Posted inଫୁରସତ

ପିଲାଦିନର ତିକ୍ତ ଅନୁଭୂତି ପାଇଁ ପାଲଟିଲେ ରାକ୍ଷସ

ଅନେକ ସମୟରେ ଦେଖାଯାଏ ପିଲାଦିନର କିଛି ତିକ୍ତ ଅନୁଭୂତି ପିଲାଙ୍କ କୋମଳ ମନରେ ଘର କରି ରହିଯାଏ। ଏମିତିକି ସାରା ଜୀବନ ତାହା ମନରୁ ଲିଭିପାରେନା। ଆଉ ମଣିଷର ଜୀବନଧାରାକୁ ବଦଳାଇ ଦିଏ। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡର ବ୍ରାଇଟନ୍‌ରେ। ଏଠାକାର ୨୬ ବର୍ଷୀୟ ବ୍ଲାଦ ବନ୍‌ କିଚ୍‌ଙ୍କ ପିଲାଦିନର ତିକ୍ତ ଅନୁଭୂତି ତାଙ୍କୁ ଏକ ଭିନ୍ନ ମଣିଷ ରୂପେ ଗଢି ତୋଳିଛି। ପିଲାଦିନେ ବ୍ଲାଦ ଦେଖିବାକୁ ଏତେଟା ସୁନ୍ଦର ନ ଥିଲେ। ସେଥିପାଇଁ ସମସ୍ତେ ତାଙ୍କୁ ଚିଡାଉଥିଲେ। କିଏ ତାଙ୍କୁ ରାକ୍ଷସ, ଦାନବ ତ କିଏ ସୈତାନ କହି ଚିଡାଉଥିଲେ। ସବୁଦିନର ଏଇ ଘଟଣା ତାଙ୍କ ମନରେ ଏମିତି ଘର କରିଗଲା ଯେ, ବଡ ହେବାପରେ ସେ ସତକୁ ସତ ରାକ୍ଷସ ହେବାକୁ ଚାହିଁଲେ ତଥା ରାକ୍ଷସ ପରି ଦେଖାଯିବା ପାଇଁ ନିଷ୍ପତ୍ତି ନେଲେ। ଆଉ ଏବେ ସେ ମୁଣ୍ଡରେ ସିଙ୍ଗ ନ ଲଗାଇ ଘରୁ ବାହାରନ୍ତି ନାହିଁ। ତା’ସହିତ ବଡ ବଡ ନଖ, ବଡ ବଡ ଦାନ୍ତ ଓ ଜଟା ଥିବା ଲମ୍ବା କେଶ ତାଙ୍କର ପରିଚୟ ପାଲଟିଗଲାଣି। ରାକ୍ଷସ ହେବା ପାଇଁ ସେ ହେଭି ମେକ୍‌ଅପ୍‌ର ସାହାରା ବି ନିଅନ୍ତି। ଏଥିପାଇଁ ତାଙ୍କୁ ୩-୪ ଘଣ୍ଟା ସମୟ ଲାଗିଥାଏ। ଏବେ ବ୍ଲାଦଙ୍କୁ ନିଜର ରାକ୍ଷସ ରୂପ ଏତେ ଭଲ ଲାଗୁଛି ଯେ, ସବୁ ସମୟରେ ସେ ଭୟଙ୍କର ରୂପରେ ରହିବାକୁ ପସନ୍ଦ କରୁଛନ୍ତି। ତାଙ୍କର ଏମିତି ରୂପ ଦେଖି ଲୋକେ ହଠାତ୍‌ ଡରିଯାଆନ୍ତି। କିଛି ଲୋକ ତାଙ୍କୁ ତାଚ୍ଛଲ୍ୟ ବି କରିଥାନ୍ତି। ହେଲେ ବ୍ଲାଦ୍‌ ଏସବୁକୁ ନିଜ ଜୀବନର ଅଙ୍ଗଭାବେ ଗ୍ରହଣ କରି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri