ବମ୍ବେର ଟ୍ରକ୍‌ ଡ୍ରାଇଭରଙ୍କ କଲୋନୀରେ ରହୁଥିଲେ ବିପାଶା, ଏହି କାରଣରୁ ସବୁବେଳେ ପାଖରେ ରଖୁଥିଲେ ହାତୁଡ଼ି

ବମ୍ବେ: ବ୍ୟକ୍ତିଗତ ଜୀବନ ହେଉ ଅଥବା ଅଭିନୟ, ସବୁଥିରେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାନ୍ତି ଅଭିନେତ୍ରୀ ବିପାଶା ବସୁ। ଜଣେ ମଡେଲରୁ ସୁପର ମଡେଲ ଓ ପରେ ଅଭିନେତ୍ରୀ ହେବାର ତାଙ୍କର ଯାତ୍ରା ସେତେଟା ସହଜ ନ ଥିଲା। ଅନେକ ସଂଘର୍ଷ ପରେ ସେ ୨୦୦୧ରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଅଜନବୀ’ରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ।

ଆମେରିକାରୁ ଭାରତ ଫେରିବା ପରେ ବିପାଶାଙ୍କୁ କଳିଙ୍ଗା କଲୋନୀରେ ରହିବାକୁ ପଡ଼ିଥିଲା। ସେତେବେଳେ ଏହା ଡ୍ରାଇଭରଙ୍କ କଲୋନୀ ଥିଲା। ସେଠାରେ ବିପାଶାଙ୍କୁ ବହୁତ ଡର ଲାଗୁଥିଲା। ଏଣୁ ସକାଳୁ ଘରୁ ସେ ବାହାରି ଯାଉଥିଲେ। ନିଜ ପାଖରେ ସେ ସବୁବେଳେ ହାତୁଡ଼ି ରଖୁଥିଲେ। ଏକଦା ବିପାଶା ଫ୍ୟାଶନ ଶୋ’ରେ ଭାଗ ନେଇ ଘରକୁ ଫେରୁଥିବା ବେଳେ କିଛି ଗୁଣ୍ଡା ତାଙ୍କର ପଛରେ ପଡ଼ିଥିଲେ। ଏହାଦେଖି ତାଙ୍କ ଡ୍ରାଇଭର ଗାଡ଼ିର ସ୍ପିଡ୍‌ ବଢ଼ାଇଥିଲେ। ସେଦିନକୁ ଆଜି ଯାଏ ଭୁଲିନାହାନ୍ତି ବିପାଶା। ଯେତେବେଳେ ଅତୀତ ଏବଂ ସଂଘର୍ଷର ଦିନ କଥା ପଡେ, ସେ ସର୍ବଦା ଘଟଣାଗୁଡ଼ିକୁ ମନେ ପକାଇଥାନ୍ତି। ଏବେ ସେ ଅଭିନେତା କରନ୍‌ ସିଂହ ଗ୍ରୋଭରଙ୍କୁ ବିବାହ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।

Share