ପୁଅର ଏହି କାମରେ ବିରକ୍ତ ହେଲେ ମୀରା ରାଜପୁତ

ଶାହିଦ କୁପରଙ୍କ ସ୍ତ୍ରୀ ମୀରା ରାଜପୁତ ପ୍ରଶଂସକଙ୍କ ସହ ସବୁବେଳେ ସମ୍ପର୍କରେ ରହିଥାନ୍ତି। ଏବେ ସେ ଏକ ଭିଡିଓ ଶେୟାର କରି ପ୍ରଶଂସକଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଜଣେ ମା’ ରୂପେ ଆପଣମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ନା ନାହିଁ?
ବାସ୍ତବରେ, ମୀରା ମେକ୍‌ଅପ୍‌ ହେବାକୁ ବାହାରିଥିଲେ। କିନ୍ତୁ ତାଙ୍କର ମେକ୍‌ଅପ୍‌ ସ୍ପଞ୍ଜ ମିଳିଲା ନାହିଁ। ଏହାକୁ ଖୋଜିବା ପରେ ପୁଅର ସୁଇମିଂ ପୁଲରେ ତାହା ପଡ଼ିଥିବାର ଦେଖିବାକୁ ପାଇଥିଲେ। ଉକ୍ତ ମେକ୍‌ଅପ୍‌ ସ୍ପଞ୍ଜ କଟା ହୋଇଥିବା ମୀରା ଦେଖିବାକୁ ପାଇଲେ। ଏପରି ମୋ ପୁଅ କରିଛି ବୋଲି ସେ ଲେଖିଛନ୍ତି।
ଏହି ଭିଡିଓ ଶେୟାର କରି ମୀରା କ୍ୟାପଶନରେ ଲେଖିଛନ୍ତି, ଏହା ଆପଣମାନଙ୍କ ସହ ହୋଇଛି ନାଁ କେବଳ ମୋ ସହ?

Share