କଳା କାହାଣୀକୁ ଝୁରୁଛନ୍ତି ବରୀବାସୀ

ବରୀ,୧୧ା୮(ଡି.ଏନ.ଏ.): ସେଦିନ ଥିଲା ୧୯୪୨ ଅଗଷ୍ଟ ୨୬ ତାରିଖ। ଗହ୍ମା ପୂନେଇଁ ଜହ୍ନ ଉଠିବା ପୂର୍ବରୁ ରକ୍ତରେ ଭିଜି ଯାଇଥିଲା ବରୀ ବ୍ଲକ ଅଞ୍ଚଳର କଳାମାଟିଆ, ଯାହାକି ଆଜି ରକ୍ତତୀର୍ଥ ଭାବେ ପରିଚିତ। ଗୁଳିକାଣ୍ଡରେ ସାଉଁଟି ମଲିକ, ସାନନ୍ଦ ସ୍ବାଇଁ, ହାଡ଼ିବନ୍ଧୁ ପଣ୍ଡା ଓ ମାୟାଧର ଭୂୟଁା ଟଳି ପଡ଼ିଥିଲେ। ସେଦିନର ସ୍ମୃତି ଆଜିବି ମନେ ପଡ଼ିଲେ ଲୋକଙ୍କ ଆଖିରୁ ଅମାନିଆ ଲୁହ ଗଡ଼େ। ମହାତ୍ମା ଗାନ୍ଧୀଙ୍କ ଭାରତଛାଡ଼ ଆନ୍ଦୋଳନ ଡାକରାରେ ବ୍ରିଟିଶଙ୍କ ସହ ସଂଗ୍ରାମ କରିବାକୁ ଆଗେଇ ଆସିଥିଲେ ବରୀ ଅଞ୍ଚଳର ବହୁ ଯୁବକ। ନିଜ ଜୀବନକୁ ବାଜି ଲଗାଇ ଦେଶମାତୃକାର ସ୍ବାଧୀନତା ପାଇଁ କିଛିବି କରିବାକୁ ସେମାନେ ପଶ୍ଚାତପଦ ହୋଇ ନ ଥିଲେ। ଏହାର କିଛି ଦିନ ପୂର୍ବରୁ ସଂଗ୍ରାମୀମାନେ କାଇପଡ଼ା ଡାକଘର ପୋଡ଼ି ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ କାଇପଡ଼ା ଗୋଲାହାଟଠାରେ ସଂଗ୍ରାମୀମାନେ ଏକ ବୈଠକ କରିଥିବା ବେଳେ ସ୍ଥାନୀୟ କୃଷ୍ଣନଗର, ଗମୁଁ, ଚନ୍ଦନପୁର, ବାଲିବିଲ ଓ ସେରପୁର ଅଞ୍ଚଳର ସଂଗ୍ରାମୀମାନେ ଯୋଗ ଦେଇଥିଲେ। ହଠାତ୍‌ ତତ୍‌କାଳୀନ ଡି.ଏସ୍‌.ପି ଲକ୍ଷ୍ମଣ ମିଶ୍ର ସଦଳବଳ ଗୋଲାହାଟଠାରେ ପହଞ୍ଚତ୍ ସଂଗ୍ରାମୀଙ୍କୁ ଗିରଫ କରିବା ସହ ଚଲାଇ ଚଲାଇ କଳାମାଟିଆସ୍ଥିତ ଦୁଧେଇ ନଦୀ ନିକଟକୁ ଆଣିଥିଲେ। କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ସେଠାରେ ଉପସ୍ଥିତ ଥିବା ସଂଗ୍ରାମୀମାନେ। ଗିରଫ ସାଥୀମାନଙ୍କୁ ବ୍ରିଟିଶ ଫୌଜ କବଳରୁ ଛଡ଼େଇ ନେବାକୁ ପ୍ରୟାସ କରିଥିଲେ। ଏକକାଳୀନ ବହୁ ସଂଗ୍ରାମୀ ମାଡ଼ି ଆସୁଥିବାରୁ ତତ୍‌କାଳୀନ ଡି.ଏସ୍‌.ପି ମିଶ୍ର ଗୁଳି ଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଉପରୋକ୍ତ ୪ଜଣ ଶହୀଦ ହୋଇଥିଲେ।

ଏବେ ସମୟ ବଦଳିଛି, ମାତ୍ର ଅତୀତର ସେହି ଇତିହାସ ଓ ସ୍ମୃତିକୁ ମନେ ପକାଇ ସେହି କଳା କାହାଣୀକୁ ଝୁରୁଛନ୍ତି ବରୀବାସୀ। ସେଦିନର ଶହୀଦ ଆଜି ଇତିହାସ ପୃଷ୍ଠାରେ ସ୍ଥାନ ପାଇଛନ୍ତି। ସେମାନଙ୍କ ତ୍ୟାଗ, ଆଦର୍ଶ ଓ ନିଷ୍ଠା ପାଇଁ ଭାରତବର୍ଷ ଗର୍ବ କରେ। ତେବେ ଦେଶ ସ୍ବାଧୀନର ୭୫ ବର୍ଷ ହେବାକୁ ଯାଉଥିବା ବେଳେ ଏହି ରକ୍ତ ତୀର୍ଥର ଉନ୍ନତୀକରଣ ହୋଇପାରି ନ ଥିଲା। ଏହି ଅଞ୍ଚଳର ଝିଅ ଓ ବୋହୂ ସୁନନ୍ଦା ଦାସ ବିଧାୟିକା ହେବାପରେ ବ୍ୟକ୍ତିଗତ ଭାବେ ଉଦ୍ୟମ କରି ଶହୀଦ ମେମୋରିଆଲ ଟ୍ରଷ୍ଟ ଗଠନ କରିବା ସହ ସ୍ମୃତି ପୀଠର ଉନ୍ନତୀକରଣ ନିମନ୍ତେ ଅଣ୍ଟା ଭିଡ଼ିଛନ୍ତି। ତାଙ୍କ ଉଦ୍ୟମ ଯୋଗୁ ଆଜି ସେହି କୀର୍ତ୍ତିସ୍ତମ୍ଭର ସ୍ମାରକୀ ଜନମାନସରେ ଅଭୁଲା ସ୍ମୃତି ହୋଇ ରହିଥିବା ଦେଖିବାକୁ ମିଳିଛି। ପୀଠର ଉନ୍ନତି ପାଇଁ ବିଧାୟିକା ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ତେବେ କିପରି ଭାବେ ଏହା ଭାରତ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିବ ସେ କ୍ଷେତ୍ରରେ ପଦକ୍ଷେପ ନେବେ ବୋଲି ବିଧାୟିକା ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri