ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ ଘଟି ଗୃହ ପାଳିତ ପଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l
ପୋଲରାଜପୁରରେ ଝଡ଼ତୋଫାନ ଘଟି ରବି ସାହୁଙ୍କ ବଳଦ ଉପରେ ଏକ ନଡ଼ିଆ ଗଛ ପଡ଼ିବାରୁ ବଳଦର ମୃତ୍ୟୁ ଘଟିଛି। ସେହିପରି ଖାରିଆଗୁଡା ପଞ୍ଚାୟତ ମହୁଲବାଡ ଗ୍ରାମର ମାଲୁ ଶବର ଓ ସୀମା ଶବରଙ୍କ ଦୁଇଟି ବଳଦ ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏପରିକି କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ଅଞ୍ଚଳର ବିଭିନ୍ନ ଗ୍ରାମରେ ଗଛପଡି ରାସ୍ତା ଅବରୋଧ ହୋଇଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି।

