ରୁଷିଆ ସହ କାରବାର ବନ୍ଦ କର

କ୍ୱିଭ୍‌,୨୨।୩: ୟୁରୋପୀୟ ଦେଶଗୁଡ଼ିକ ତୁରନ୍ତ ରୁଷିଆ ସହ ସବୁ କାରବାର ବନ୍ଦ କରି ମସ୍କୋ ଉପରେ ଅଧିକ ଚାପ ପକାଇବାକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆହ୍ବାନ ଦେଇଛନ୍ତି। ୟୁକ୍ରେନ୍‌ ବିରୋଧରେ ପ୍ରୟୋଗ ହେଉଥିବା ରୁଷିଆ ଅସ୍ତ୍ରକୁ ପ୍ରାୟୋଜିତ କରା ନ ଯାଉ। ଆକ୍ରମଣକାରୀଙ୍କୁ କୌଣସି ଦିଗରୁ ଅର୍ଥ ନ ମିଳୁ। ସେମାନଙ୍କୁ ସାମଗ୍ରୀ ଦିଆ ନ ଯାଉ କିମ୍ବା ଜିନିଷ ଅଣା ନ ଯାଉ। ୟୁକ୍ରେନ୍‌ ଛାଡ଼ିବାକୁ ରୁଷିଆକୁ ବାଧ୍ୟ କରାଯାଉ ବୋଲି ୟୁରୋପୀୟ ନେତାଙ୍କୁ ଜେଲେନ୍‌ସ୍କି ନିବେଦନ କରିଛନ୍ତି। ଅପରପକ୍ଷେ ୟୁରୋପୀୟ ଦେଶ ରୁଷିଆ ତୈଳ, ଗ୍ୟାସ୍‌ ଉପରେ କଟକଣା ଲଗାଇଲେ ବ୍ୟାପକ କ୍ଷତି ସହିବେ ବୋଲି କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ କହିଛନ୍ତି। ତେବେ ରୁଷିଆର ତୈଳ ସେକ୍ଟରରେ କଟକଣା ଲଗାଇବାକୁ ୟୁରୋପିଆନ୍‌ ୟୁନିୟନ (ଇୟୁ)ର ବୈଦେଶିକ ନୀତି ମୁଖ୍ୟ ଜୋସେପ୍‌ ବୋରେଲ ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।

Share