Posted inଫୁରସତ

ଅଜବ ସ୍ଥାପତ୍ୟ

ସ୍ଥାପତ୍ୟ ବିଭିନ୍ନ ପ୍ରକାରର । କିଏ ତାକୁ ମାଟି, ପଥରରେ ତ କିଏ କୌଣସି ଧାତୁରେ ତିଆରି କରନ୍ତି। ତେବେ ଆମେ ଏଠାରେ ଯେଉଁ ସ୍ଥାପତ୍ୟ କଥା କହୁଛୁ ତାହା ଟିକେ ଭିନ୍ନ। କାରଣ ଏସବୁ ତିଆରି ଅଜବ ପଦାର୍ଥରେ…

ଘୋଡ଼ାନାଲରେ ଘୋଡ଼ା ପ୍ରତିମୂର୍ତ୍ତି- ଘୋଡ଼ା ଆକାରର ଏବଂ ସତସତିକା ଘୋଡ଼ା ପରି ଲାଗୁଥିବା ଏହି ପ୍ରତିମୂର୍ତ୍ତି ତିଆରି ହୋଇଛି ଘୋଡ଼ା ନାଲରେ। ଲାଗୁଛି ସତେଯେମିତି ଘୋଡ଼ାଟି ଘାସ ଖାଉଛି। ଏହାକୁ ତିଆରି କରିଛନ୍ତି ଡୋନି ଫୋକ୍‌। ଏଥିରେ ବ୍ୟବହାର ହୋଇଛି ୧,୦୭୧ ଟି ଘୋଡ଼ାନାଲ। ଘୋଡ଼ାନାଲରେ ଆହୁରି ମଧ୍ୟ ଅନେକ ପୋଜ୍‌ର ଘୋଡ଼ା ପ୍ରତିମୂର୍ତ୍ତି ତିଆରି ହୋଇଛି। ଯେମିତିକି ଘୋଡ଼ା ବାଡ଼ ଡେଉଁଥିବା, ଦୁଇଗୋଡ଼ରେ ଠିଆ ହୋଇଥିବା ଆଦି। ଏସବୁ ବହୁତ ଆକର୍ଷକ ଲାଗେ।

ଟୁଥ୍‌ପିକ୍‌ରେ ତିଆରି ସବୁଠୁ ବଡ଼ କୁମ୍ଭୀର- ମାଇକେଲ ସ୍ମିଥ୍‌ ହେଉଛନ୍ତି ଆମେରିକୀୟ କଳାକାର। ସେ ଟୁଥ୍‌ପିକ୍‌ରେ ସବୁଠୁ ବଡ଼ କୁମ୍ଭୀରର ପ୍ରତିମୂର୍ତ୍ତି ତିଆରି କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଏହି ଦୈତ୍ୟାକାର କୁମ୍ଭୀରର ନାମ ସେ ଆଲି ରଖିଛନ୍ତି। ଏହାକୁ ତିଆରି କରିବା ପାଇଁ ମାଇକେଲ ୩ ମିଲିୟନ ଟୁଥପିକ୍‌ ବ୍ୟବହାର କରିଛନ୍ତି। ଆଲିର ଲମ୍ବ ହେଉଛି ୫ ଫୁଟ୍‌ ଏବଂ ଓଜନ ୧୩୨.୪ କି.ଗ୍ରା.।

ବେଲୁନ୍‌ରେ ତିଆରି ସବୁଠୁ ବଡ଼ ଟେଡି ବିୟର୍‌ – ଟେଡି ବିୟର୍‌ ଅନେକଙ୍କର ପ୍ରିୟ ଖେଳଣା। ଏହି ପ୍ରିୟ ଖେଳଣାକୁ ଆଉ ଏକ ପ୍ରିୟ ଖେଳଣାରେ ତିଆରି କରିଛନ୍ତି ଜଣେ କଳାକାର। ଅର୍ଥାତ୍‌ ଜେଫ୍‌ ଓଙ୍ଗ କଙ୍ଗ ଚେଓଙ୍ଗ ଓ ତାଙ୍କ ଟିମ୍‌ ମିଶି ପିଲାଙ୍କ ପ୍ରିୟ ଖେଳଣା ବେଲୁନ୍‌ରେ ତିଆରି କରିଛନ୍ତି ସବୁଠାରୁ ବଡ଼ ଟେଡି ବିୟର୍‌। ତେଣୁ ଏହି ଟେଡି ବିୟର ପିଲାମାନଙ୍କୁ ନିଶ୍ଚୟ ଭଲ ଲାଗିବ। ଏହା ଏକ ଥ୍ରୀଡି ଖେଳଣା ଟେଡି ବିୟର୍‌। ଏଥିରେ ୧,୦୪,୬୬୮ଟି ବେଲୁନ୍‌ ବ୍ୟବହାର ହୋଇଛି। ୨୦୧୪ ନଭେମ୍ବର ୨୮ରେ ଏହା ହଂକଂର ପିକ୍‌ ଗ୍ୟାଲେରିୟାରେ ପ୍ରଦର୍ଶିତ ହୋଇଥିଲା।

ପ୍ଲାଷ୍ଟିକ ବୋତଲରେ ତିଆରି ଭାସମାନ ବ୍ରିଜ୍‌- ୨୦୧୪ରେ ଇଟାଲୀର ଲେକ୍‌ ମାଗିଓର୍‌ରେ ତିଆରି ହୋଇଥିଲା ଏକ ସ୍ବତନ୍ତ୍ର ଭାସମାନ ବ୍ରିଜ। ଏହି ବ୍ରିଜ୍‌୍‌ର ସ୍ବତନ୍ତ୍ରତା ହେଉଛି ଯେ, ଏହା ସମ୍ପୂର୍ଣ୍ଣଭାବେ ପ୍ଲାଷ୍ଟିକ୍‌ ବୋତଲରେ ତିଆରି। ଏହାକୁ ତିଆରି କରିଥିଲେ କମ୍ୟୁନ ଡି ବାଭେନୋ। ବ୍ରିଜ୍‌କୁ ତିଆରି କରିବା ପାଇଁ ସେ ବ୍ୟବହାର କରିଥିଲେ ୪୩,୨୯୬ଟି ପ୍ଲାଷ୍ଟିକ୍‌ ବୋତଲ। ଏହା ୪୯୬.୩୯ ଫୁଟ୍‌ ଲମ୍ବା, ୬.୮୮ ଫୁଟ୍‌ ଓସାର ଏବଂ ୧.୧୪ଫୁଟ୍‌ ଉଚ୍ଚତା ବିଶିଷ୍ଟ ଥିଲା।

ପେପର୍‌ କ୍ଲିପ୍‌ରେ ତିଆରି ପୋଲ୍‌ ଡ୍ୟାନ୍ସ ପ୍ରତିମୂର୍ତ୍ତି – ଇଟାଲୀୟ କଳାକାର ପିଏଟ୍ରୋ ଡି’ଆଙ୍ଗେଲୋ ୨୦୦୮ ମସିହାରୁ ପେପର୍‌ କ୍ଲିପ୍‌ରେ ବିଭିନ୍ନ ପ୍ରକାରର ସ୍ଥାପତ୍ୟ କରୁଛନ୍ତି। ତେବେ ତା’ ମଧ୍ୟରେ ୨୦୦୮ରେ ତିଆରି ପୋଲ୍‌ ଡ୍ୟାନ୍ସ କରୁଥିବା ସ୍ଥାପତ୍ୟ ସବୁଠାରୁ ଲମ୍ବା । ପିଏଟ୍ରୋ ଏହି ସ୍ଥାପତ୍ୟ ଗଢିବା ପାଇଁ ସ୍ବତନ୍ତ୍ର ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପେପର୍‌କ୍ଲିପ୍‌ ବ୍ୟବହାର କରନ୍ତି। ଗୋଟିଏ ସ୍ଥାପତ୍ୟ ଗଢିବାକୁ ତାଙ୍କୁ ୨ରୁ ୩ ମାସ ସମୟ ଲାଗେ।

କୋଟ୍‌ ହ୍ୟାଙ୍ଗରରେ ଗରିଲା- ମଣିଷଠାରୁ ଆକାରରେ ବଡ଼ ଗରିଲାର ସ୍ଥାପତ୍ୟକୁ ଇଂଲଣ୍ଡର ଡେଭିଡ ମାକ୍‌ ତିଆରି କରିଛନ୍ତି। ଏଥିରେ ସେ ବ୍ୟବହାର କରିଛନ୍ତି ୭,୫୦୦ଟି ମେଟାଲ କୋଟ୍‌ ହ୍ୟାଙ୍ଗର। ଗରିଲା ସ୍ଥାପତ୍ୟଟି ୭ ଫୁଟ୍‌ ଉଚ୍ଚତା, ୯ ଫୁଟ୍‌ ଲମ୍ବା ଏବଂ ୫ ଫୁଟ୍‌ ଓସାର ବିଶିଷ୍ଟ । ଏହାକୁ ତିଆରି କରିବା ପାଇଁ ୨,୭୦୫ ଘଣ୍ଟା ସମୟ ଲାଗିଛି। ସିଲଭର୍‌ ବ୍ୟାକ୍‌ ନାମକ ଏହି ଗରିଲା ମୂର୍ତ୍ତି ୨୦୦୭ ଅକ୍ଟୋବରରେ ପ୍ୟାରିସ୍‌ର ଆର୍ଟ ଫେୟାର୍‌ରେ ପ୍ରଦର୍ଶିତ ହୋଇଥିଲା। ଡେଭିଡ କୋଟ୍‌ ହ୍ୟାଙ୍ଗର୍‌ ବ୍ୟବହାର କରି ଆହୁରି ମଧ୍ୟ ଅନେକ ସ୍ଥାପତ୍ୟ ଗଢିଛନ୍ତି।

ବଟଲ୍‌ କ୍ୟାପ୍‌ରେ ଗ୍ଲୋବ୍‌- ଦେଶ, ମହାଦେଶ, ସାଗର, ମହାସାଗରକୁ ଦେଖାଉଥିବା ଗ୍ଲୋବ୍‌ ଘରେ, ଶିକ୍ଷାନୁଷ୍ଠାନରେ ଥାଏ। ଗୋଲାକାର ବିଶିଷ୍ଟ ଏହି ଗ୍ଲୋବ୍‌ ସାଧାରଣତଃ ପ୍ଲାଷ୍ଟିକରେ ତିଆରି। ତେବେ କୁଏତର ମିନିଷ୍ଟ୍ର ଅଫ୍‌ ୟୁଥ୍‌ ଆଫାୟାର୍ସର ଫାତ୍‌ମା ୟୁଶେଫ ଅଲ୍‌ ଫଦଲି ଓ ଏକ ସ୍ବେଚ୍ଛାସେବୀ ଟିମ୍‌ ବୋତଲ କ୍ୟାପ୍‌ରେ ତିଆରି କରିଛନ୍ତି ଏକ ବିରାଟକାୟ ଗ୍ଲୋବ୍‌। ଗ୍ଲୋବ୍‌ର ବ୍ୟାସ ୫.୬ ମିଟର ହୋଇଥିବାବେଳେ ଏଥିରେ ବ୍ୟବହାର ହୋଇଛି ୧,୪୭,୦୦୮ଟି ବୋତଲର କ୍ୟାପ୍‌। ଏହାକୁ ତିଆରି କରିବା ପୂର୍ବରୁ ଫାତ୍‌ମା ଏବଂ ତା’ର ପରିବାର ସଦସ୍ୟ ୨ ବର୍ଷ ଧରି ବୋତଲ କ୍ୟାପ୍‌ ସଂଗ୍ରହରେ ଲାଗିଥିଲେ। ସ୍ଥାପତ୍ୟଟିକୁ ଡିଜାଇନ୍‌ କରିଛନ୍ତି ଫାତମା ଅଲ୍‌ ତମିମି।

ଖଜୁରିରେ ତିଆରି ତାଳଗଛ- ୨୦୧୬ ନଭେମ୍ବରରେ ସାଡେଡିନ୍‌ କୋ. ନାମକ ଏକ ପ୍ରସିଦ୍ଧ ପାଷ୍ଟ୍ରି ଓ ମିଷ୍ଟାନ୍ନ ପ୍ରସ୍ତୁତକାରୀ ପ୍ରଦର୍ଶିତ କରିଥିଲେ ଏକ ବିରାଟକାୟ ତାଳଗଛର ପ୍ରତିକୃତି। ଏହାର ବିଶେଷତ୍ୱ ଥିଲା କି ତାଳ ଗଛଟି ଖଜୁରିରେ ତିଆରି ହୋଇଥିଲା। ୧୮୦୦ କି.ଗ୍ରା. ଓଜନର ଖଜୁରି ଏଥିରେ ବ୍ୟବହାର ହୋଇଥିଲା। ଗଛକୁ ଏଡିବଲ୍‌ ଗୋଲ୍ଡରେ ପେଣ୍ଟ କରାଯାଇଥିଲା। ଫଳରେ ଗଛଟି ଅଧିକ ସୁନ୍ଦର ଓ ଆକର୍ଷକ ଲାଗୁଥିଲା। ଏହାକୁ ଜେଦାହର ସାଉଦି ମାର୍କେଟିଂ କନ୍‌ଫରେନ୍ସରେ ପ୍ରଦର୍ଶିତ କରାଯାଇଥିଲା। ଆଉ ଏହା ପୃଥିବୀର ସବୁଠାରୁ ବଡ଼ ଫ୍ରୁଟ୍‌ ସ୍କଲ୍‌ପଚର୍‌ ବୋଲି କୁହାଗଲା। ପରେ ଏଥିରେ ବ୍ୟବହୃତ ଖଜୁରିକୁ ଚାରିଟେବୁଲ ଅର୍ଗାନାଇଜେଶନ୍‌ ବଣ୍ଟନ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri