Posted inଫୁରସତ

ଅଜବ ବ୍ୟାଗ୍‌

ଭଳିକିଭଳି ଅଜବ ଫ୍ୟାଶନ୍‌ ଆପଣେଇବାରେ ଯୁବପିଢ଼ି ସବୁବେଳେ ଆଗରେ। ଯେଉଁଥିରୁ ବାଦ୍‌ପଡ଼ିନି ବ୍ୟାଗ୍‌। ଜାଣିବା କେତୋଟି ଅଜବ ବ୍ୟାଗ୍‌ ସମ୍ପର୍କରେ…

ଲିଜାର୍ଡ ଏବଂ ଫ୍ରଗ୍‌ ବ୍ୟାଗ୍‌: ଯୁବତୀ ହୁଅନ୍ତୁ ଅବା ଯୁବକ, ଭଳିକିଭଳି ପୋଷାକ ସହିତ ନୂଆ ଡିଜାନର ବ୍ୟାଗ୍‌ ଧରିବାର ସଉକ ପ୍ରାୟ ଅନେକଙ୍କର ରହିଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବର୍ତ୍ତମାନ ଲେଦରରେ ପ୍ରସ୍ତୁତ ଲିଜାର୍ଡ ବା ଝିଟିପିଟି ଏବଂ ବେଙ୍ଗ ଆକୃତିର ବ୍ୟାଗ୍‌ ବି କେହି କେହି ବ୍ୟବହାର କରୁଛନ୍ତି। ତେବେ ଏଗୁଡ଼ିକୁ ଦେଖିଲେ ଜୀବନ୍ତ ଲାଗୁଥିବାରୁ ଏଭଳି ବ୍ୟାଗ୍‌ ଧରିଲେ ଅନ୍ୟର ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ ବୋଲି ବ୍ୟବହାରକାରୀ ମତ ରଖନ୍ତି। କେତେକ ଅନ୍‌ଲାଇନ୍‌ ସାଇଟ୍‌ରେ ମଧ୍ୟ ଏସବୁ ଉପଲବ୍ଧ ହେଲାଣି।
ଗାଡ଼ି ବ୍ୟାଗ୍‌: କାହା କାନ୍ଧରେ ଝୁଲୁଛି ବସ୍‌ ତ କାହାର ଟ୍ରକ୍‌, ଆଉ ପୁଣି କାହା ପିଠିରେ ଲାଟେଷ୍ଟ ମଡେଲ୍‌ କାର ଡିଜାଇନ୍‌ର ବ୍ୟାଗ୍‌ ପ୍ୟାକ୍‌। ଏଭଳି ଅଜବ ଗାଡ଼ି ଡିଜାଇନ୍‌ର ବ୍ୟାଗ୍‌ ଏବେ ପାଲଟିଛି ଅନେକ ଯୁବପିଢ଼ିଙ୍କ ପାଇଁ ଲାଟେଷ୍ଟ ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ। ଏସବୁ ଲେଦର, ଫୋମ୍‌, କାନ୍‌ଭାସ୍‌ ଆଦି ବିଭିନ୍ନ ମ୍ୟାଟେରିଆଲ୍‌ରେ ପ୍ରସ୍ତୁତ ହେଉଛି। ତେବେ ଏସବୁ ମଧ୍ୟରୁ ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ କଲର କମ୍ବିନେଶନ୍‌ ଥିବା ବସ୍‌ ଏବଂ ଲକ୍‌ଜୁରୀ କାର୍‌ ଡିଜାଇନ୍‌ ବ୍ୟାଗ୍‌କୁ ଯୁବତୀମାନେ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
ଭାୟୋଲିନ୍‌ ବ୍ୟାଗ୍‌: ଏହି ବ୍ୟାଗ୍‌ପ୍ୟାକ୍‌ ଦେଖିବାକୁ ଅବିକଳ ଭାୟୋଲିନ୍‌ ପରି। କେହି ଜଣେ ଏହାକୁ କ୍ୟାରି କଲାବେଳେ ଆପଣ ଦେଖିଲେ ଏହା ଭାୟୋଲିନ୍‌ ବୋଲି ହଠାତ୍‌ ଭ୍ରମରେ ପଡ଼ିଯିବେ। ଏହାର ବିଭିନ୍ନ କଲର ଏବଂ ଡିଜାଇନ୍‌ ମଧ୍ୟ ମିଳୁଛି। ମୁଜିକ୍‌ ଲଭର ୟୁଥ୍‌ ଏହାକୁ ବେଶୀ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
ସ୍କଲ୍‌ ବ୍ୟାଗ୍‌: ଅଜବ ଫ୍ୟାଶନ୍‌ ରୁଚି ରଖୁଥିବା ଯୁବପିଢ଼ିଙ୍କ ପାଇଁ ଏହା ସବୁଠୁ ବେଷ୍ଟ ଚଏସ୍‌। କାରଣ ଏହି ବ୍ୟାଗ୍‌ଟି ଦେଖିବା ପାଇଁ ମଣିଷ ଖପୁରି ଭଳି। ଭୟଙ୍କର ଲାଗୁଥିଲେ ହେଁ ଅନ୍ୟଠୁ ଡିଫରେଣ୍ଟ ଲାଗିବା ନିଶାରେ ଏହାର ଡିମାଣ୍ଡ ବଢୁଥିବା ଦେଖିବାକୁ ମଳୁଛି। ଏହାର ବିଭିନ୍ନ ଭେରାଇଟି ମିଳୁଥିବା ବେଳେ ଲେଦର ସ୍କଲ ବ୍ୟାଗ୍‌ ଅଧିକ ବ୍ୟବହୃତ ହେଉଥିବା ଦେଖିବାକୁ ମିଳୁଛି।
କ୍ୟାଟେଲ୍‌ ବ୍ୟାଗ୍‌: କେହି ଜଣେ ଏହି ବ୍ୟାଗ୍‌ ଧରିଥିବା ଦେଖିଲେ ଆପଣ ହୁଏତ ଭାବିପାରନ୍ତି ସେ ଚା, ଗରମ ପାଣି କିମ୍ବା ଅନ୍ୟ କୌଣସି ତରଳ ପଦାର୍ଥ ନେବା ଲାଗି କ୍ୟାଟେଲ୍‌ ବ୍ୟବହାର କରୁଛନ୍ତି। ହେଲେ ଏହା ବାସ୍ତବରେ ଏକ ବ୍ୟାଗ୍‌; ଯେଉଁଥିରେ ଆପଣ ପର୍ସ, ମୋବାଇଲ୍‌ ଫୋନ୍‌, ମେକ୍‌ଅପ୍‌ କିଟ୍‌ ଆଦି କ୍ୟାରି କରିପାରିବେ। ଫ୍ୟାଶନ୍‌ ଟ୍ରେଣ୍ଡରେ ଅପ୍‌ଡେଟ୍‌ ରହିବାକୁ ପସନ୍ଦ କରୁଥିବା କେତେକ ଯୁବତୀ ଏହାକୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri