ଷ୍ଟର୍ମି ହାରିଲେ ମାନହାନି ମାମଲା

ନ୍ୟୁୟର୍କ,୬ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ଯୌନ ସମ୍ପର୍କ ଓ ମୁହଁ ବନ୍ଦ ପାଇଁ ହଶ୍‌ ମନି ପାଇଥିବା ସମ୍ପର୍କରେ ମୁହଁ ଖୋଲି ଚର୍ଚ୍ଚାକୁ ଆସିଥିବା ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସ ଏବେ ଚର୍ଚ୍ଚାରେ। ଟ୍ରମ୍ପ୍‌ଙ୍କ ବିରୋଧରେ କରିଥିବା ଏକ ମାନହାନି ମାମଲାରେ ଷ୍ଟର୍ମି ହାରିଯାଇଛନ୍ତି। ଏହି ମାମଲାରେ ଟ୍ରମ୍ପ୍‌ ଆଇନଗତ ବିଜୟ ହାସଲ କରିଛନ୍ତି। କାଲିଫର୍ନିଆର ନବମ ୟୁଏସ୍‌ ସର୍କିଟ୍‌ କୋର୍ଟ ଅଫ୍‌ ଅପିଲ ଟ୍ରମ୍ପ୍‌ଙ୍କ ଓକିଲଙ୍କୁ ୧୨୧,୦୦୦ରୁ ଊର୍ଦ୍ଧ୍ୱ ଡଲାର ପଇଠ କରିବା ପାଇଁ ଷ୍ଟର୍ମିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଡଲ୍ଟ ଫିଲ୍ମ ଷ୍ଟାର ଷ୍ଟର୍ମି ୫୦,୦୦୦ ଡଲାର ଟ୍ରମ୍ପ୍‌ଙ୍କ ଓକିଲମାନଙ୍କୁ ପଇଠ କରୁଛନ୍ତି। ସଦ୍ୟ ରାୟକୁ ନେଇ ଟ୍ରମ୍ପ୍‌ଙ୍କ ଆଟର୍ନି ତଥା ଧିଲୋନ୍‌ ଲ’ ଗ୍ରୁପ୍‌ ମୁଖ୍ୟ ହରମିତ୍‌ ଧିଲୋନ୍‌ ଟୁଇଟ୍‌ କରି ପୂର୍ବତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରକାଶ ଯେ, ଟ୍ରମ୍ପ୍‌ ମଙ୍ଗଳବାର ମାନ୍‌ହାଟ୍ଟନ୍‌ କ୍ରିମିନାଲ କୋର୍ଟରେ ଆମତ୍ସମର୍ପଣ କରିବା ସହ ନିଜ ବିରୋଧରେ ଆସିଥିବା ସମସ୍ତ ୩୪ ଅଭିଯୋଗ ଖଣ୍ଡନ କରିଥିଲେ।

Share