ଟ୍ରମ୍ପ୍‌ଙ୍କ ଜୀବନରେ ଷ୍ଟର୍ମି ଝଡ଼

ଓ୍ବାଶିଂଟନ,୨୩ା୩: ୨୦୨୪ରେ ହ୍ବାଇଟ୍‌ ହାଉସ୍‌କୁ ପୁଣି ପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜୀବନରେ ଉଠିଛି ଷ୍ଟର୍ମି ଝଡ଼। ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କ ସହ ରିପବ୍ଲିକାନ୍‌ ନେତା ଟ୍ରମ୍ପ୍‌ଙ୍କ ଯୌନ ସମ୍ପର୍କ ରହିଥିଲା। ଏନେଇ ମୁହଁ ନ ଖୋଲିବା ପାଇଁ ୨୦୧୬ ପ୍ରେସିଡେନ୍ସିଆଲ କ୍ୟାମ୍ପେନ୍‌ ବେଳେ ଟ୍ରମ୍ପ୍‌ ନିଜ ଓକିଲଙ୍କ ଜରିଆରେ ତାଙ୍କୁ ବିପୁଅ ଅର୍ଥ ପ୍ରଦାନ କରିଥିବା ଷ୍ଟର୍ମି ଅଭିଯୋଗ ଆଣିଥିଲେ। ଏହି ମାମଲାରେ ଟ୍ରମ୍ପ୍‌ ଗିରଫ ହୋଇପାରନ୍ତି, ଯାହାକୁ ନେଇ ସେ ନିକଟରେ ଆଶଙ୍କା ବ୍ୟକ୍ତ କରିଥିଲେ। ଏପରି ହେଲେ ଆମେରିକା ଇତିହାସରେ ଟ୍ରମ୍ପ୍‌ ହେବେ ପ୍ରଥମ ପୂର୍ବତନ ରାଷ୍ଟ୍ରପତି, ଯାହାଙ୍କ ବିରୋଧରେ ଆପରାଧିକ ମାମଲା ଚାଲିବ। ତେବେ ଟ୍ରମ୍ପ୍‌ଙ୍କୁ ଗିରଫ କରାଗଲେ ତାଙ୍କ ସମର୍ଥକମାନେ ଦେଶବ୍ୟାପୀ ବଡ଼ ଧରଣର ହିଂସାମତ୍କ ବିକ୍ଷୋଭ କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଆଇନ ପ୍ରବର୍ତ୍ତନକାରୀ ଅଧିକାରୀମାନେ ସତର୍କ ରହିଛନ୍ତି। ନ୍ୟୁୟର୍କସ୍ଥିତ ଟ୍ରମ୍ପ୍‌ ଟାଓ୍ବାର ଆଖପାଖରେ ବ୍ୟାପକ ପୋଲିସ ମୁତୟନ ସହ ବ୍ୟାରିକେଡିଂ କରାଯାଇଛି। ୭୬ ବର୍ଷୀୟ ରିପବ୍ଲିକାନ୍‌ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିବାରୁ ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ସମର୍ଥନ କରିବା ନେଇ ବିରୋଧୀ ଦଳ ଦୁଇଭାଗ ହୋଇଯାଇଛି। ଟ୍ରମ୍ପ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କୌଣସି ଭୁଲ୍‌ କାର୍ଯ୍ୟ କରି ନ ଥିବା କହିଛନ୍ତି। ଟ୍ରମ୍ପ୍‌ଙ୍କ ମତରେ ମାନ୍‌ହାଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ନି ଅଫିସ୍‌ର ତଦନ୍ତକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିହିତ କରିଛନ୍ତି।

ମାମଲା କ’ଣ

ଅନେକ ବର୍ଷ ପୂର୍ବେ ଆମେରିକାର ବିଶିଷ୍ଟ ବ୍ୟବସାୟୀ ଡୋନାଲ୍ଡ ଟ୍ରମ୍ପ୍‌ ପର୍ନ ଆକ୍ଟେସ୍‌ ଷ୍ଟର୍ମି ଡାନିଏଲ୍ସ (ମୂଳ ନାମ ଷ୍ଟେଫାନି କ୍ଲିଫ୍‌ଫୋର୍ଡ ୍‌)ଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିଥିଲେ। ନିର୍ବାଚନ ବେଳେ ଏହା ପ୍ରଘଟ ହେଲେ ସମ୍ଭାବ୍ୟ ଅଡ଼ୁଆ ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରି ୨୦୧୬ରେ ରିପବ୍ଲିକାନ୍‌ ନେତା ଟ୍ରମ୍ପ୍‌ଙ୍କ ଓକିଲ ମାଇକେଲ୍‌ କୋହେନ୍‌ ଷ୍ଟର୍ମିଙ୍କୁ ମୁହଁ ବନ୍ଦ କରିବା ଲାଗି ୧୩୦,୦୦୦ ଡଲାର ଦେଇଥିଲେ। ଏକ ଜାଲ୍‌ କମ୍ପାନୀ ଜରିଆରେ ଏହି ଅର୍ଥ ପ୍ରଦାନ କରାଯାଇଥିଲା। ଏଥିରେ ଟ୍ରମ୍ପ୍‌ଙ୍କ ଭୂମିକାକୁ ନେଇ ଗ୍ରାଣ୍ଡ୍‌ ଜୁରି ତଦନ୍ତ ଚଳାଇଛନ୍ତି। ୨୦୧୬ରେ ପୂର୍ବତନ ପ୍ଲେବୟ ମଡେଲ କରେନ୍‌ ମାକ୍‌ଡୋଉଗଲଙ୍କୁ ସୁପରମାର୍କେଟ ଟାବ୍‌ଲଏଡ୍‌ ‘ଦି ନ୍ୟାଶନାଲ ଏନ୍‌କ୍ୱାରିୟର’ ପ୍ରକାଶକ ୧୫,୦୦୦ ଡଲାର ଦେଇଥିଲେ। ଏହି ବ୍ୟବସ୍ଥା ମଧ୍ୟ ଓକିଲ କୋହେନ୍‌ କରାଇଥିଲେ। କୋହେନ୍‌ଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିଥିବା ଫେଡେରାଲ ପ୍ରସିକ୍ୟୁଟରମାନଙ୍କ ମତରେ ଟ୍ରମ୍ପ୍‌ଙ୍କ କମ୍ପାନୀ ‘ଟ୍ରମ୍ପ୍‌ ଅର୍ଗାନାଇଜେଶନ୍‌’ ପରବର୍ତ୍ତୀ ସମୟରେ ଏହି ଅର୍ଥ ପଇଠ କରିଥିଲା। ଏହି ବାବଦକୁ କୋହେନ୍‌ ମୋଟ ୪୨,୦୦୦ ଡଲାର ପାଇଥିଲେ। ଟ୍ରମ୍ପ୍‌ ନ୍ୟୁୟର୍କରେ ଦେୟ ଅର୍ଥ ଯୋଗାଡ଼ କରାଇଥିଲେ କି ନାହିଁ ତାକୁ ନେଇ ମଧ୍ୟ ତନାଘନା ଚାଲିଛି। ଆମେରିକାର ଆଇନ ଅନୁସାରେ ଜଣେ କାର୍ଯ୍ୟରତ ରାଷ୍ଟ୍ରପତିଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ ନାହିଁ। ଟ୍ରମ୍ପ୍‌ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ କ୍ଷମତା ବାହାରେ ଥିବାରୁ ତାଙ୍କୁ ଏହି ଆଇନଗତ ସୁରକ୍ଷା ମିଳିବ ନାହିଁ। ନ୍ୟୁୟର୍କ ଗ୍ରାଣ୍ଡ୍‌ ଜୁରିରେ ୨୩ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣ ପ୍ରମାଣ ଶୁଣାଣି ବେଳେ ଉପସ୍ଥିତ ରହିବା ଜରୁରୀ। ୧୨ ଜଣ ଏନେଇ ସହମତି ପ୍ରକାଶ କରିସାରିଛନ୍ତି। ଅନ୍ୟପକ୍ଷେ ଟ୍ରମ୍ପ୍‌ କହିଛନ୍ତି, ଆସିଥିବା ଅଭିଯୋଗ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ତାଙ୍କୁ ସହାୟକ ହେବ।

ଟ୍ରମ୍ପ୍‌ ଜେଲ ଗଲେ ରାସ୍ତାରେ ନାଚିବି: ଷ୍ଟର୍ମି

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମ୍ଭାବ୍ୟ ଗିରଫଦାରି ପୂର୍ବରୁ ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସ ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି। ଏକାଧିକ ଟୁଇଟ୍‌ରେ ଷ୍ଟର୍ମି ଲେଖିଛନ୍ତି, ଓ୍ବାଓ, ଏହା ଗୋଟିଏ ସୁନ୍ଦର ସକାଳ। କିଛି ଗୋଟିଏ ଉତ୍ସାହଜନକ ଘଟଣା ଘଟିବାକୁ ଯାଉଛି କି? ଟ୍ରମ୍ପ୍‌ଙ୍କୁ ଜେଲ ପଠାଗଲେ ମୁଁ ରାସ୍ତାରେ ନାଚିବି। ଏହା ପୂର୍ବରୁ ଟ୍ରମ୍ପ୍‌ ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଟ୍ରୁଥ୍‌ ସୋସିଆଲ’ରେ ଲେଖିଥିଲେ, ୨୦୧୬ ମାମଲାରେ ତାଙ୍କୁ ଗିରଫ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri