Posted inଜାତୀୟ

ପ୍ରଯୁକ୍ତିକୁ ଅସ୍ତ୍ର କରିବା ବନ୍ଦ ହେଉ

ନୂଆଦିଲ୍ଲୀ,୨।୧(ପି.ଟି.): ଅତ୍ୟାବଶ୍ୟକ ସରକାରୀ ସେବାରେ ଆଧାର ନମ୍ବର ବ୍ୟବହାର ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ ଗତବର୍ଷ ମାର୍ଚ୍ଚରେ ରାୟ ଦେଇଥିଲେ। ଏହା ସତ୍ତ୍ୱେ କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଅଧିନିୟମ (ଏମ୍‌ଜିଏନ୍‌ଆର୍‌ଇଜିଏ)ରେ ମଜୁରି ପୈଠ ପାଇଁ ଆଧାରଭିତ୍ତିକ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧୀ ଦଳ କଂଗ୍ରେସ ନିନ୍ଦା କରିବା ସହ ପ୍ରଯୁକ୍ତି ବିଶେଷକରି ଆଧାରକୁ ଅସ୍ତ୍ର କରାଯିବା ବନ୍ଦ ହେଉ ବୋଲି କହିଛି। ଏହାଦ୍ୱାରା ବହୁ ଗରିବ ଭାରତୀୟ ସାମାଜିକ କଲ୍ୟାଣ ସୁବିଧାରୁ ବଞ୍ଚତ୍ତ ହେବେ ବୋଲି ବିରୋଧୀ ଦଳ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ଜିଏନ୍‌ଆର୍‌ଇଜିଏକୁ ଅବହେଳା କରିଆସୁଥିବାବେଳେ ଏଥିରୁ ହିତାଧିକାରୀମାନଙ୍କୁ ବାଦ୍‌ ଦେବା ପାଇଁ ପ୍ରଯୁକ୍ତିକୁ ଅସ୍ତ୍ର ଭାବେ ବ୍ୟବହାର କରିବାରେ ଏକାଧିକ ଡିଜାଇନ୍‌ର ପ୍ରୟୋଗ କରିଛନ୍ତି।
କଂଗ୍ରେସର ଯୋଗାଯୋଗ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଆଧାର ଭିତ୍ତିକ ପେମେଣ୍ଟ ବ୍ୟବସ୍ଥା (ଏବିପିଏସ୍‌) ଜରିଆରେ ଏମ୍‌ଜିଏନ୍‌ଆର୍‌ଇଜିଏ ମଜୁରି ପ୍ରଦାନକୁ ବାଧ୍ୟତାମୂଳକ କରିବା ଲାଗି ଥିବା ସମୟସୀମାକୁ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ପଞ୍ଚମ ଥରରେ ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇଥିଲେ। ଦେଶରେ ମୋଟ ୨୫.୬୯ କୋଟି ଏମ୍‌ଜିଏନ୍‌ଆର୍‌ଇଜିଏ ଶ୍ରମିକ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୪.୩୩ କୋଟିଙ୍କୁ ସକ୍ରିୟ ବିବେଚନା କରାଯାଉଛି। ଡିସେମ୍ବର ୨୭ ସୁଦ୍ଧା ମୋଟ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରୁ ୩୪.୮ ପ୍ରତିଶତ (୮.୯ କୋଟି) ଏବଂ ସକ୍ରିୟ ଶ୍ରମିକଙ୍କ ମଧ୍ୟରୁ ୧୨.୭ ପ୍ରତିଶତ (୧.୮ କୋଟି ) ଏବିପିଏସ୍‌ରେ ମଜୁରି ପାଇବାକୁ ଯୋଗ୍ୟ ବିବେଚିତ ହୋଇ ନ ଥିବା ଜୟରାମ କହିଛନ୍ତି।
ଏମ୍‌ଜିଏନ୍‌ଆର୍‌ଇଜିଏ ମଜୁରି ପୈଠ ପାଇଁ ଏବିପିଏସ୍‌ ବ୍ୟବହାରରେ ବହୁ ଚ୍ୟାଲେଞ୍ଜ ରହିଥିବା ଶ୍ରମିକଙ୍କଠାରୁ ଆରମ୍ଭ କରି ଆଇନଜୀବୀ ଓ ଗବେଷକ ଅଭିଯୋଗ କରିବା ସତ୍ତ୍ୱେ କେନ୍ଦ୍ର ସରକାର ପ୍ରଯୁକ୍ତିକୁ ନେଇ ଧ୍ୱଂସାତ୍ମକ ପ୍ରୟୋଗ ଜାରି ରଖିଛନ୍ତି। ଦେଶର କୋଟି କୋଟି ଗରିବଙ୍କୁ ମୌଳିକ ଆୟରୁ ବଞ୍ଚତ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହା ନିଷ୍ଠୁର ନବବର୍ଷ ଉପହାର ବୋଲି ଜୟରାମ ଅଭିଯୋଗ କରିଛନ୍ତି।
ଗତ ଅଗଷ୍ଟ ୩୦ରେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ଏକ ବିବୃତିରେ କହିଥିଲା, ଏବିପିଏସ୍‌ ପାଇଁ ଅଯୋଗ୍ୟ ବିବେଚିତ ହେଉଥିବା ଶ୍ରମିକଙ୍କ ଜବ୍‌ କାର୍ଡକୁ କାଟିଦିଆଯିବ ନାହିଁ। ମଜୁରି ପୈଠ କରିବାରେ ଏବିପିଏସ୍‌ ସବୁଠୁ ଭଲ ଉପାୟ ବୋଲି ବିଭିନ୍ନ ଷ୍ଟେକ୍‌ହୋଲ୍ଡର ପରାମର୍ଶ ଦେଇଥିବା ମନ୍ତ୍ରଣାଳୟ କହିଥିଲା। ଏହାଦ୍ୱାରା ଶ୍ରମିକମାନେ ଠିକ୍‌ ସମୟରେ ସେମାନଙ୍କ ମଜୁରି ପାଇବେ ବୋଲି କୁହାଯାଇଥିଲା। କିନ୍ତୁ ୨୦୨୨ ଏପ୍ରିଲରୁ ଇତିମଧ୍ୟରେ ସିଷ୍ଟମରୁ ୭.୬ କୋଟି ପଞ୍ଜୀକୃତ ଶ୍ରମିକଙ୍କ ନାଁ କାଟିଦିଆଗଲାଣି। ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୯ ମାସରେ ୧.୯ କୋଟି ପଞ୍ଜୀକୃତ ଶ୍ରମିକ ବାଦ୍‌ ପଡ଼ିଛନ୍ତି। ମୋଦି ସରକାର ତରବରିଆ ଭାବେ ଆଧାର ପ୍ରମାଣୀକରଣ ଏବଂ ଏବିପିଏସ୍‌ ଲାଗୁ କରିବା ଫଳରେ ଭୁଲ୍‌କ୍ରମେ ଏତେସଂଖ୍ୟାରେ ଶ୍ରମିକଙ୍କ ନାଁ କିଣାଯାଇଥିବା ତଳସ୍ତରରୁ ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି ବୋଲି କଂଗ୍ରେସ ନେତା କହିଛନ୍ତି। ଏବିପିଏସ୍‌ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିଗତ ହସ୍ତକ୍ଷେପ କାର୍ଯ୍ୟକାରୀ କରିବା ଉପରେ ବହୁସଂଖ୍ୟାରେ ପ୍ରତିନିଧି ଚିନ୍ତାବ୍ୟକ୍ତ କରିଥିଲେ ମଧ୍ୟ ମୋଦି ସରକାର ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି।
ଏବିପିଏସ୍‌ରେ ମଜୁରି ପୈଠ ସାମର୍ଥ୍ୟ ବଢ଼ିବ ବୋଲି ମନ୍ତ୍ରଣାଳୟ ଦାବି କରୁଥିବାବେଳେ ତାହା ନିରାଧାର ବୋଲି ଜଣାପଡ଼ିଛି। ଲିବ୍‌ଟେକ୍‌ ଇଣ୍ଡିଆ ତଥ୍ୟରେ ଏହାକୁ ସମ୍ପୂର୍ଣ୍ଣ ଖାରଜ କରିଦିଆଯାଇଛି। ଆକାଉଣ୍ଟ ପ୍ରକ୍ରିୟା ଏବଂ ଆଧାର ଭିତ୍ତିକ ପୈଠ ବ୍ୟବସ୍ଥାରେ ସମୟ ବ୍ୟୟରେ ବିଶେଷ କିଛି ପ୍ରାର୍ଥକ୍ୟ ନ ଥିବା ୩.୨ କୋଟି ମଜୁରି କାରବାରକୁ ଅନୁଧ୍ୟାନ କରାଯିବା ପରେ ଜଣାପଡ଼ିଥିବା ଜୟରାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ଆମେରିକାରେ ରହଣି ସମୟରେ ସନ୍ତାନ ଜନ୍ମ କଲେ ଭିସା ବାତିଲ, ପ୍ରଭାବିତ ହେବେ ଅନେକ ଭାରତୀୟ

ନୂଆଦିଲ୍ଲୀ,୧୧ା୧୨: ଆମେରିକାରେ ନାଗରିକତ୍ୱ ହାସଲ କରିବା ପାଇଁ ‘ଜନ୍ମ ପର୍ଯ୍ୟଟନ’କୁ ବନ୍ଦ କରିବା ଲକ୍ଷ୍ୟରେ ଆମେରିକା ଭିସା ନିୟମକୁ କଡ଼ାକଡ଼ି କରିଛି। ଭାରତରେ ଥିବା ଆମେରିକା...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଟାରିଫ୍ ଧମକ ପରେ ଟ୍ରମ୍ପଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଏସବୁ କଥା

ନୂଆଦିଲ୍ଲୀ,୧୧।୧୨: ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri