବି ଗାଡ଼ିରେ ବୁଲିବାର ବେଶ୍‌ ମଜା ଉଠାଏ। କିନ୍ତୁ ଆମେରିକାର ଆଲାସ୍କାରେ ରହୁଥିବା ଲୋକ ନିଜ ପେଟ୍‌ କୁକୁରକୁ କାର୍‌ରେ ବସାଇ ନେଇପାରିବେ ନାହିଁ। କାରଣ ଏଭଳି କଲେ ଜରିମାନା ଦେବାକୁ ହେବ।

ଥାଇଲାଣ୍ଡ- ଋତୁ ଯାହା ହେଉନା କାହିଁକି ଏଠାରେ ଶାର୍ଟ ପିନ୍ଧି ଗାଡ଼ି ଚଳାଇବାକୁ ପଡେ। କାରଣ ଟପ୍‌ଲେସ୍‌ ହୋଇ କାର୍‌ ଚଳାଇବା ଏଠାରେ ଦଣ୍ଡନୀୟ ଅପରାଧ। ଆଉ ଏଭଳି କଲେ ଜରିମାନା ଦେବା ସୁନିଶ୍ଚିତ।

ମାନିଲା- ଯଦି ଆପଣ ଫିଲିପାଇନ୍ସରେ ଅଛନ୍ତି ଓ ଆପଣଙ୍କ ଗାଡ଼ିର ନମ୍ବର ପ୍ଲେଟ୍‌ର ଶେଷକୁ ୧ କିମ୍ବା ୨ ନମ୍ବର ରହୁଛି, ତେବେ ଆପଣ ସୋମବାର ଦିନ ଗାଡ଼ି ଚଳାଇପାରିବେ ନାହିଁ।

ସାଉଦିଆରବ- ଏଠାରେ ମହିଳାମାନେ ଗାଡ଼ି ଚଳାଇ ପାରିବେ ନାହିଁ। କାରଣ ମହିଳାମାନେ ଗାଡ଼ି ଚଳାଇବାକୁ ସାଉଦିଆରବରେ ଅପରାଧ ଭାବେ ଗଣନା କରାଯାଏ। ଆଉ ଯିଏ ଏହି ନିୟମ ଭାଙ୍ଗେ ତାଙ୍କୁ ତୁରନ୍ତ ଗିରଫ କରାଯାଏ।

ନ୍ୟୁ ଜର୍ସି- ଆମ ଦେଶରେ ଏମିତି ବହୁତ ଘଟଣା ଘଟିଛି ଯେଉଁଠି ଟ୍ରାଫିକ ପୋଲିସ୍‌ ସହ ସାଧାରଣ ଜନତାଙ୍କର ଝଗଡା ହୋଇଛି। କିନ୍ତୁ ନ୍ୟୁ ଜର୍ସିରେ ଟ୍ରାଫିକ୍‌ ପୋଲିସ୍‌ ସହ ଝଗଡା ତ ଦୂରର କଥା ରାଗିକି ଅନାଇଲେ ବି ଦଣ୍ଡ ମିଳିବ। ତାଙ୍କ ସହ ଯୁକ୍ତିତର୍କ କରିବା ସମ୍ପୂର୍ଣ୍ଣ ମନା। କାରଣ ସର୍ବସାଧାରଣରେ ଆକ୍ରୋଶ ଦେଖାଇବା ଏଠାରେ ଅପରାଧ।

ସ୍ପେନ- ସ୍ପେନ୍‌ର ଡ୍ରାଇଭିଂ ନିୟମ ଅନୁଯାୟୀ ଚଷମା ଲଗାଇ ଗାଡ଼ି ଚଳାଉଥିବା ବ୍ୟକ୍ତି, ପିନ୍ଧୁଥିବା ଚଷମା ଭଳି ଆଉ ଏକ ଯୋଡା ଚଷମା ଗାଡ଼ିରେ ରଖିବାକୁ ବାଧ୍ୟ। ଯଦି ନ ରଖି ଧରାପଡ଼ନ୍ତି ତେବେ ଜରିମାନା ଦେବାକୁ ହୁଏ।

ଡେନମାର୍କ- ସ୍ବିଡେନ: ଏଠାରେ ଗାଡ଼ି ଚଳାଇବା ସମୟରେ ଦିନସାରା ହେଡ଼ ଲାଇଟ୍‌ ଲଗାଇବା ଅନିବାର୍ଯ୍ୟ। ଦିନରେ ହେଡ ଲାଇଟ୍‌ ନ ଲଗାଇଥିଲେ ଜରିମାନା ଦେବାକୁ ପଡିପାରେ।

ଓହିଓ- କେତେଜଣ ଆଡଭେଞ୍ଚର ପାଇଁ କାର୍‌ ଉପରେ ବସନ୍ତି। କିନ୍ତୁ ଓହିଓରେ କାର୍‌ ଉପରେ ବସିବା ମନା। ଏଭଳି କରି ଧରାପଡ଼ିଲେ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼େ।

କଲରାଡୋ- କଲରାଡୋର ଡେନ୍‌ଓ୍ବର ସହରରେ ରବିବାର ଓ ‘ପବ୍ଲିକ୍‌ ହଲିଡେ’ରେ କଳା ରଙ୍ଗର ଗାଡ଼ି ଚଳାଇବା ମନା।

ଓକ୍ଲାହୋମା- ଏଠାରେ ଡ୍ରାଇଭିଂ କରିବାବେଳେ କମିକ୍‌ ବୁକ୍‌ ପଢ଼ିବା ମନା। ଏହାର ଅର୍ଥ ହେଉଛି କମିକ୍‌ ବ୍ୟତୀତ ଆପଣ ଅନ୍ୟ ଯେକୌଣସି ବହି ପଢ଼ି ଗାଡି ଚଳାଇପାରିବେ।
କାଲିଫର୍ନିଆ- କାଲିଫର୍ନିଆରେ ଯଦି କୌଣସି ମହିଳା ଗାଉନ୍‌ ପିନ୍ଧି ଗାଡ଼ି ଚଳାନ୍ତି ତେବେ ଜରିମାନା ଦେବାକୁ ପଡ଼େ।
ପେନ୍‌ସିଲଭାନିଆ- ଏଠାରେ ଗାଡ଼ି ଚଳାଇବା ସମୟରେ ଯେମିତି କୌଣସି ପ୍ରାଣୀର କ୍ଷତି ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଏ। ତେଣୁ ପ୍ରତି ୧ କି.ମି. ପରେ ଲାଇଟ୍‌ ଜଳାଇ ଜୀବଜନ୍ତୁଙ୍କୁ ସିଗ୍‌ନାଲ ଦେବା ଏଠାରେ ଜରୁରୀ ଅଟେ।

 


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

ବୋଉ ପାଇଁ ଶାଢ଼ି କିଣିପାରିଲିନି

କେତେ ନିରାଶାର କଳାଅନ୍ଧାର ଅତିକ୍ରମ କଲେ ସୁନା ଖରାରେ ଝଲସି ଉଠେ ଅଗଣା। ସମସ୍ତେ ଖରାରେ ସେକି ହେଲାବେଳେ ମୁଁ କିନ୍ତୁ ବାରମ୍ବାର ଗତ ଅନ୍ଧାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri