ସମୁଦ୍ର ମଝିରେ ପହଁରିବା ପରିବର୍ତ୍ତେ ମଣିଷ ପରି ଗୋଡରେ ଚାଲୁଛି ମାଛ

ଏବେ ୨୦୨୦ ମସିହା ଚାଲିଛି। ଏହି ବର୍ଷ ଅନେକ ଅଦ୍ଭୁତ୍‌ ଜିନିଷମାନ ଦେଖିବାକୁ ମିଳୁଛୁ। ସେମିତି କିଛି ଏବେ ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ମାଛ ପହଁରୁଥିବାର ଦେଖିଥିଲୁ। ହେଲେ ୨୦୨୦ ମସିହାରେ ଚାଲୁଥିବା ମାଛ ଦେଖିବାକୁ ମିଳୁଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏହି ମାଛ ସେଣ୍ଟ୍ରାଲ ଆମେରିକାର ଆଇଲ୍ୟାଣ୍ଡ ଅଫ୍‌ ରୋଟନ, ହୋଣ୍ଡର୍ସରେ ଦେଖିବାକୁ ମିଳିଛି।
ମିକ୍କି ଚାର୍ଟରିଶ ନାମକ ଜଣେ ବ୍ୟକ୍ତି ଅନେକ ବର୍ଷ ହେବ ସମୁଦ୍ର ଗଭୀରର ଜୀବଜନ୍ତୁଙ୍କ ଉପରେ ନଜର ରଖୁଛନ୍ତି। ଏକଦା ସେ ଉକ୍ତ ଆଇଲାଣ୍ଡରେ ଏହି ମାଛକୁ ଦେଖିବାକୁ ପାଇଲେ। ଏହାକୁ ସେ ବିଶ୍ୱାସ ମଧ୍ୟ କରିପାରିଲେ ନାହିଁ। ତେଣୁ ସେ ଏହାର ଭିଡିଓ ତିଆରି କଲେ, ଯାହାଫଳରେ ଲୋକମାନେ ତାଙ୍କ କଥାକୁ ବିଶ୍ୱାସ କରିପାରିବେ। ଏହାକୁ ଦେଖିବା ପରେ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ବିରଳ ପ୍ରାଣୀକୁ ଶାର୍ଟନୋଜ ବ୍ୟାଟଫିସ୍‌ କୁହାଯାଉଛି। ଭିଡିଓରେ ଏହି ମାଛର ମୁଣ୍ଡରେ ସିଂଘ ଥିବା ଦେଖିବାକୁ ମିଳୁଛି। ଏଥିସହ ସେ ନିଜ ଫର୍ଣ୍ଣକୁ ଗୋଡପରି ବ୍ୟବହାର କରୁଛି। ଚାଲି ଚାଲି ଶିକାର କରୁଥିବା ଦେଖିବାକୁ ମିଳୁଛି।
ମିକ୍କି ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଜୀବ ଦେଖିବାକୁ ପାଇଛନ୍ତି। ଏହି ଚାଲୁଥିବା ମାଛ ତାଙ୍କୁ ସବୁଠାରୁ ବେଶି ଆଶ୍ଚର୍ଯ୍ୟ କରିଦେଇଥିବା ସେ କହିଛନ୍ତି।

Share