Posted inଫୁରସତ

ଓଡ଼ିଶୀ ସଙ୍ଗୀତ ଦେଇଛି ପରିଚୟ

ପିଲାଦିନେ ରାମଲୀଳା ଓ ତ୍ରିନାଥମେଳା ଦେଖିବାର ନିଶା ତାଙ୍କୁ ଆଜି ଦେଇଛି ନିଆରା ପରିଚୟ। ସମୟକ୍ରମେ ସେ ଆକାଶବାଣୀର ଜଣେ ବି ହାଇଗ୍ରେଡ୍‌ର ସ୍ବୀକୃତିପ୍ରାପ୍ତ କଳାକାର ରୂପେ ମାନ୍ୟତା ପାଇଛନ୍ତି। ଓଡ଼ିଶୀ ସଙ୍ଗୀତରେ ଶିକ୍ଷାଲାଭ କରି ଓଡ଼ିଶୀ ସଙ୍ଗୀତ ଗବେଷଣା ପାଇଁ ସିନିୟର ଫେଲୋଶିପ୍‌ ପାଇଛନ୍ତି। ପୁରାତନ ଭଜନ, ଜଣାଣ, ଓଡ଼ିଶୀ, ଚମ୍ପୂ, ଛାନ୍ଦ ଆଦି ଗାୟନରେ ତାଙ୍କର ବହୁମୁଖୀ ପ୍ରତିଭାକୁ ବିଭିନ୍ନ ଅନୁଷ୍ଠାନରୁ ମିଳିଛି ଏକାଧିକ ସମ୍ମାନ ଓ ପୁରସ୍କାର। ସେ ହେଲେ ଗୁରୁ ଜଳଧର ପ୍ରଧାନ। ମାତା ଭୂତି ଦେଈ, ପିତା ଆନନ୍ଦ ଚନ୍ଦ୍ର ପ୍ରଧାନ। ଘର ଖୋର୍ଦ୍ଧା ଜିଲାର ଜଟଣୀ ବ୍ଲକ ଅନ୍ତର୍ଗତ କନ୍ତିଆ ଗାଁରେ। ସେ କୁହନ୍ତି, ‘ମୋ ବଡ଼ବାପା ଉଚ୍ଛବ ଚରଣ ପ୍ରଧାନ ଥିଲେ ଜଣେ ରାମଲୀଳା କଳାକାର। ଗାଁରେ ପ୍ରତିବର୍ଷ ଆୟୋଜିତ ହେଉଥିବା ରାମଲୀଳାରେ ସେ ନିର୍ଦ୍ଦେଶନା ଦେବା ସହିତ ଅଭିନୟ କରୁଥିଲେ। ଘରେ ସେ ଖଞ୍ଜଣି ବଜାଇ ବିଭିନ୍ନ ଭଜନ ଜଣାଣ ଗାୟନ କରିଥା’ନ୍ତି। ତାଙ୍କ କଣ୍ଠରୁ ଭଜନ ଜଣାଣ ଶୁଣି କେତେକ ପୁରାତନ ଭଜନ, ଜଣାଣକୁ ଗାଇବା ଅଭ୍ୟାସ କରୁଥିଲି। ପିଲାଦିନେ ମୋ କଣ୍ଠରୁ ଭଜନ, ଜଣାଣ ଶୁଣି ଗାଁର ଗୁରୁଜନମାନେ ମୋତେ ଗାଇବା ପାଇଁ ଉତ୍ସାହିତ କରୁଥିଲେ। ହରିରାଜପୁର ସୋମନାଥ ବିଦ୍ୟାପୀଠରେ ପଢ଼ୁଥିବା ବେଳେ ଅଧିକାଂଶ ସମୟ ପାଠପଢ଼ା ଅପେକ୍ଷା ଗୀତ ପ୍ରତି ଗୁରୁତ୍ୱ ଦେଉଥିବାରୁ ସେତେବେଳେ ଶ୍ରେଣୀ ଶିକ୍ଷକ ମୋ ପ୍ରତି ବିରକ୍ତ ହୋଇ କହିଥିଲେ- ଆଗେ ପାଠ, ପରେ ଶାଠ ନଚେତ୍‌ ତୋର କିଛି ହୋଇପାରିବନି। ସାରଙ୍କ ଏହି ପଦକ କଥା ଏବେ ବି ମନେପଡ଼ୁଛି। ୭ମ ଶ୍ରେଣୀରେ ପଢ଼ୁଥିବା ବେଳେ ଥରେ ଟେବୁଲରେ ବାଜା ବଜାଇ ଗୀତ ଗାଉଥିବା ବେଳେ ଟେବୁଲର ଏକ ପଟା ଭାଙ୍ଗି ଯାଇଥିଲା। ଏଥିପାଇଁ ସାର୍‌ ମୋତେ ଏବଂ ଆଉ ଜଣେ ସାଙ୍ଗକୁ ସେତେବେଳେ ଆଣ୍ଠୁଆ ବସାଇଥିଲେ। ତେଣୁ ଭୟରେ କିଛି ଦିନ ସ୍କୁଲକୁ ଯାଇ ନଥିଲି। ପରେ ସ୍କୁଲ ଯିବା ପାଇଁ ସାର୍‌ ବହୁତ ବୁଝାଇଥିଲେ। ଆଉ ସାର୍‌ ମୋତେ ଭଜନ ଗାଇବା ପାଇଁ ଉତ୍ସାହିତ କରିଥିଲେ। ଆଉ ମୁଁ ଗାଇଥିଲି। ପରେ ସ୍କୁଲରେ ଯେତେବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା, ଭଜନ, ଜଣାଣ ଗାଇବାକୁ ମୋତେ ଡାକନ୍ତି। ସାଲବେଗ, ସାରିଆ ଭିକ, ବନମାଳୀ ଦାସ, ଦୀନକୃଷ୍ଣଙ୍କ ଭଜନ ଜଣାଣକୁ ସ୍ବର, ତାଳରେ ଗାଇବାରେ ଆନନ୍ଦ ପାଉଥିଲି। ସଙ୍ଗୀତ ଶିକ୍ଷା ପାଇଁ ଘରୋଇ ଭାବେ ଜଟଣୀର ଏକ ପୁରାତନ ‘ସଙ୍ଗୀତା’ ଅନୁଷ୍ଠାନକୁ ଯାଇଥିଲି । ସେଥିପାଇଁ ପ୍ରତି ମାସରେ ୨୦ଟଙ୍କା ଦେବାକୁ ପଡୁଥିଲା। ଥରେ ମାସିକ ଦରମା ଦେଇ ନ ପାରିବାରୁ ସଙ୍ଗୀତ ଅନୁଷ୍ଠାନର ପରିଚାଳକ ମୋତେ ତାଙ୍କ ଅନୁଷ୍ଠାନକୁ ଯିବା ପାଇଁ ମନାକରି ଦେଇଥିଲେ। କିନ୍ତୁ ସେତେବେଳେ ସ୍କୁଲ ବହି କିଣିବାକୁ ମୋପାଖରେ କିଛି ଟଙ୍କା ସାଇତି ରଖିଥିଲି। କାହାକୁ କିଛି ନ ଜଣାଇ ବହିକିଣା ହେବାକୁ ଥିବା ୧୫ଟଙ୍କାକୁ ସଙ୍ଗୀତ ଅନୁଷ୍ଠାନର ପରିଚାଳକଙ୍କୁ ଦେଇଦେଇଥିଲି, ଆଉ ୫ଟଙ୍କା ବାକି ଥିବାରୁ ସଙ୍ଗୀତ ସ୍କୁଲକୁ ନ ଯାଇପାରି ଘରେ ସଂଗୀତ ଅଭ୍ୟାସ କରୁଥିଲି। ମୋର ଏହି କଳା ପ୍ରତି ଆଗ୍ରହ ଦେଖି ସଙ୍ଗୀତ ଶିକ୍ଷକ ପରେ ମୋତେ ସେହି ଅନୁଷ୍ଠାନକୁ ଯିବାପାଇଁ କହିଥିଲେ। ତାପରେ ଜଣେ ସାଙ୍ଗ ମୋ ପାଇଁ ପିପିଲିରୁ ଏକ ହାର୍‌ମୋନିୟମ କିଣି ମୋତେ ଦେଇଥିଲେ। ପରେ ତାଙ୍କ ପଇସା ଶୁଝି ଦେଇଥିଲି। ଗୁରୁ ଭୁବନ ମୋହନ ପ୍ରଧାନ, କେଶବଚନ୍ଦ୍ର ରାଉତ, ପ୍ରଶାନ୍ତ ସାମଲ, ଗୁରୁ ରାମହରି ଦାସ ପ୍ରମୁଖଙ୍କଠାରୁ ପୁରାତନ ଓଡ଼ିଶୀସଙ୍ଗୀତ ଶିକ୍ଷା ଲାଭ କରିଥିଲି। ଜଟଣୀ କଲେଜରେ ବିଏ ସାରିଲା ପରେ ବିଧିବଦ୍ଧଭାବେ ଚଣ୍ଡୀଗଡ଼ ପ୍ରାଚୀନ କଳାକେନ୍ଦ୍ରରେ ୭ ବର୍ଷିଆ ଓଡ଼ିଶୀ ସଙ୍ଗୀତ କୋର୍ସ କରି ସଙ୍ଗୀତରେ ଆଚାର୍ଯ୍ୟ ସାରିଲି। ସମୟକ୍ରମେ କଟକ ଆକାଶବାଣୀର ବିଭିନ୍ନ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗଦେଲି। ଏହାପରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ସଙ୍ଗୀତ ପରୀକ୍ଷକ, ଚଣ୍ଡୀଗଡ଼ ପ୍ରାଚୀନ କଳାକେନ୍ଦ୍ରର ପରୀକ୍ଷକ, ଟ୍ରିପଲ-ଏ ଅନୁଷ୍ଠାନ ଖୋର୍ଦ୍ଧାରେ ଓଡ଼ିଶୀସଙ୍ଗୀତ ଶିକ୍ଷକଭାବେ କାଯର୍‌ୟ କରୁଅଛି। ପରିବାରରେ ମୋର ଝିଅ ଓଡିଶୀ ସଙ୍ଗୀତ କଳାରେ ରୁଚି ରଖିଛି। ଏବେ ବିଭିନ୍ନ ଅନୁଷ୍ଠାନରେ ସଙ୍ଗୀତ ଶିକ୍ଷକ ଭାବେ ପିଲାଙ୍କୁ ପୁରାତନ ଓଡିଶୀସଙ୍ଗୀତ ଶିକ୍ଷା ଦେଉଛି। ସଙ୍ଗିତ ପାଇଁ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛି। ମୁଁ ଏତିକି କହିବି ଓଡ଼ିଶୀ ସଙ୍ଗୀତର ଅଂଶ ବିଶେଷ ଭାବେ ଚମ୍ପୂ, ଛାନ୍ଦ, ଓଡ଼ିଶୀ ଆଦି ପୁରାତନ ଭଜନ ଜଣାଣ ରହିଛି। ସଙ୍ଗୀତର ଅଳଙ୍କାର ସାଧନା କଲେ ହିଁ ଜଣେ ସଫଳତା ପାଇବେ। ଆଜିକାଲି କିନ୍ତୁ ଅଳଙ୍କାରକୁ ସାଧନା ନ କରି ଗୀତ ଗାୟନ କରନ୍ତି। ତେଣୁ ସେଥିରେ ପ୍ରକୃତ ସ୍ବର, ତାଳର ମୌଳିକତା ରହେନା। ତେଣୁ ସେହି ସଙ୍ଗୀତରେ ଭାବ ରହୁନି।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri