ଏପ୍ରିଲ ୮ରେ ଲୁଚିଯିବେ ସୂର୍ଯ୍ୟ, ଦିନରେ ହେବ ରାତିର ଭ୍ରମ!

ନୂଆଦିଲ୍ଲୀ,୫।୩: ଚଳିତ ବର୍ଷ ଦୃଶ୍ୟମାନ ହେବ ଏକ ବିରଳ ମହାଜାଗତିକ ଦୃଶ୍ୟ। ମାର୍ଚ୍ଚ ୮ରେ ପୃଥିବୀବାସୀ ଦେଖିବେ ପୂର୍ଣ୍ଣ ସୂର୍ଯ୍ୟ ପରାଗ। ଏହି ସମୟରେ ପରାଗ ସମ୍ପୂଣ୍ଣ ଭାବେ ସୂର୍ଯ୍ୟଙ୍କୁ ଗ୍ରାସ କରିବ, ଫଳରେ ଦିନରେ ରାତିର ଭ୍ରମ ସୃଷ୍ଟି ହେବ। ତେବେ ଏହି ପରାଗ ଖୁବ୍‌ ବିରଳ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।  କାରଣ ୨୦୪୪ ମସିହା ପର୍ଯ୍ୟନ୍ତ ଆମେରିକା ଆକାଶରେ ଏପରି ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବନାହିଁ।
ଏହି ସୂର୍ଯ୍ୟ ପରାଗକୁ ଦେଖିବା ପାଇଁ ଲୋକମାନଙ୍କୁ ସ୍ବତନ୍ତ୍ର ସୋଲାର୍‌ ଗ୍ଲାସର ବ୍ୟବହାରରେ କରିବାକୁ ପଡ଼ିବ ନାହିଁ। ଏହି ସୂର୍ଯ୍ୟ ପରାଗକୁ ଖାଲି ଆଖିରେ ଦେଖିପାରିବେ। ପରାଗ ସମ୍ପୂର୍ଣ୍ଣ ଗ୍ରାସ କରିବା ପରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିହେବ।
ପୂର୍ଣ୍ଣ ସୂର୍ଯ୍ୟ ପରାଗ କଣ?
ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେଉଛି ଏକ ଅବସ୍ଥା ଯେତେବେଳେ ଚନ୍ଦ୍ର ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟ ଦେଇ ଗତି କରିଥାଏ। ଏହି ସମୟରେ ଚନ୍ଦ୍ର, ସୂର୍ଯ୍ୟଙ୍କ ଡିସ୍କକୁ ସମ୍ପୂର୍ଣ୍ଣ ରୂପେ ଅବରୋଧ କରି ଭୂପୃଷ୍ଠରେ ଏକ ବିରାଟ ଛାୟା ସୃଷ୍ଟି କରିଥାଏ। ଯେଉଁ ସ୍ଥାନରୁ ଚନ୍ଦ୍ରର ଛାୟା ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କୁ ଆଚ୍ଛାଦନ କରିଥାଏ, ଲୋକମାନେ ସେହି ସ୍ଥାନରେ ପରାଗକୁ ଦେଖିପାରିବେ। ନାସା ଅନୁଯାୟୀ, ଏହି ସମୟ ମଧ୍ୟରେ ଆକାଶ ଅନ୍ଧକାର ହୋଇଯିବ। ଦିନ ବଦଳରେ ସକାଳ କିମ୍ବା ସନ୍ଧ୍ୟାର ଭ୍ରମ ଅନୁଭୂତ ହେବ। ଏହି ସମୟରେ କିଛି ସ୍ଥାନରେ ତାରାଗୁଡ଼ିକ ନଜର ଆସିବେ। ଏପରିକି ବାୟୁମଣ୍ଡଳରେ ତାପମାତ୍ରା ହ୍ରାସ ପାଇବ।
Share