ଗାନ୍ଧୀ ବିରୋଧୀ ମନ୍ତବ୍ୟକୁ ନେଇ ଝଡ଼: ୯ ଥରରେ ୧ ଘଣ୍ଟା ୩୩ ମିନିଟ୍‌ ଗୃହ ମୁଲତବୀ

ଭୁବନେଶ୍ୱର,୫ା୧୨(ସୁନିତ୍‌ ମିଶ୍ର):ମହାତ୍ମା ଗାନ୍ଧୀ ଦେଶ ବିଭାଜନକାରୀ ବୋଲି ଭାଜପା ବିଧାୟକ ସନ୍ତୋଷ ଖଟୁଆ କହିଥିବା ଅଭିଯୋଗ କରି ଗୃହ ବାହାରେ ବିରୋଧୀ ଝଡ଼ ସୃଷ୍ଟି କରିଛନ୍ତି। ଏହି ପ୍ରସଙ୍ଗରେ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଏକ ହୋଇ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣାଦେବା ସହ ଶାସକ ଦଳ ଉପରେ ପ୍ରବଳ ବର୍ଷିଛନ୍ତି। ଫଳରେ ଗୃହ କାର୍ଯ୍ୟ ଅପରାହ୍ନ ୫ଟା ୫୨ରୁ ଲଗାତର ୯ ଥର ମୁଲତବୀ ରଖାଯାଇଥିଲା। ଗୃହ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ଏହି ଗୋଟିଏ ମନ୍ତବ୍ୟକୁ ନେଇ ଦୀର୍ଘ ୧ ଘଣ୍ଟା ୩୩ ମିନିଟ୍‌ ଅଟକିଯାଇଥିଲା। ବିରୋଧୀଙ୍କୁ ବୁଝାଇବାକୁ ବାଚସ୍ପତି ସୁରମା ପାଢ଼ୀ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ରବି ନାରାୟଣ ନାଏକ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟିକା ଉପାସନା ମହାପାତ୍ର ପ୍ରମୁଖଙ୍କୁ ଦାୟିତ୍ୱ ଦେଇଥିଲେ। ସେମାନେ ବହୁ ଚେଷ୍ଟା କରିବା ପରେ ଶେଷରେ ୭ଟା ୨୫ ମିନିଟ୍‌ରେ ଗୃହ କାର୍ଯ୍ୟ ପୁଣିଥରେ ସ୍ବାଭାବିକ ହୋଇଥିଲା। ଏହା ଭିତରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ଦୀର୍ଘ ସମୟ ଧରି ଚାଲିଥିଲା। ଶେଷରେ କ୍ଷମା ପ୍ରାର୍ଥନା ଲାଗି ବିରୋଧୀ ଯେଉଁ ଦାବି କରିଥିଲେ ତାକୁ ସରକାର ଗ୍ରହଣ କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଗୃହ ଆରମ୍ଭ ହେବା ମାତ୍ରେ ବାଚସ୍ପତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ କହିବାକୁ କହିଥିଲେ। ମନ୍ତ୍ରୀ ମହାଲିଙ୍ଗ କହିଥିଲେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପାଇଁ ମାନବଜାତି ସବୁବେଳେ ସମ୍ମାନ ପାଇଥାଏ। ଭାଜପା ସଦସ୍ୟ ସନ୍ତୋଷ ଖଟୁଆ ଗୃହରେ ରଖିଥିବା ମନ୍ତବ୍ୟକୁ ସରକାରଙ୍କ ତରଫରୁ ନାପସନ୍ଦ କରାଯାଉଛି।
ଗାନ୍ଧୀମୂର୍ତ୍ତି ତଳେ ପ୍ରତିବାଦ ଓ ଧାରଣା ଦେବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଗ୍ରହଣୀୟ ନୁହେଁ। ଗାନ୍ଧୀ ହେଉଛନ୍ତି ଜାତିର ପିତା। ଗାନ୍ଧୀଙ୍କୁ ନିନ୍ଦା ଚଳିବ ନାହିଁ। ଭାଜପା ବିଧାୟକ ଇତିହାସ ଜାଣିନାହାନ୍ତି। ଗାନ୍ଧୀ କେବେହେଲେ ଦେଶ ବିଭାଜନ ସମ୍ପର୍କରେ ଚିନ୍ତାକରିବା କୌଣସି ଗୋଟିଏ ସ୍ଥାନରେ କେହି ବି ପଢ଼ି ନ ଥିବେ। କୌଣସି ମୂର୍ଖ ବି କହିବେନି ଗାନ୍ଧୀ ଦେଶର ବିଭାଜନ ଚାହୁଁଥିଲେ। ମହାତ୍ମା ଗାନ୍ଧୀ ଭାରତ-ପାକିସ୍ତାନ ଭାଗଭାଗ କରିଦେଲେ ବୋଲି ଗୃହ ଭିତରେ ଭାଜପା ସଦସ୍ୟ ସନ୍ତୋଷ ଖଟୁଆ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ, ନିନ୍ଦନୀୟ ଏବଂ ଭୟଙ୍କର ବୋଲି ସେ କହିଛନ୍ତି।
ଏହି ଅବସରରେ ବିଜେଡି ଏବଂ କଂଗ୍ରେସର ସଦସ୍ୟମାନେ ପ୍ରବଳ ହୋହଲ୍ଲା କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଧାରଣା ଦେବା ସମୟରେ ଅଭିଯୋଗକରି କହିଥିଲେ, ଗାନ୍ଧୀ କେବେହେଲେ ଦେଶର ବିଭାଜନ ଚାହିଁ ନ ଥିଲେ। ଯିଏ ନିଜକୁ ଜଳାଞ୍ଜଳି ଦେଇ ଦେଶକୁ ସ୍ବରାଜ୍ୟ ଦେଇଛନ୍ତି, ସେହି ମହାନ୍‌ ବ୍ୟକ୍ତି ଯାହାକୁ ପୃଥିବୀର ଲୋକମାନେ ମାନୁଛନ୍ତି; ତାଙ୍କ ପ୍ରତି ଭାଜପା ବିଧାୟକ ଯେଉଁଭଳି ଅପଶବ୍ଦ ବ୍ୟବହାର କଲେ ସେଥିରୁ ଦେଶର ପୂଜ୍ୟପୂଜାଙ୍କ ପାଇଁ ଭାଜପା ସରକାରର ମାନସିକତା କଥା ସ୍ପଷ୍ଟ ହୋଇଛି। ଏଭଳି କଥାକୁ କଂଗ୍ରେସ କେବେ ହେଲେ ପ୍ରଶ୍ରୟ ଦେବ ନାହିଁ ବୋଲି କାଡାମ କହିଛନ୍ତି। ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ଧାରଣାସ୍ଥଳରୁ କହିଥିଲେ, ସମଗ୍ର ବିଶ୍ୱ ଗାନ୍ଧୀ ଦର୍ଶନକୁ ଗ୍ରହଣ କରୁଛି। ହେଲେ ଓଡ଼ିଶା ବିଧାନସଭାରେ ଗାନ୍ଧୀଙ୍କ ବିରୋଧରେ ଭାଜପା ବିଧାୟକ ସନ୍ତୋଷ ଖଟୁଆ ଅପଶବ୍ଦ ବ୍ୟବହାର କରିବା କଥାକୁ କେବେହେଲେ ଗ୍ରହଣ କରାଯିବ ନାହିଁ। ଗାନ୍ଧୀଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଲାଗି ଏଠାରେ ଧାରଣା ଦିଆଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri