ବଢ଼ୁଛି ବାତ୍ୟା ଆଶଙ୍କା

ଭୁବନେଶ୍ୱର,୨।୫(ବ୍ୟୁରୋ): ଆସନ୍ତା ୬ ତାରିଖରେ ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି।
ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବା ଆଶଙ୍କା ରହିଛି । ତେବେ ବାତ୍ୟାରେ ପରିଣତ ହେବ କି ନାହିଁ, ଏନେଇ କୌଣସି ସ୍ପଷ୍ଟ କରାଯାଇନାହିଁ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।
ତେବେ ବିଦେଶୀ ପାଣିପାଗ ସଂସ୍ଥା ଇସିଏମ୍‌ଡବ୍ଲ୍ୟୁଏଫ୍‌ ସମ୍ଭାବ୍ୟ ଲଘୁଚାପ ନେଇ ମଡେଲ ଜାରି କରିଛି । ୧୧ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି ।