Categories: ଫୁରସତ

ସିଡ୍‌ନୀ ସମୁଦ୍ରକୂଳରେ ବିଚିତ୍ର ଜୀବ

କାନବେରା: ଅଷ୍ଟ୍ରେଲିଆ ସିଡ୍‌ନୀର ବୋନ୍ଦି ସମୁଦ୍ର କୂଳ ବେଳାଭୂମିରେ ଏକ ବିଚିତ୍ର ଜୀବ ଦେଖିବାକୁ ମିଳିଛି। ଅଧ ମିଟର ଲମ୍ବର ଏହି ପ୍ରାଣୀର ମଣିଷଙ୍କ ଭଳି ଓଠ ଥିବାବେଳେ ସାର୍କ ମାଛ ଭଳି ଚର୍ମ ରହିଛି। ତେବେ ଏଲିୟନ୍‌ ଭଳି ଦେଖାଯାଉଥିବା ଏହି ଜୀବର ଚିହ୍ନଟ ହୋଇପାରି ନାହିଁ। ଏପ୍ରିଲ ୫ରେ ଜଣେ ବ୍ୟକ୍ତି ସମୁଦ୍ରକୂଳରେ ପ୍ରାତଃଭ୍ରମଣ କରୁଥିବାବେଳେ ଲହଡ଼ିରେ ଜମିଥିବା ଅଳିଆ ଗଦାରେ ଏହି ଜୀବକୁ ଦେଖିଥିଲେ। ସେଠାରେ ଉପସ୍ଥିତ କେତେଜଣ ଏହାକୁ ବୋନ୍‌ ସାର୍କ ବୋଲି କହୁଥିବାବେଳେ ବିଚିତ୍ର ଜୀବଟି ଠିକ୍‌ ଭାବେ ଚିହ୍ନଟ ହୋଇପାରି ନାହିଁ।

Share