Categories: ଜାତୀୟ

‘ଏଭଳି ସଙ୍କଟ ସମୟରେ ରାଜନୀତି ବନ୍ଦ କରନ୍ତୁ’

ନୂଆଦିଲ୍ଲୀ,୧।୭: ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦ୍ରୁତ କୋଭିଡ ଟିକାକରଣ ଅଭିଯାନ ଚାଲିଛି। ଏଥି ସହିତ ଟିକାକରଣ ସମ୍ବନ୍ଧରେ ଅନେକ ନେତାଙ୍କ ଦାୟିତ୍ୱହୀନ ବିବୃତ୍ତି ଦେଉଥିା ମଧ୍ୟ ଦେଖାଯାଉଛି। ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଟିକାକରଣ ଉପରେ ନେତାଙ୍କ ଦାୟିତ୍ୱହୀନ ବକ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ହର୍ଷ ବର୍ଦ୍ଧନ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ସଙ୍କଟ ସମୟରେ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବା ଏକ ଲଜ୍ଜାଜନକ କଥା। ଅନ୍ତତଃପକ୍ଷେ ଏହାକୁ ନେଇ ରାଜନୀତି ବନ୍ଦ କରନ୍ତୁ। ଟିକାକରଣ ସହ ଜଡିତ ତଥ୍ୟକୁ ସ୍ବାସ୍ଥ୍ୟମନ୍ତ୍ରୀ ଟୁଇଟର୍‌ରେ ଶେୟାର କରିଛନ୍ତି। ସେ କହିଛନ୍ତି ଯେ, ଭାରତ ସରକାର ୭୫ ପ୍ରତିଶତ ଟିକା ମାଗଣାରେ ଯୋଗାଇବା ପରେ ଟିକାକରଣର ଗତି ତ୍ୱରାନ୍ବିତ ହୋଇଛି ଏବଂ ଜୁନ ମାସରେ ୧୧.୫୦ କୋଟି ଡୋଜ ଦିଆଯାଇଛି। ଜୁଲାଇରେ ମୋଟ ୧୨ କୋଟି ଡୋଜ ଉପଲବ୍ଧ ହେବ। ଘରୋଇ ଡାକ୍ତରଖାନାର ଯୋଗାଣ ଏହାଠାରୁ ଅଧିକ ହେବ ବୋଲି ସେ କହିଛନ୍ତି।

Share