କଳା କାହାଣୀକୁ ଝୁରୁଛନ୍ତି ବରୀବାସୀ

ବରୀ,୧୧ା୮(ଡି.ଏନ.ଏ.): ସେଦିନ ଥିଲା ୧୯୪୨ ଅଗଷ୍ଟ ୨୬ ତାରିଖ। ଗହ୍ମା ପୂନେଇଁ ଜହ୍ନ ଉଠିବା ପୂର୍ବରୁ ରକ୍ତରେ ଭିଜି ଯାଇଥିଲା ବରୀ ବ୍ଲକ ଅଞ୍ଚଳର କଳାମାଟିଆ, ଯାହାକି ଆଜି ରକ୍ତତୀର୍ଥ ଭାବେ ପରିଚିତ। ଗୁଳିକାଣ୍ଡରେ ସାଉଁଟି ମଲିକ, ସାନନ୍ଦ ସ୍ବାଇଁ, ହାଡ଼ିବନ୍ଧୁ ପଣ୍ଡା ଓ ମାୟାଧର ଭୂୟଁା ଟଳି ପଡ଼ିଥିଲେ। ସେଦିନର ସ୍ମୃତି ଆଜିବି ମନେ ପଡ଼ିଲେ ଲୋକଙ୍କ ଆଖିରୁ ଅମାନିଆ ଲୁହ ଗଡ଼େ। ମହାତ୍ମା ଗାନ୍ଧୀଙ୍କ ଭାରତଛାଡ଼ ଆନ୍ଦୋଳନ ଡାକରାରେ ବ୍ରିଟିଶଙ୍କ ସହ ସଂଗ୍ରାମ କରିବାକୁ ଆଗେଇ ଆସିଥିଲେ ବରୀ ଅଞ୍ଚଳର ବହୁ ଯୁବକ। ନିଜ ଜୀବନକୁ ବାଜି ଲଗାଇ ଦେଶମାତୃକାର ସ୍ବାଧୀନତା ପାଇଁ କିଛିବି କରିବାକୁ ସେମାନେ ପଶ୍ଚାତପଦ ହୋଇ ନ ଥିଲେ। ଏହାର କିଛି ଦିନ ପୂର୍ବରୁ ସଂଗ୍ରାମୀମାନେ କାଇପଡ଼ା ଡାକଘର ପୋଡ଼ି ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ କାଇପଡ଼ା ଗୋଲାହାଟଠାରେ ସଂଗ୍ରାମୀମାନେ ଏକ ବୈଠକ କରିଥିବା ବେଳେ ସ୍ଥାନୀୟ କୃଷ୍ଣନଗର, ଗମୁଁ, ଚନ୍ଦନପୁର, ବାଲିବିଲ ଓ ସେରପୁର ଅଞ୍ଚଳର ସଂଗ୍ରାମୀମାନେ ଯୋଗ ଦେଇଥିଲେ। ହଠାତ୍‌ ତତ୍‌କାଳୀନ ଡି.ଏସ୍‌.ପି ଲକ୍ଷ୍ମଣ ମିଶ୍ର ସଦଳବଳ ଗୋଲାହାଟଠାରେ ପହଞ୍ଚତ୍ ସଂଗ୍ରାମୀଙ୍କୁ ଗିରଫ କରିବା ସହ ଚଲାଇ ଚଲାଇ କଳାମାଟିଆସ୍ଥିତ ଦୁଧେଇ ନଦୀ ନିକଟକୁ ଆଣିଥିଲେ। କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ସେଠାରେ ଉପସ୍ଥିତ ଥିବା ସଂଗ୍ରାମୀମାନେ। ଗିରଫ ସାଥୀମାନଙ୍କୁ ବ୍ରିଟିଶ ଫୌଜ କବଳରୁ ଛଡ଼େଇ ନେବାକୁ ପ୍ରୟାସ କରିଥିଲେ। ଏକକାଳୀନ ବହୁ ସଂଗ୍ରାମୀ ମାଡ଼ି ଆସୁଥିବାରୁ ତତ୍‌କାଳୀନ ଡି.ଏସ୍‌.ପି ମିଶ୍ର ଗୁଳି ଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଉପରୋକ୍ତ ୪ଜଣ ଶହୀଦ ହୋଇଥିଲେ।

ଏବେ ସମୟ ବଦଳିଛି, ମାତ୍ର ଅତୀତର ସେହି ଇତିହାସ ଓ ସ୍ମୃତିକୁ ମନେ ପକାଇ ସେହି କଳା କାହାଣୀକୁ ଝୁରୁଛନ୍ତି ବରୀବାସୀ। ସେଦିନର ଶହୀଦ ଆଜି ଇତିହାସ ପୃଷ୍ଠାରେ ସ୍ଥାନ ପାଇଛନ୍ତି। ସେମାନଙ୍କ ତ୍ୟାଗ, ଆଦର୍ଶ ଓ ନିଷ୍ଠା ପାଇଁ ଭାରତବର୍ଷ ଗର୍ବ କରେ। ତେବେ ଦେଶ ସ୍ବାଧୀନର ୭୫ ବର୍ଷ ହେବାକୁ ଯାଉଥିବା ବେଳେ ଏହି ରକ୍ତ ତୀର୍ଥର ଉନ୍ନତୀକରଣ ହୋଇପାରି ନ ଥିଲା। ଏହି ଅଞ୍ଚଳର ଝିଅ ଓ ବୋହୂ ସୁନନ୍ଦା ଦାସ ବିଧାୟିକା ହେବାପରେ ବ୍ୟକ୍ତିଗତ ଭାବେ ଉଦ୍ୟମ କରି ଶହୀଦ ମେମୋରିଆଲ ଟ୍ରଷ୍ଟ ଗଠନ କରିବା ସହ ସ୍ମୃତି ପୀଠର ଉନ୍ନତୀକରଣ ନିମନ୍ତେ ଅଣ୍ଟା ଭିଡ଼ିଛନ୍ତି। ତାଙ୍କ ଉଦ୍ୟମ ଯୋଗୁ ଆଜି ସେହି କୀର୍ତ୍ତିସ୍ତମ୍ଭର ସ୍ମାରକୀ ଜନମାନସରେ ଅଭୁଲା ସ୍ମୃତି ହୋଇ ରହିଥିବା ଦେଖିବାକୁ ମିଳିଛି। ପୀଠର ଉନ୍ନତି ପାଇଁ ବିଧାୟିକା ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ତେବେ କିପରି ଭାବେ ଏହା ଭାରତ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିବ ସେ କ୍ଷେତ୍ରରେ ପଦକ୍ଷେପ ନେବେ ବୋଲି ବିଧାୟିକା ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri