Categories: ଫୁରସତ

ପାହାଡ଼ ଉପରେ ବସିଛି ଅଜବ ଜୀବ, ଯିଏ ଦେଖୁଛି ଉଡ଼ିଯାଉଛି ହୋସ୍‌

ଆଜିକାଲି ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି, ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡୁଛନ୍ତି। ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ପାହାଡ଼ ଉପରେ କଳା ରଙ୍ଗର ଏକ ଅଜବ ଜୀବ ଶାନ୍ତ ତଥା ଧୀରସ୍ଥିର ଭାବରେ ବସିଥିବା ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋକୁ ଦୂରରୁ ଦେଖିଲେ ଲାଗୁଛି ଏହା ଏକ ବ୍ଲାକ୍‌ ପାନ୍ଥର। ମାତ୍ର ଏହା ପାନ୍ଥର ନୁହେଁ, ଏହି ଅଜବ ଜୀବକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଭିଡିଓଟିରେ କ୍ୟାମେରାମ୍ୟାନ୍‌ ଯେତେବେଳେ ଜୁମ୍‌ କରି ଦେଖାଉଛନ୍ତି ସେତେବେଳେ ଏହା ଅନ୍ୟ ଜୀବଜନ୍ତୁଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ଦେଖାଯାଉଛି।
ଭିଡିଓଟି ଯେଉଁ ଟୁଇଟର୍‌ରେ ଭାଇରାଲ ହୋଇଛି ସେଥିରେ ଲେଖାହୋଇଛି ଏହା ନୀଳଗିରି ମାର୍ଟନ ପ୍ରଜାତିର। ଏହା ଦକ୍ଷିଣ ଭାରତରେ ଦେଖିବାକୁ ମିଳିଥାଏ। ଏହା ମାଂସାହାରୀ। ଏହା ଏକ ଦୁଲର୍ଭ ପ୍ରାଣୀ। ଏହା ନୀଳଗିରିର ପାହାଡ଼ିଆ ଏବଂ ପଶ୍ଚିମାଞ୍ଚଳରେ ଦେଖିବାକୁ ମିଳିଥାଏ।

କ୍ୟାମେରାରେ ଏହି ନୀଳଗିରି ମାର୍ଟନଟି କଏଦ ହୋଇଥିଲା। ଯେଉଁମାନେ ଏହାକୁ ଶେୟାର କରିଥିଲେ ସେମାନଙ୍କ ମଧ୍ୟରେ ଭାରତୀୟ ବନ ସେବା ଅଧିକାରୀ ସୁଧାରମଣ ମଧ୍ୟ ଥିଲେ। ଭିଡିଓ ଶେୟାର କରି ସେ କ୍ୟାପ୍‌ଶନ ଲେଖିଛନ୍ତି, ‘ଏହା ଆପଣଙ୍କୁ ଉତ୍ସାହିତ କରୁଥିବା ବ୍ଲାକ୍‌ ପାନ୍ଥର ନୁହେଁ। ଏହା ନୀଳଗିରି ମାର୍ଟନ। ଦକ୍ଷିଣ ଭାରତରେ ଏହା ଏକମାତ୍ର ମାର୍ଟନ ପ୍ରଜାତିର ଅଟେ। ସେ କହିଛନ୍ତି ଯେ, ଏହା ବହୁତ ଛୋଟ ପଶୁପକ୍ଷୀଙ୍କୁ ଶିକାର କରି ଖାଇଥାଏ।
ଏହି ଭିଡିଓଟିକୁ ୧୧ ଅଗଷ୍ଟରେ ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ ୭୦,୦୦୦ରୁ ଅଧିକ ଲୋକ ଦେଖିଥିବା ବେଳେ ୪୦୦୦ରୁ ଅଧିକ ପସନ୍ଦ କରିସାରିଲେଣି। ୭୦୦ରୁ ଅଧିକ ୟୁଜର ରି-ଟୁଇଟ୍‌ ମଧ୍ୟ କରିଛନ୍ତି।

Share