ଏସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଚନ୍ଦ୍ରଗ୍ରହଣ; କିଏ ହେବେ ମାଲାମାଲ ତ କାହା ଉପରେ ପଡ଼ିବ ଅଶୁଭ ପ୍ରଭାବ; ଜାଣନ୍ତୁ…

ଚଳିତ ବର୍ଷ ଅକ୍ଟୋବର ୨୮ ଅର୍ଥାତ ଶନିବାର ଚନ୍ଦ୍ରଗ୍ରହଣ ଲାଗୁଛି। ରାତି ୧ଟା ୫ ମିନିଟ୍‌ରୁ ଗ୍ରହଣ ଆରମ୍ଭ ହୋଇ ପ୍ରାୟ ୨ଟା ୨୨ରେ ଛାଡ଼ିବ। ଏହି ଗ୍ରହଣ ରାଶିମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବ। ଚନ୍ଦ୍ର ଦ୍ୱାରା ପ୍ରଭାବିତ ଲଗ୍ନ ମେଷ, ବୃଷ, କର୍କଟ, କନ୍ୟା, ତୁଳା, ବିଛା,ମକର ଏବଂ ମୀନ ରାଶି ଉପରେ ଗ୍ରହଣର ଖରାପ ପ୍ରଭାବ ପଡ଼ିବ। ଏଣୁ ଏହି ଲଗ୍ନର ବ୍ୟକ୍ତିବିଶେଷଙ୍କୁ ସାବଧାନ ରହିବା ଉଚିତ। ବିଶେଷକରି ଗାଡ଼ି ଚଳାଇବା ସମୟରେ ଅଥବା କୌଣସି କାର୍ଯ୍ୟ କରିବା ସମୟରେ ସାବଧାନତା ଅବଲମ୍ବନ କରିବା ଉଚିତ। ସେହିଭଳି ଆଉ କିଛି ରାଶି ଲାଗି ଏହି ଗ୍ରହଣ ଶୁଭ ଫଳ ଆଣିପାରେ। ଜାଣନ୍ତୁ…

ମେଷରୁ ମୀନ ଲଗ୍ନ ଯାଏ ସମସ୍ତ ଜାତକ ଉପରେ ପ୍ରଭାବ ପକାଇବ ଚନ୍ଦ୍ର ଗ୍ରହଣ:

ମେଷ: ସ୍ବାସ୍ଥ୍ୟ ଖରାପ। ମାନସିକ ଚିନ୍ତା ବୃଦ୍ଧି। ରୋଜଗାର କମିବା। ଦାମ୍ପତ୍ୟ ଏବଂ ପ୍ରେମ ଜୀବନରେ କଳହ। ମାତାପିତାଙ୍କୁ ଶାରୀରିକ କଷ୍ଟ ହୋଇପାରେ।

ବୃଷ: ଗୃହ ଏବଂ ବାହାନ ଉପରେ ଖର୍ଚ୍ଚ ବୃଦ୍ଧି ଆଶଙ୍କା ଯୋଗୁ ଚିନ୍ତାରେ ରହିପାରନ୍ତି। ଭାଇ, ବନ୍ଧୁ ଆଦିଙ୍କୁ ନେଇ ମନ ଅସ୍ଥିର ରହିବ। ମାନସିକ ଚିନ୍ତା କମ୍‌ ହେବ। ଖର୍ଚ୍ଚ ବଢ଼ିବ। ଦାମ୍ପତ୍ୟ-ପ୍ରେମ ଜୀବନରେ କଳହ ସ୍ଥିତି।

ମିଥୁନ: ବ୍ୟବସାୟରେ ଉନ୍ନତି। ରୋଜଗାର ବଢ଼ିବ। ସନ୍ତାନଙ୍କୁ ନେଇ ଚିନ୍ତାରେ ରହିପାରନ୍ତି। ସମ୍ମାନ ଏବଂ ପ୍ରତିଷ୍ଠା ବଢ଼ିବ। ମନୋବଳ ତଥା ସ୍ବାସ୍ଥ୍ୟରେ ଅବନତୀ ହୋଇପାରେ। ଜୀବନସାଥୀ ଏବଂ ପ୍ରେମ ସମ୍ପର୍କରେ ସୁଧାର ଆସିପାରେ।

କର୍କଟ: ମନ ଅଶାନ୍ତ। ସ୍ବାସ୍ଥ୍ୟଗତ ସମସ୍ୟା। ଅକାରଣ ଚିନ୍ତା ବଢ଼ିବ। ହେଲେ ଧନ, ମାନ-ସମ୍ମାନ ବୃଦ୍ଧି ପାଇବ। ଚାକିରିରେ ଶୁଭଫଳ ମିଳିବ। ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। ମାବାପାଙ୍କୁ ନେଇ ଚିନ୍ତାରେ ରହିବେ। ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୂତ ହେବ।

ସିଂହ: ସହକର୍ମୀ ନଚେତ ଉଚ୍ଚାଧିକାରୀଙ୍କ ଯୋଗୁ ଚିନ୍ତାରେ ରହିପାରନ୍ତି। ଗୃହ-ବାହାନ ଆଦିରୁ ସୁଖବର ମିଳିବ। ଆୟ ଏବଂ ଲାଭ ବୃଦ୍ଧି। ସ୍ବାସ୍ଥ୍ୟହାନୀ ସମ୍ଭାବନା। ପେଟ ନଚେତ ପାଦରେ ଯନ୍ତ୍ରଣା । ବିବାଦକୁ ଏଡେଇ ଯାଆନ୍ତୁ। ଦାମ୍ପତ୍ୟ ଏବଂ ପ୍ରେମ ସମ୍ପର୍କ ସାମାନ୍ୟ ରହିବ।

କନ୍ୟା: ଧନ ବୃଦ୍ଧି। ଦାମ୍ପତ୍ୟରେ ସୁଖ ଭୋଗ। ପ୍ରେମ ସମ୍ପର୍କରେ ବୃଦ୍ଧି। ଆୟର ସାଧନକୁ ନେଇ ଚିନ୍ତା। ସ୍ବାସ୍ଥ୍ୟ ଭଲ ରହିବ।

ତୁଳା: ଧନ ବୃଦ୍ଧି। ମାନସିକ ଚିନ୍ତା ବୃଦ୍ଧି। ମା’ଙ୍କୁ କଷ୍ଟ ହେବା ସମ୍ଭାବନା। ଦାମ୍ପତ୍ୟରେ କଷ୍ଟ ଭୋଗ। ଗୃହ-ବାହନ ସୁଖ ବୃଦ୍ଧି। ପେଟ-ପାଦରେ ଯନ୍ତ୍ରଣା। ଶତ୍ରୁ ବୃଦ୍ଧି।

ବିଛା: ମନୋବଳ-ସ୍ବାସ୍ଥ୍ୟକୁ ନେଇ ମନ ଅପ୍ରସନ୍ନ ରହିବ। ଧନ ବୃଦ୍ଧି। ଖର୍ଚ୍ଚ ବୃଦ୍ଧି। ଅଚାନକ ଯାତ୍ରାର ଯୋଗ। ବିଦ୍ୟା ଏବଂ ଡିଗ୍ରୀରେ ପ୍ରଗତି। ସନ୍ତାନକୁ ନେଇ ଚିନ୍ତା ସମାପ୍ତ। ଦାମ୍ପତ୍ୟ ସୁଖ ଏବଂ ପ୍ରେମ ସମ୍ପର୍କରେ ଖର୍ଚ୍ଚର ସ୍ଥିତି

ଧନୁ: ଧନ ଏବଂ ଆୟର ସାଧନ ବୃଦ୍ଧି। ଭାଗ୍ୟ ସାଥୀରେ ରହିବ। ପେଟରେ ଯନ୍ତ୍ରଣାକୁ ନେଇ ଚିନ୍ତାରେ ରହିବେ। ଦାମ୍ପତ୍ୟ ଅଥବା ପ୍ରେମ ସମ୍ପର୍କକୁ ନେଇ ଚିନ୍ତାରେ ରହିବେ। ବ୍ୟାପାରରେ ଉନ୍ନତି। ସନ୍ତାନଙ୍କୁ ନେଇ ମନ ଚିନ୍ତିତ ରହିବ।

ମକର:ବ୍ୟକ୍ତିତ୍ୱ, ମନୋବଳ ବୃଦ୍ଧି, ଛାତିରେ ଯନ୍ତ୍ରଣା ବୃଦ୍ଧି, ଜୀବନସାଥୀଙ୍କୁ ନେଇ ମନ ଅପ୍ରସନ୍ନ ରହିବ। ଆୟର ସାଧନ ବଢ଼ିବ। ଅଫିସରେ ଚାପ ବଢ଼ିବା ସମ୍ଭାବନା। ମାବାପାଙ୍କ ସ୍ବାସ୍ଥ୍ୟକୁ ନେଇ ସଜାଗ ରୁହନ୍ତୁ।

କୁମ୍ଭ: ମନୋବଳ ବଢ଼ି। ସ୍ବାସ୍ଥ୍ୟରେ ସୁଧାର। କାର୍ଯ୍ୟରେ ଭାଗ୍ୟ ସାଥୀରେ ରହିବ। ଭାଇ, ବନ୍ଧୁଙ୍କ ଆଡୁ ସୁଖବର ମିଳିପାରେ। ଆୟ ଏବଂ ବ୍ୟବସାୟରେ ବୃଦ୍ଧି। ଗୃହ ଏବଂ ବାହନକୁ ନେଇ ଚିନ୍ତା ଶେଷ ହେବ। ଜୀବନସାଥୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା।

ମୀନ: ପାରିବାରିକ କାର୍ଯ୍ୟରେ ଧନ ଖର୍ଚ୍ଚ ବଢ଼ିବ। ଚିନ୍ତା ବଢ଼ିବ। ସନ୍ତାନକୁ ନେଇ ଚିନ୍ତାରେ ରହିବେ। ମନୋବଳ ଏବଂ ସ୍ବାସ୍ଥ୍ୟ ଖରାପ ରହିବ। ଭାଇ, ଭଉଣୀ ଏବଂ ବନ୍ଧୁଙ୍କଠାରୁ କଷ୍ଟ ପାଇବେ। ଅସମ୍ମାନିତ ହେବେ। ପାଦ, ପେଟ ଏବଂ ପରିସ୍ରାରେ ସମସ୍ୟା ଉପୁଜିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri