Posted inଫୁରସତ

ଅଜବ ବ୍ୟାଗ୍‌

ଭଳିକିଭଳି ଅଜବ ଫ୍ୟାଶନ୍‌ ଆପଣେଇବାରେ ଯୁବପିଢ଼ି ସବୁବେଳେ ଆଗରେ। ଯେଉଁଥିରୁ ବାଦ୍‌ପଡ଼ିନି ବ୍ୟାଗ୍‌। ଜାଣିବା କେତୋଟି ଅଜବ ବ୍ୟାଗ୍‌ ସମ୍ପର୍କରେ…

ଲିଜାର୍ଡ ଏବଂ ଫ୍ରଗ୍‌ ବ୍ୟାଗ୍‌: ଯୁବତୀ ହୁଅନ୍ତୁ ଅବା ଯୁବକ, ଭଳିକିଭଳି ପୋଷାକ ସହିତ ନୂଆ ଡିଜାନର ବ୍ୟାଗ୍‌ ଧରିବାର ସଉକ ପ୍ରାୟ ଅନେକଙ୍କର ରହିଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବର୍ତ୍ତମାନ ଲେଦରରେ ପ୍ରସ୍ତୁତ ଲିଜାର୍ଡ ବା ଝିଟିପିଟି ଏବଂ ବେଙ୍ଗ ଆକୃତିର ବ୍ୟାଗ୍‌ ବି କେହି କେହି ବ୍ୟବହାର କରୁଛନ୍ତି। ତେବେ ଏଗୁଡ଼ିକୁ ଦେଖିଲେ ଜୀବନ୍ତ ଲାଗୁଥିବାରୁ ଏଭଳି ବ୍ୟାଗ୍‌ ଧରିଲେ ଅନ୍ୟର ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ ବୋଲି ବ୍ୟବହାରକାରୀ ମତ ରଖନ୍ତି। କେତେକ ଅନ୍‌ଲାଇନ୍‌ ସାଇଟ୍‌ରେ ମଧ୍ୟ ଏସବୁ ଉପଲବ୍ଧ ହେଲାଣି।
ଗାଡ଼ି ବ୍ୟାଗ୍‌: କାହା କାନ୍ଧରେ ଝୁଲୁଛି ବସ୍‌ ତ କାହାର ଟ୍ରକ୍‌, ଆଉ ପୁଣି କାହା ପିଠିରେ ଲାଟେଷ୍ଟ ମଡେଲ୍‌ କାର ଡିଜାଇନ୍‌ର ବ୍ୟାଗ୍‌ ପ୍ୟାକ୍‌। ଏଭଳି ଅଜବ ଗାଡ଼ି ଡିଜାଇନ୍‌ର ବ୍ୟାଗ୍‌ ଏବେ ପାଲଟିଛି ଅନେକ ଯୁବପିଢ଼ିଙ୍କ ପାଇଁ ଲାଟେଷ୍ଟ ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ। ଏସବୁ ଲେଦର, ଫୋମ୍‌, କାନ୍‌ଭାସ୍‌ ଆଦି ବିଭିନ୍ନ ମ୍ୟାଟେରିଆଲ୍‌ରେ ପ୍ରସ୍ତୁତ ହେଉଛି। ତେବେ ଏସବୁ ମଧ୍ୟରୁ ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ କଲର କମ୍ବିନେଶନ୍‌ ଥିବା ବସ୍‌ ଏବଂ ଲକ୍‌ଜୁରୀ କାର୍‌ ଡିଜାଇନ୍‌ ବ୍ୟାଗ୍‌କୁ ଯୁବତୀମାନେ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
ଭାୟୋଲିନ୍‌ ବ୍ୟାଗ୍‌: ଏହି ବ୍ୟାଗ୍‌ପ୍ୟାକ୍‌ ଦେଖିବାକୁ ଅବିକଳ ଭାୟୋଲିନ୍‌ ପରି। କେହି ଜଣେ ଏହାକୁ କ୍ୟାରି କଲାବେଳେ ଆପଣ ଦେଖିଲେ ଏହା ଭାୟୋଲିନ୍‌ ବୋଲି ହଠାତ୍‌ ଭ୍ରମରେ ପଡ଼ିଯିବେ। ଏହାର ବିଭିନ୍ନ କଲର ଏବଂ ଡିଜାଇନ୍‌ ମଧ୍ୟ ମିଳୁଛି। ମୁଜିକ୍‌ ଲଭର ୟୁଥ୍‌ ଏହାକୁ ବେଶୀ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
ସ୍କଲ୍‌ ବ୍ୟାଗ୍‌: ଅଜବ ଫ୍ୟାଶନ୍‌ ରୁଚି ରଖୁଥିବା ଯୁବପିଢ଼ିଙ୍କ ପାଇଁ ଏହା ସବୁଠୁ ବେଷ୍ଟ ଚଏସ୍‌। କାରଣ ଏହି ବ୍ୟାଗ୍‌ଟି ଦେଖିବା ପାଇଁ ମଣିଷ ଖପୁରି ଭଳି। ଭୟଙ୍କର ଲାଗୁଥିଲେ ହେଁ ଅନ୍ୟଠୁ ଡିଫରେଣ୍ଟ ଲାଗିବା ନିଶାରେ ଏହାର ଡିମାଣ୍ଡ ବଢୁଥିବା ଦେଖିବାକୁ ମଳୁଛି। ଏହାର ବିଭିନ୍ନ ଭେରାଇଟି ମିଳୁଥିବା ବେଳେ ଲେଦର ସ୍କଲ ବ୍ୟାଗ୍‌ ଅଧିକ ବ୍ୟବହୃତ ହେଉଥିବା ଦେଖିବାକୁ ମିଳୁଛି।
କ୍ୟାଟେଲ୍‌ ବ୍ୟାଗ୍‌: କେହି ଜଣେ ଏହି ବ୍ୟାଗ୍‌ ଧରିଥିବା ଦେଖିଲେ ଆପଣ ହୁଏତ ଭାବିପାରନ୍ତି ସେ ଚା, ଗରମ ପାଣି କିମ୍ବା ଅନ୍ୟ କୌଣସି ତରଳ ପଦାର୍ଥ ନେବା ଲାଗି କ୍ୟାଟେଲ୍‌ ବ୍ୟବହାର କରୁଛନ୍ତି। ହେଲେ ଏହା ବାସ୍ତବରେ ଏକ ବ୍ୟାଗ୍‌; ଯେଉଁଥିରେ ଆପଣ ପର୍ସ, ମୋବାଇଲ୍‌ ଫୋନ୍‌, ମେକ୍‌ଅପ୍‌ କିଟ୍‌ ଆଦି କ୍ୟାରି କରିପାରିବେ। ଫ୍ୟାଶନ୍‌ ଟ୍ରେଣ୍ଡରେ ଅପ୍‌ଡେଟ୍‌ ରହିବାକୁ ପସନ୍ଦ କରୁଥିବା କେତେକ ଯୁବତୀ ଏହାକୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri