ପେଟ୍‌ କୋକ୍‌ ବ୍ୟବହାର ବନ୍ଦ କର: ଏନ୍‌ଜିଟି ନିର୍ଦ୍ଦେଶ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଶିଳ୍ପଗୁଡ଼ିକରେ ଜାଳେଣି ଭାବେ ବ୍ୟବହୃତ ହେଉଥିବା ପେଟ୍‌କୋକ୍‌ ଏବଂ ଫର୍ନେସ ଅଏଲ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହା କେବଳ ପରିବେଶ ନୁହେଁ, ମନୁଷ୍ୟ ସ୍ବାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଉଛି। ଏଥିଯୋଗୁ ଲୋକମାନେ ମାରାତ୍ମକ ରୋଗର ଶିକାର ହେଉଛନ୍ତିି। ଏହାର ବ୍ୟବହାରକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶିଳ୍ପାନୁଷ୍ଠାନରେ ଏହାର ବ୍ୟବହାରକୁ ତୁରନ୍ତ ବନ୍ଦ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରିବା ସହିତ ଆସନ୍ତା ୪ ମାସ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ (ଏଟିଆର) ଦେବାକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟି ଅଧ୍ୟକ୍ଷ ଏ. କେ. ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତ ଦୁଇଟି ମାମଲାର ଶୁଣାଣି କରି ୨୦୨୧ ଜାନୁୟାରୀ ୧୫ରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟିଙ୍କଠାରୁ କଡ଼ା ନିର୍ଦ୍ଦେଶ ପରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ପେଟ୍‌କୋକ୍‌ ଏବଂ ଫର୍ନେସ ଅଏଲ ବ୍ୟବହାରକୁ ନିଷେଧ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଚିଠି ଲେଖି ଜଣାଇଛନ୍ତି।
ପ୍ରଦୂଷଣ ସୃଷ୍ଟି କରୁଥିବାରୁ ସୁପ୍ରିମକୋର୍ଟ ୨୦୧୭ ନଭେମ୍ବର ୧୭ ତାରିଖରେ ଦିଲ୍ଲୀରେ ପେଟ୍‌କୋକ୍‌ ଏବଂ ଫର୍ନେସ ଅଏଲ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି। ଏଥିସହିତ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମଧ୍ୟ ଏହାକୁ ନିଷେଧ କରିବାକୁ ପରାମର୍ଶ ଦିଆଯାଇଛି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତ ଏନ୍‌ଜିଟିକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଦୃଷ୍ଟିରେ ରଖି ଏନ୍‌ଜିଟି ଏଭଳି ପଦକ୍ଷେପ ନେଇଛନ୍ତି।
ତାପଜ ବିଦ୍ୟୁତ୍‌ କେନ୍ଦ୍ର, ସିମେଣ୍ଟ, ଆଇରନ ଓର୍‌ ଆଦି ଶିଳ୍ପଗୁଡ଼ିକରେ ପେଟ୍ରୋଲିୟମ କୋକ୍‌ ବା ପେଟ୍‌କୋକ୍‌କୁ ବହୁଭାବେ ଜାଳେଣି ଆକାରରେ ବ୍ୟବହାର କରାଯାଉଛି। ଅଏଲ ରିଫାଇନେରିଗୁଡ଼ିକରୁ ଉତ୍ପାଦିତ ହେଉଥିବା ପେଟ୍‌କୋକ୍‌ ଏକ କାର୍ବନ ହାଇଡ୍ରୋଫ୍ଲୋରିିକ୍‌ କଠିନ କଳା ପଦାର୍ଥ। ଏଥିରେ ୯୦ ପ୍ରତିଶତ କାର୍ବନ ଥିବାବେଳେ ବାକି ହାଇଡ୍ରୋଜେନ, ନାଇଟ୍ରୋଜେନ, ଫାଇବର, ସଲ୍‌ଫର ଇତ୍ୟାଦି ରହିଥାଏ। ଏହା ସହଜରେ ପାଣିରେ ଦ୍ରବୀଭୂତ ହୁଏ ନାହିଁ। ଏହା ମାଟିକୁ ଅତିମାତ୍ରାରେ ପ୍ରଦୂଷିତ କରିଥାଏ। ମାଟିରେ ଜିଆ ଓ ଅନ୍ୟାନ୍ୟ ମାଟିଜାତ କୃମିଗୁଡ଼ିକୁ ନଷ୍ଟ କରିବା ସହ ଜମିର ଉର୍ବରତା ହ୍ରାସ କରିଥାଏ। ଜଳଚର ଜୀବ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥାଆନ୍ତି। ମନୁଷ୍ୟ ସ୍ବାସ୍ଥ୍ୟ ଉପରେ ଏହା ଗୁରୁତର ପ୍ରଭାବ ପକାଇଥାଏ। ପେଟ୍‌କୋକ୍‌ ସଂସ୍ପର୍ଶରେ ଆସିଲେ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା ସହ ଚର୍ମ କର୍କଟ ଭଳି ରୋଗର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଶିଳ୍ପାନୁଷ୍ଠାନଗୁଡ଼ିକରେ ପେଟ୍‌କୋକ୍‌ ଭଳି ଜାଳେଣିର ବ୍ୟବହାରକୁ ନିଷେଧ କରିବାକୁ ଏନ୍‌ଜିଟି ପରାମର୍ଶ ଦେଇଛନ୍ତି।
ସିପିସିବି ନିକଟରୁ ନିର୍ଦ୍ଦେଶନାମା ପାଇବା ପରେ ରାଜ୍ୟ ସରକାର ପେଟ୍‌କୋକ୍‌ ଏବଂ ଫର୍ନେସ ଅଏଲ ବ୍ୟବହାରକୁ ନିଷେଧ କରିବା ଲାଗି ଖୁବ୍‌ଶୀଘ୍ର ରୁଲ୍‌ ଆଣିବାକୁ ଯାଉଛନ୍ତି। ହଠାତ୍‌ ଏହାକୁ ବନ୍ଦ କରିବା ସମ୍ଭବ ନୁହେଁ। ତେବେ ବିଭିନ୍ନ ବିଭାଗ ସହିତ ଆଲୋଚନା କରି ରାଜ୍ୟ ସରକାର ଶିଳ୍ପାନୁଷ୍ଠାନରେ ବ୍ୟବହୃତ ପେଟ୍‌କୋକ୍‌ ଜାଳେଣିକୁ ବନ୍ଦ କରିବାକୁ ଏକ ବିଧେୟକ ଆଣିବାକୁ ଯାଉଛନ୍ତି ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମେମ୍ବର ସେକ୍ରେଟାରୀ କେ. ମୁରୁଗେସେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri