ସମଲିଙ୍ଗୀ ଆପ୍‌ରେ ଫସିଲେ ନର୍ସିଂ ଅଫିସର

ଭୁବନେଶ୍ୱର, ୯।୬(ବ୍ୟୁରୋ) : ସାଇବର ଅପରାଧୀମାନେ ଦିନକୁ ଦିନ ନୂଆ ନୂଆ ତରିକାରେ ଲୋକଙ୍କୁ ଠକୁଛନ୍ତି। କେତେବେଳେ ସୋସିଆଲ ମିଡିଆ ଆକାଉଣ୍ଟକୁ ହ୍ୟାକ୍‌ କରି ତ ପୁଣି ଆଉ କେତେବେଳେ ବିଭିନ୍ନ ପ୍ରକାର ମେସେଜ୍‌ ଓ ଫେକ୍‌ କଲ୍‌ କରି ଚତୁରତାର ସହ ତଥ୍ୟ ହାସଲ କରି ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି। ଏବେ ସମଲିଙ୍ଗୀ ଆପ୍‌ ମାଧ୍ୟମରେ ଲୋକଙ୍କୁ ଫସାଇ ଟଙ୍କା ଲୁଟିବା ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୋଲିସ। ଏହି ର଼୍ୟାକେଟରେ ଫସି ଜଣେ ନର୍ସିଂ ଅଫିସର ଲକ୍ଷେ ଟଙ୍କା ହରାଇଛନ୍ତି। ଅଭିଯୋଗ ପରେ ତମାଣ୍ଡୋ ଥାନା ପୋଲିସ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି। ଗିରଫ ଅଭିଯୁକ୍ତ ହେଲେ ଡୁମୁଡୁମା ଫେଜ୍‌-୨ରେ ରହୁଥିବା ସାନୁ ଓରଫ୍‌ ବାବୁ ଓରଫ୍‌ ଶୁଭମ୍‌ ସିଂ(୨୨)। ତାଙ୍କଠାରୁ ଏକ ସିମ୍‌ କାର୍ଡ ଜବତ କରାଯାଇଛି। ପରେ ପୋଲିସ ଶୁଭମ୍‌ଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ୍‌ ନାମଞ୍ଜୁର ହୋଇଯିବାରୁ ତାଙକ୍‌ୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ଏହି ଠକେଇର ଶିକାର ନର୍ସିଂ ଅଫଇସର ଜଣକ ସ୍ଥାନୀୟ ଏକ ସରକାରୀ ମେଡିକାଲରେ କାର୍ଯ୍ୟ କରନ୍ତି। ସାଇବର ଅପରାଧୀ ପଠାଇଥିବା ସମଲିଙ୍ଗୀ ଆପ୍‌ ‘ଗ୍ରିଣ୍ଡର-ଗେ ଚାଟ୍‌’ରେ ସେ ନିଜ ନାମ ରେଜିଷ୍ଟ୍ରେଶନ କରି ଚାଟ କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ଲୋଭ ଦେଖାଇ ତମାଣ୍ଡୋ ଅଞ୍ଚଳକୁ ଡକାଇଥିଲେ। ସେ ନିର୍ଦ୍ଧାରିତ ସ୍ଥାନରେ ଜଣକ ପହଞ୍ଚତ୍ବା କ୍ଷଣି ଅଭିଯୁକ୍ତମାନେ ତାଙ୍କଠାରୁ ମୋବାଇଲ୍‌ ଫୋନ୍‌ ଛଡାଇ ନେଇଥିଲେ। ପରେ ଉକ୍ତ ମୋବାଇଲରେ ଥିବା ଫୋନ୍‌ ପେ’ ମାଧ୍ୟମରେ ୫ ଥରରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ନେଇଯାଇଥିଲେ। ଶେଷରେ ନର୍ସିଂ ଅଫିସର ଜଣକ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଥିଲା।

ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ପୂର୍ବରୁ ଏପରି ଅନେକଥର ଅପରାଧ ଘଟାଇ ସାରିଛନ୍ତି। ମୁଖ୍ୟ ଅଭିଯୁକ୍ତ ସାନୁ ୨ ଜଣ ସହଯୋଗୀ ଆଲୋକ ଏବଂ ଟୁଲୁଙ୍କ ସହିତ ମିଶି ଗ୍ରିଣ୍ଡର-ଗେ ଚାଟ୍‌’ ଆପ୍‌ ମାଧ୍ୟମରେ ଲୋକଙ୍କୁ ଫସାଇ ଟଙ୍କା ଲୁଟିଥାନ୍ତି। ପ୍ରଥମେ ଅଭିଯୁକ୍ତ ଟୁଲୁ ଏହି ଆପ୍‌ ଜରିଆରେ ଲୋକଙ୍କ ମୋବାଇଲ୍‌ ଫୋନ୍‌କୁ ବାର୍ତ୍ତାଳାପ ପାଇଁ ଲିଙ୍କ୍‌ ପଠାଇଥାନ୍ତି। ବ୍ୟବହାରକାରୀ ରାଜି ହେବାପରେ ସେମାନଙ୍କୁ ପ୍ରଥମେ ରେଜିଷ୍ଟ୍ରେଶନ ପାଇଁ କୁହାଯାଇଥାଏ। ପରେ ସାକ୍ଷାତ କରିବା ପାଇଁ ଅନୁରୋଧ କରନ୍ତି। ଶେଷରେ ଅଭିଯୁକ୍ତମାନେ ଏକାନ୍ତ ସ୍ଥାନକୁ ଡାକି ବିଭିନ୍ନ ମାଧ୍ୟମରେ ଟଙ୍କା ଲୁଟି ନେଇଥାନ୍ତି। ସହଯୋଗୀ ଅଭିଯୁକ୍ତ ଆଲୋକ ଓ ଟୁଲୁକୁ ଗିରଫ ପାଇଁ ପ୍ରୟାସ ଜାରି ରହିଥିବା ଥାନା ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଧାନ କିଣା ନେଇ କାଲି ଥିଲା ଶେଷ ତାରିଖ, ଏପଟେ ଯୋଗାଣ ମନ୍ତ୍ରୀ କହିଦେଲେ…

ଭୁବନେଶ୍ୱର,୩୦।୩:ଚାଷୀଙ୍କ ପାଇଁ ବଡ଼ ଅପ୍‌ଡେଟ୍‌। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ…

ବଢ଼ୁଛି ନର୍ଲା ବିଧାୟିକା ସ୍ବାମୀଙ୍କ ଅଡ଼ୁଆ: ଏପଟେ ମନୋରମାଙ୍କୁ ଡାକି ନବୀନ କହିଲେ…

ଭୁବନେଶ୍ୱର, କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ନର୍ଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri