Posted inUncategorized

ଗଣେଶଚନ୍ଦ୍ରଙ୍କ ଶିଖର ଛୁଇଁବାର ନିଶା: ୨୧ ପର୍ବତାରୋହଣ କରିପାରି…

ପର୍ବତ ଶିଖରକୁ ଚଢ଼ିବାର ଦୁର୍ବାର ନିଶା ସବୁବେଳେ ଜଣେ ପର୍ବତାରୋହୀ ମନରେ ରହିଥାଏ। ଆଗକୁ ଅଗ୍ରସର ହେବାର ଉତ୍ସୁକତାରେ ବହୁ ବାଧାବିଘ୍ନକୁ ଆଡ଼େଇ ପର୍ବତାରୋହୀ ଆଗେଇ ଚାଲନ୍ତି ନିଜ ଗନ୍ତବ୍ୟ ପଥରେ। ଯେଉଁ ଦୁଃସାହସିକ ଅଭିଯାନର ପାଦେପାଦେ ରହିଥାଏ ବିପଦ। କିନ୍ତୁ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସେମାନେ କରିଥାନ୍ତି ନାହିଁ ନ ଥିବା ସାଧନା। ଏସବୁ ପଛରେ ଯାହା ସବୁଠୁ ବେଶି ରହିଥାଏ ତାହା ହେଲା ଦେଶପାଇଁ ଗୌରବ ଅର୍ଜନ କରିବାର ଝୁଙ୍କ୍‌।
ସାଧାରଣତଃ ପର୍ବତାରୋହୀମାନେ ପାହାଡ଼ର ଯେତେ ଯେତେ ଶିଖରକୁ ଚଢ଼ନ୍ତି ସେତେ ସେତେ ନିଃଶ୍ୱାସ ଛାଡ଼ିବା ଓ ପ୍ରଶ୍ୱାସନେବା କଷ୍ଟସାଧ୍ୟ ହୋଇପଡ଼େ। ଏଥିପାଇଁ ପୂର୍ବରୁ ତାଲିମ ନେବାକୁ ହୁଏ। କେତେକ ସରଞ୍ଜାମକୁ ବ୍ୟବହାରକରି ଏମାନେ ମାଡ଼ିଚାଲନ୍ତି ଆଗକୁ ଆଗକୁ। କିନ୍ତୁ ଦୃଢ଼ମନୋବଳ ଓ ଅଦମ୍ୟ ସାହସ ହିଁ ତାଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାରେ ସହାୟକ ହୋଇଥାଏ। ସେମିତି ଜଣେ ପର୍ବତାରୋହୀ ହେଲେ ଗଣେଶଚନ୍ଦ୍ର ଜେନା। ସାଧାରଣ ମଣିଷ ସେ, ମାତ୍ର ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ। ଦୃଢ଼ମନୋବଳ, ସାହସ ଓ ନିଷ୍ଠାର ସହିତ ସାଧନାକୁ ଜାରି ରଖିଥିବାରୁ ସେ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗରେ ପାଦ ଥାପିପାରିଛନ୍ତି। ପ୍ରଥମ ଓଡ଼ିଆ ଟ୍ରାଭର୍ସ କ୍ଲାଇମ୍ବି କ୍ଷେତ୍ରରେ ମସ୍କୋର ମାଉଣ୍ଟ ଏଲ୍‌ବ୍ରସ ଅତିକ୍ରମ କରିଥିବା ପର୍ବତାରୋହୀ ଗଣେଶଚନ୍ଦ୍ର ଜେନାଙ୍କ ଘର ଗଜପତି ଜିଲାର ପାରଳାଖେମୁଣ୍ଡି ଅନ୍ତର୍ଗତ ବ୍ରାହ୍ମଣ ସୀତାପୁର ଗାଁରେ। ସେ କୁହନ୍ତି, ମୋର ଜନ୍ମ ୫ା୫ା୧୯୭୨ରେ। ପିତା କଣ୍ଟାରୁ ଜେନା, ମାତା ସୀତା ଦେଈ । ଗଣେଶ କୁହନ୍ତି,‘ପିଲାବେଳେ ଆମ ଗାଁ ନିକଟରେ ଥିବା ପାହାଡ଼ରେ ସାଙ୍ଗମାନଙ୍କ ସହିତ ଯେତେବେଳେ ଚଢୁଥିଲି ମୁଁ ଭାବୁଥିଲି ହିମାଳୟ ପର୍ବତରେ ଥରେ ଚଢିପାରନ୍ତି କି। ସମୟକ୍ରମେ କଲେଜପଢ଼ା ବୟସରେ ଉଚ୍ଚପର୍ବତ ଆରୋହଣ କରିବା ନିମନ୍ତେ ଦୁଃସାହସିକ କ୍ରୀଡ଼ା ପ୍ରତି ମନବଳାଇଥିଲି। ଗୁରୁ ରାକେଶ କୁମାର ପନଓ୍ବାରଙ୍କ ପ୍ରଶିକ୍ଷଣରେ ଯୋଗ ଦେଲି। ପ୍ରଥମେ ପ୍ରଥମେ ଛୋଟଛୋଟ ପର୍ବତ ଆରୋହଣ କରିବା ଅଭ୍ୟାସ କଲି। ୨୦୧୧ରେ ବିମାନ ଯୋଗେ କାଠମାଣ୍ଡୁ ଯାଇଥିଲି। ସେଠାରେ ସର୍ବ ପ୍ରଥମେ ହନୁମାନଙ୍କୁ ଆରାଧନା କରି ଏହି ଅଭ୍ୟାସ ଜାରି ରଖିଥାଏ। ଧୀରେଧୀରେ ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ପର୍ବତାରୋହଣ କରି ସଫଳତା ମିଳିବାରୁ ମନରେ ଉତ୍ସାହ ଜନ୍ମିଥିଲା। ପ୍ରାୟ ୨୧ଟି ପର୍ବତର ଶୃଙ୍ଗଦେଶକୁ ଛୁଇଁସାରିଲିଣି। ସେଥିମଧ୍ୟରେ ଦେଶରେ ରହିଥିବା ପ୍ରାୟ ୧୫ଟି ଉଚ୍ଚଶୃଙ୍ଗ ହୋଇଥିବା ବେଳେ ୬ଟି ପ୍ରାୟ ବିଦେଶରେ। ଅନ୍ୟପକ୍ଷେ ଶତାଧିକ ଦୁଃସାହସିକ କ୍ରୀଡ଼ା ଶିବିରରେ ଅଂଶଗ୍ରହଣ କରିସାରିଛି। ଏଭେରେଷ୍ଟ, ସେଟିଧାର, ମାମୋଷ୍ଟଙ୍ଗ କାଙ୍ଗ୍ରି ଶୃଙ୍ଗ, ମାଉଣ୍ଟ ଏଲବ୍ରଶ ଆଦି ଅନେକ ଗିରିଶୃଙ୍ଗରେ ପହଞ୍ଚି ସାରିଲିଣି। ଦୀର୍ଘ ୨୯ବର୍ଷର ପାହାଡ଼ଛଢ଼ା ଅଭିଜ୍ଞତାରେ ଅନେକ କିଛି ଅନୁଭୂତି ରହିଛି। ୧୯୯୯ କାର୍‌ଗିଲ୍‌ ଯୁଦ୍ଧ ସମୟରେ ବି ଏହି ଅଭିଯାନ ପାଇଁ ପ୍ରଶିକ୍ଷକ ରାକେଶ ପାନଓ୍ବାରଙ୍କ ସହିତ ଉଚ୍ଚପାହାଡ଼ିଆ ରାସ୍ତାରେ ଯିବା ବେଳେ ଆହତ ହୋଇପଡ଼ିଥିଲି। ହିମାଚଳ ପ୍ରଦେଶର ଓ ଜମ୍ମୁ-କଶ୍ମୀର ସୀମାନ୍ତ ଅଞ୍ଚଳରେ ବାରଳାଖଳା ଏକ ଗିରିଶୃଙ୍ଗ। ଯେଉଁଠାରେ ତାପମାତ୍ରା ପ୍ରାୟ -୩୦ଂରୁ -୩୫ଂ ହେବ । ସେଠାରେ ନିଃସହାୟ ହୋଇପଡ଼ିଥିଲି। ବିଶ୍ରାମ ନେବାପାଇଁ କୌଣସି ଆଶ୍ରୟ ସ୍ଥଳ ପାଇଲୁନାହିଁ। ପାଖରେ ଥିବା ଏକ ଆଜବେଷ୍ଟସ ଘର ଭିତରକୁ ବହୁକଷ୍ଟରେ ଯାଇ ଗୋଟେ ରାତି ବିନା ଖାଦ୍ୟ ପାନୀୟରେ କେବଳ ଚକୋଲେଟ ଟିଏ ପାଟିରେ ଜାକି ଗୁରୁଙ୍କ ସହିତ ରହିଥିଲି । ତେବେ ତାପମାତ୍ରା ଏତେ କମ୍‌ ଥିଲା ଯେ ହାତଗୋଡ଼ ସବୁ ଅଚଳ ହୋଇପଡ଼ିଥିଲା। ଏହି ସମୟରେ ଏକ ଯୁଦ୍ଧ ଯାନ ସେହି ରାସ୍ତା ଦେଇ ଅତିକ୍ରମ କରୁଥିଲା, ସେମାନେ ଆମ ପାଖରେ ଅଟକିଗଲେ । ଆମକୁ ପିଇବାକୁ ପାଣି ଦେଲେ ତା’ପରେ ଆମକୁ ତାଙ୍କ ଗାଡ଼ିରେ କ୍ୟାମ୍ପକୁ ନେଇ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ। ସେଠାରେ ସେତେବେଳେ ଓଡ଼ିଆ ସୈନିକ ଶ୍ରୀନିବାସ ରାଓ ଥିଲେ। ସେମାନଙ୍କ ପାଇଁ ଆମେ ସେଠାରୁ ଉଦ୍ଧାର ହୋଇ ବଞ୍ଚି ଯାଇଥିଲୁ। ମାତ୍ର ସେହି ସମୟର ଯୁଦ୍ଧରେ ଶ୍ରୀନିବାସ ରାଓ ଶହୀଦ ହେବାର ଖବର ଶୁଣି ଭାଙ୍ଗିପଡ଼ିଥିଲି। ଏକଥା କେବେ ଭୁଲିପାରିବି ନାହିଁ । ଏହି ଦୁଃସାହସିକ ପର୍ବତାରୋହଣ ପାଇଁ ଅନେକ ସଂସ୍ଥାରୁ ସମ୍ମାନିତ ଓ ପୁରସ୍କୃତ ହୋଇଛି। ଏବେ ମୋର ସାନ ଝିଅ ଆରଧ୍ୟା ଜେନା ମଧ୍ୟ ପାହାଡ଼ଚଢା ଅଭ୍ୟାସ ଜାରିରଖିଛି।
ଏହି ଦୁଃସାହସିକ ପର୍ବତାରୋହଣ କ୍ରୀଡ଼ା ପ୍ରତି ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନ ରହିଛି। ଅନେକ ପ୍ରତିଭା ଏହି କ୍ଷେତ୍ରରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ଏଥିରେ ସୁଯୋଗ ରହିଛି।
-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…

ଆମ ବସ୍‌ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍‌ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍‌ ଲାଇନ…

ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…

ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ରାଜମହଲ ଛକରୁ…

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ…

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri