ପେଟ୍‌ କୋକ୍‌ ବ୍ୟବହାର ବନ୍ଦ କର: ଏନ୍‌ଜିଟି ନିର୍ଦ୍ଦେଶ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଶିଳ୍ପଗୁଡ଼ିକରେ ଜାଳେଣି ଭାବେ ବ୍ୟବହୃତ ହେଉଥିବା ପେଟ୍‌କୋକ୍‌ ଏବଂ ଫର୍ନେସ ଅଏଲ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହା କେବଳ ପରିବେଶ ନୁହେଁ, ମନୁଷ୍ୟ ସ୍ବାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଉଛି। ଏଥିଯୋଗୁ ଲୋକମାନେ ମାରାତ୍ମକ ରୋଗର ଶିକାର ହେଉଛନ୍ତିି। ଏହାର ବ୍ୟବହାରକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶିଳ୍ପାନୁଷ୍ଠାନରେ ଏହାର ବ୍ୟବହାରକୁ ତୁରନ୍ତ ବନ୍ଦ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରିବା ସହିତ ଆସନ୍ତା ୪ ମାସ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ (ଏଟିଆର) ଦେବାକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟି ଅଧ୍ୟକ୍ଷ ଏ. କେ. ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତ ଦୁଇଟି ମାମଲାର ଶୁଣାଣି କରି ୨୦୨୧ ଜାନୁୟାରୀ ୧୫ରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟିଙ୍କଠାରୁ କଡ଼ା ନିର୍ଦ୍ଦେଶ ପରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ପେଟ୍‌କୋକ୍‌ ଏବଂ ଫର୍ନେସ ଅଏଲ ବ୍ୟବହାରକୁ ନିଷେଧ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଚିଠି ଲେଖି ଜଣାଇଛନ୍ତି।
ପ୍ରଦୂଷଣ ସୃଷ୍ଟି କରୁଥିବାରୁ ସୁପ୍ରିମକୋର୍ଟ ୨୦୧୭ ନଭେମ୍ବର ୧୭ ତାରିଖରେ ଦିଲ୍ଲୀରେ ପେଟ୍‌କୋକ୍‌ ଏବଂ ଫର୍ନେସ ଅଏଲ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି। ଏଥିସହିତ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମଧ୍ୟ ଏହାକୁ ନିଷେଧ କରିବାକୁ ପରାମର୍ଶ ଦିଆଯାଇଛି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତ ଏନ୍‌ଜିଟିକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଦୃଷ୍ଟିରେ ରଖି ଏନ୍‌ଜିଟି ଏଭଳି ପଦକ୍ଷେପ ନେଇଛନ୍ତି।
ତାପଜ ବିଦ୍ୟୁତ୍‌ କେନ୍ଦ୍ର, ସିମେଣ୍ଟ, ଆଇରନ ଓର୍‌ ଆଦି ଶିଳ୍ପଗୁଡ଼ିକରେ ପେଟ୍ରୋଲିୟମ କୋକ୍‌ ବା ପେଟ୍‌କୋକ୍‌କୁ ବହୁଭାବେ ଜାଳେଣି ଆକାରରେ ବ୍ୟବହାର କରାଯାଉଛି। ଅଏଲ ରିଫାଇନେରିଗୁଡ଼ିକରୁ ଉତ୍ପାଦିତ ହେଉଥିବା ପେଟ୍‌କୋକ୍‌ ଏକ କାର୍ବନ ହାଇଡ୍ରୋଫ୍ଲୋରିିକ୍‌ କଠିନ କଳା ପଦାର୍ଥ। ଏଥିରେ ୯୦ ପ୍ରତିଶତ କାର୍ବନ ଥିବାବେଳେ ବାକି ହାଇଡ୍ରୋଜେନ, ନାଇଟ୍ରୋଜେନ, ଫାଇବର, ସଲ୍‌ଫର ଇତ୍ୟାଦି ରହିଥାଏ। ଏହା ସହଜରେ ପାଣିରେ ଦ୍ରବୀଭୂତ ହୁଏ ନାହିଁ। ଏହା ମାଟିକୁ ଅତିମାତ୍ରାରେ ପ୍ରଦୂଷିତ କରିଥାଏ। ମାଟିରେ ଜିଆ ଓ ଅନ୍ୟାନ୍ୟ ମାଟିଜାତ କୃମିଗୁଡ଼ିକୁ ନଷ୍ଟ କରିବା ସହ ଜମିର ଉର୍ବରତା ହ୍ରାସ କରିଥାଏ। ଜଳଚର ଜୀବ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥାଆନ୍ତି। ମନୁଷ୍ୟ ସ୍ବାସ୍ଥ୍ୟ ଉପରେ ଏହା ଗୁରୁତର ପ୍ରଭାବ ପକାଇଥାଏ। ପେଟ୍‌କୋକ୍‌ ସଂସ୍ପର୍ଶରେ ଆସିଲେ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା ସହ ଚର୍ମ କର୍କଟ ଭଳି ରୋଗର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଶିଳ୍ପାନୁଷ୍ଠାନଗୁଡ଼ିକରେ ପେଟ୍‌କୋକ୍‌ ଭଳି ଜାଳେଣିର ବ୍ୟବହାରକୁ ନିଷେଧ କରିବାକୁ ଏନ୍‌ଜିଟି ପରାମର୍ଶ ଦେଇଛନ୍ତି।
ସିପିସିବି ନିକଟରୁ ନିର୍ଦ୍ଦେଶନାମା ପାଇବା ପରେ ରାଜ୍ୟ ସରକାର ପେଟ୍‌କୋକ୍‌ ଏବଂ ଫର୍ନେସ ଅଏଲ ବ୍ୟବହାରକୁ ନିଷେଧ କରିବା ଲାଗି ଖୁବ୍‌ଶୀଘ୍ର ରୁଲ୍‌ ଆଣିବାକୁ ଯାଉଛନ୍ତି। ହଠାତ୍‌ ଏହାକୁ ବନ୍ଦ କରିବା ସମ୍ଭବ ନୁହେଁ। ତେବେ ବିଭିନ୍ନ ବିଭାଗ ସହିତ ଆଲୋଚନା କରି ରାଜ୍ୟ ସରକାର ଶିଳ୍ପାନୁଷ୍ଠାନରେ ବ୍ୟବହୃତ ପେଟ୍‌କୋକ୍‌ ଜାଳେଣିକୁ ବନ୍ଦ କରିବାକୁ ଏକ ବିଧେୟକ ଆଣିବାକୁ ଯାଉଛନ୍ତି ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମେମ୍ବର ସେକ୍ରେଟାରୀ କେ. ମୁରୁଗେସେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri