ବନ୍ଦ ହେଉ ଭାଷା ଝଗଡ଼ା

ସଂଖ୍ୟାଲଘୁ ଚିନ୍ତାଧାରା କଥା ଉଠିଲେ ସାଧାରଣରେ ସମସ୍ତେ ଧର୍ମକୁ ହିସାବ କରନ୍ତି। କିନ୍ତୁ ଭାଷା ମଧ୍ୟ ଅନ୍ୟ ଏକ ଦିଗ, ଯେଉଁଥିରେ ସଂଖ୍ୟାଗରିଷ୍ଠତା କିମ୍ବା ସଂଖ୍ୟାଲଘୁର ବିଭେଦ ଜଣାପଡ଼େ। ଉଦାହରଣସ୍ବରୂପ ଭାରତର ପ୍ରତ୍ୟେକ ଭାଷାର ଭୌଗୋଳିକ ସୀମା ରହିଛି। ଓଡ଼ିଆ ଭାଷା କହୁଥିବା ବ୍ୟକ୍ତି ଯଦି ବ୍ରହ୍ମପୁର ଟପିକରି ଇଚ୍ଛାପୁରମ୍‌ରେ ପହଞ୍ଚନ୍ତି ତେବେ ସେଠାକାର ଦୋକାନୀ ସାଧାରଣତଃ ଓଡ଼ିଆ ଗ୍ରାହକଙ୍କ କଥା ବୁଝିପାରିବେ ନାହିଁ। ସେହିଭଳି ମଣିପୁରର ଛାତ୍ରୀଙ୍କ ଭାଷା ବୁଝିପାରୁ ନ ଥିବା ହେତୁ ଦିଲ୍ଲୀର ହିନ୍ଦୀଭାଷୀ ଦୋକାନୀ ତାଙ୍କ ସହିତ ଦୁର୍ବ୍ୟବହାର କରିଥାନ୍ତି। ଅର୍ଥାତ୍‌ ଆଞ୍ଚଳିକ ଭାଷାର ସୀମା ଥିବା ହେତୁ ସେହି ସୀମା ଟପିଲେ ଜଣେ ସଂଖ୍ୟାଲଘୁ ପାଲଟିଯାଏ। ଏହାର ଉଦାହରଣ ନିକଟରେ ବେଙ୍ଗାଲୁରୁ ସହରରେ ଦେଖିବାକୁ ମିଳିଛି। ଓଡ଼ିଆ ବ୍ୟବସାୟୀଙ୍କ ଦ୍ୱାରା ସ୍ଥାପିତ ପଖାଳ ରେଷ୍ଟୁରାଣ୍ଟରେ ଇଂଲିଶ ସମେତ ଓଡ଼ିଆ ଅକ୍ଷରର ସାଇନବୋର୍ଡ ଲାଗିଥିବା ହେତୁ ସ୍ଥାନୀୟ ଯୁବକ କ୍ରୋଧିତ ହୋଇ ଓଡ଼ିଆ ଭାଷା ବ୍ୟବହାର କରା ନ ଯାଉ ବୋଲି ଦାବି କରିଥିଲେ। ଓଡ଼ିଶାର ସହରାଞ୍ଚଳରେ ବସବାସ କରୁଥିବା କିଛି ଲୋକ ହୁଏତ ହିନ୍ଦୀ କହିଥାନ୍ତି। କିନ୍ତୁ ଉତ୍ତରପ୍ରଦେଶର ପ୍ରୟାଗରାଜକୁ ଯାଇଥିବା ଗଙ୍ଗାସ୍ନାନ ପାଇଁ ଇଚ୍ଛୁକ ଓଡ଼ିଆ ସେଠାରେ ନିଜ ଭାଷାରେ ଯଦି କଥା ହୋଇଥିବେ ତାଙ୍କର ଚାହିଦା ମେଣ୍ଟି ନ ଥିବ।

ଜାତିସଂଘର ଶୈକ୍ଷିକ, ବୈଜ୍ଞାନିକ ଓ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ)ର ଗ୍ଲୋବାଲ ଏଜୁକେଶନ ମନିଟରିଂ (ଜିଇଏମ୍‌) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବୈଶ୍ୱିକ ଜନସଂଖ୍ୟାର ୪୦ ପ୍ରତିଶତ ଲୋକ ସେମାନେ କହିପାରୁଥିବା କିମ୍ବା ବୁଝିପାରୁଥିବା ଭାଷାରେ ଶିକ୍ଷା ହାସଲ କରିବାର ସୁବିଧା ପାଇପାରୁ ନାହାନ୍ତି। କିଛି ସ୍ବଳ୍ପ ଓ ମଧ୍ୟମ ଆୟବର୍ଗ ଦେଶରେ ଏହି ସଂଖ୍ୟା ୯୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ୟୁନେସ୍କୋ ଅନୁଧ୍ୟାନକୁ ଭାରତ ପରିପ୍ରେକ୍ଷୀରେ ଦେଖିଲେ ନିଶ୍ଚିତ ଅନୁଭବ ହୋଇଥାଏ ଯେ, ଆମେ ଆମ ସ୍ଥାନୀୟ ଭୂଖଣ୍ଡ ଛାଡ଼ି ଦେଇ ଅନ୍ୟ ପ୍ରାନ୍ତକୁ ଚାଲିଗଲେ ଭାଷାରେ ପରିବର୍ତ୍ତନ ଆସିଥାଏ। ଗ୍ରାମୀଣ ଓଡ଼ିଆ ଜଣେ ଗ୍ରାମୀଣ ମରାଠୀ ଲୋକ ସହ ବାର୍ତ୍ତାଳାପ କରିବା ସମ୍ଭବ ନୁହେଁ, ବରଂ ଉଭୟେ ଦେଖା ହେଲେ ନୀରବ ରହିବେ। ସେହିଭଳି ହିମାଚଳୀ ବ୍ୟକ୍ତିଙ୍କୁ ଜଣେ ତେଲୁଗୁ ଭାଷା କହୁଥିବା ଲୋକ ଭେଟିଲେ ଉଭୟେ ପରସ୍ପରକୁ ବୁଝିପାରିବେ ନାହିଁ। ଅର୍ଥାତ୍‌ ପ୍ରତ୍ୟେକ ଭାରତୀୟ ତା’ର ନିଜ ଭାଷା ହେତୁ ଏହି ଦେଶରେ ସଂଖ୍ୟାଲଘୁ ଭାବେ ବଞ୍ଚୁଛି। ଏହି ପରିପ୍ରେକ୍ଷୀରେ ଦେଖିଲେ ଏବେ ନୂତନ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ ପ୍ରଚଳନକୁ ନେଇ ଭାରତରେ ଏକ ଭାଷା ବିଭ୍ରାଟ ସୃଷ୍ଟି ହୋଇଛି। ୩ ଭାଷା ନୀତିକୁ ତାମିଲନାଡୁ ସମେତ କେତେକ ଅଣ-ହିନ୍ଦୀଭାଷୀ ରାଜ୍ୟଗୁଡ଼ିକ ବିରୋଧ କରୁଛନ୍ତି।

ଅନେକ ଭାରତୀୟ ଭାବନ୍ତି ହିନ୍ଦୀ ଭାଷା କହୁଥିବା ଅଞ୍ଚଳର ଜନସଂଖ୍ୟା ଅଧିକ ହୋଇଥିବାରୁ ସେହି ଭାଷାକୁ ଜାତୀୟ ଭାଷା ଭାବେ ନେବା କଥା। ଓଡ଼ିଶାର ମଧ୍ୟ ଅନେକ ଲୋକ ଏହି ମତ ସହ ଏକମତ ହୋଇଥାନ୍ତି। ତେବେ ଶିକ୍ଷିତ ଭାରତୀୟ ଜାଣିଛନ୍ତି ଯେ, ଏବେକାର ଯେଉଁସବୁ ସ୍ଥାନରେ ହିନ୍ଦୀ କୁହାଯାଉଛି ସେଠାରେ ଅନେକ ସ୍ଥାନୀୟ ଭାଷା ପୂର୍ବରୁ ଥିଲା। ଉଦାହରଣସ୍ବରୂପ ପଞ୍ଜାବରେ ଗୁରୁମୁଖୀ ଲେଖନୀ ସହିତ ପଞ୍ଜାବୀ ଭାଷାର ସ୍ବତନ୍ତ୍ରତା ରହିଛି। ହରିଆଣାରେ ଦେବନାଗରୀ ଲେଖନୀ ସହିତ ହରିଆଣଭି ଅଛି। ବିହାରରେ ଭୋଜପୁରୀ, ମୈଥିଲୀ ଓ ମାଗାହି ଭାଷା ଥିଲା ଯାହାର ଲେଖନୀକୁ ଲୋକେ ଭୁଲିଗଲେଣି, କାରଣ ଦେବନାଗରୀ ଓ ଊର୍ଦ୍ଦୁକୁ ବିଦେଶୀ ଏବଂ ମୁସଲ୍‌ମାନ ଶାସକମାନେ ରାଜପାରିଷଦରେ ପ୍ରଚଳିତ ଭାଷା ଭାବେ ଗଢ଼ିଆସିଥିଲେ। ଅନୁରୂପ ଭାବେ ଆଜିର ଉତ୍ତରପ୍ରଦେଶରେ ଭୋଜପୁରୀ, ଅଓ୍ବଧି, ବୁନ୍ଦେଲୀ, ବାଘେଲୀ, ବ୍ରଜଭାଷା ଭଳି ଅନେକ ଭାଷା ଥିଲା ଯାହାକୁ ଦେବନାଗରୀ ଲେଖନୀ କାବୁକରି ସେମାନଙ୍କ ଉପରେ ପ୍ରଭାବ ବିସ୍ତାର କରିଦେଲା। ରାଜସ୍ଥାନରେ ମାରଓ୍ବାଡ଼ି, ମଓ୍ବୋଡି, ସିନ୍ଦି ଭଳି ଅନେକ ଭାଷା ପ୍ରଚଳିତ ଥିଲା ଓ ଅଛି। ଓଡ଼ିଶାରେ କୋଶଳୀ ଭଳି ଏହିସବୁ ଭାଷାର ମୂଳ ଦୁର୍ବଳ ଥିଲା। ତନ୍ମଧ୍ୟରୁ ଅଧିକାଂଶଙ୍କର ଲେଖନୀ ବା ଲିପି ନ ଥିଲା। ଯାହାର ଲିପି ନାହିଁ ସେହି ଭାଷାସବୁ ମରିଗଲେ। ଗୁଜରାଟୀ ଓ ମରାଠୀ ଲିପିରେ ଦେବନାଗରୀର ପ୍ରଭାବ ଥିଲେ ମଧ୍ୟ ଅଳ୍ପ କିଛି ଭିନ୍ନତା ରହିଛି। ଏହିସବୁ ଭାଷା ଦେବନାଗରୀ ଲିପି ଆପଣାଇ ନେଇଥିବାରୁ ସେହିସବୁ ଅଞ୍ଚଳରେ ହିନ୍ଦୀ କଥନୀ ସହଜରେ ପ୍ରବେଶ କରିଯାଇଥିଲା। କିନ୍ତୁ ଏହି ଭାଷାଗୁଡ଼ିକ ବ୍ୟବହାର କରୁଥିବା ନାଗରିକ ଆଜି ମଧ୍ୟ ସଂଖ୍ୟାଲଘୁ । ଅନ୍ୟପଟେ ମିଜୋରାମ, ମଣିପୁର, ନାଗାଲାଣ୍ଡ, ବଙ୍ଗ, ଓଡ଼ିଶା ଏବଂ ଦକ୍ଷିଣ ଭାରତକୁ ଦେଖିଲେ ସମସ୍ତଙ୍କର ନିଜସ୍ବ ଲିପି ରହିଛି। ଏହିସବୁ ଲିପି ବଞ୍ଚିରହିବା ପଛରେ ଶାସକମାନଙ୍କ ସକ୍ରିୟ ପ୍ରୋତ୍ସାହନର ଇତିହାସ ମଧ୍ୟ ରହିଛି। କିନ୍ତୁ ଜଣେ ମଣିପୁରୀ କିମ୍ବା ମିଜୋ ଭାରତର ଅନ୍ୟ ଯେଉଁଠିକୁ ଗଲେ ସଂଖ୍ୟାଲଘୁ ହେବ। ସେହିପରି ହିନ୍ଦୀ ଭାଷା ବ୍ୟବହାର କରୁଥିବା ବ୍ୟକ୍ତି ଓଡ଼ିଶା କିମ୍ବା ଦକ୍ଷିଣ ଭାରତର ଗ୍ରାମାଞ୍ଚଳକୁ ଗଲେ ସେହିଭଳି ଭାବେ ସଂଖ୍ୟାଲଘୁ ହେବ।

ଏଥିରୁ ଅନ୍ୟଏକ ଚିନ୍ତା କରାଯାଇପାରେ ଯେ ଭାଷା ଏକମାତ୍ର ପନ୍ଥା ଯାହାଦ୍ୱାରା ଗୋଟିଏ ଅଞ୍ଚଳ ବା ଦେଶର ଅର୍ଥନୀତି ପରିଚାଳିତ ହୋଇଥାଏ। ନିକଟରେ ଘଟିଥିବା ଏକ ଘଟଣାର ଉଦାହରଣ ନିଆଯାଇପାରେ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିରି ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହିତ ହ୍ବାଇଟ୍‌ ହାଉସ୍‌ରେ ଏକ ବୈଠକରେ ଝଗଡ଼ା କରିବସିଲେ। ମାତ୍ର ପୃଥିବୀ ସେହି ଘଟଣାକୁ ଟେଲିଭିଜନ ଓ ୟୁଟ୍ୟୁବ ମାଧ୍ୟମରେ ସିଧାସଳଖ ପ୍ରସାରଣରେ ଦେଖିବାର ସୁଯୋଗ ପାଇଲା। ଜେଲେନ୍‌ସ୍କି ତାଙ୍କ ଦେଶ ପାଇଁ ଯାହା କହିଲେ ତାହା ଅନେକ ଲୋକ ସମର୍ଥନ କରିଥିବା ବେଳେ ଅନ୍ୟ ଏକ ବିରାଟକାୟ ଗୋଷ୍ଠୀ ଟ୍ରମ୍ପ୍‌କୁ ମଧ୍ୟ ସମର୍ଥନ ଜଣାଇଲେ। କିନ୍ତୁ ମୂଳ କଥା ହେଲା ଉଭୟେ ସ୍ପଷ୍ଟ ଭାବେ କଥା ହେଲେ ବୋଲି ଏହି ବାକ୍‌ଯୁଦ୍ଧକୁ ସମସ୍ତେ ବୁଝି ନିଜର ମତ ସୃଷ୍ଟି କଲେ। ଏଠାରେ ଚିନ୍ତା କରାଯାଉ ଏକ ପରିସ୍ଥିତି, ଯେଉଁଥିରେ ଜେଲେନ୍‌ସ୍କି ଇଂଲିଶ୍‌ ଭାଷାରେ କଥା କହିପାରି ନ ଥାନ୍ତେ। ଅନୁବାଦକଙ୍କ ମାଧ୍ୟମରେ ୟୁକ୍ରେନ୍‌ ଭାଷାରେ ଯାହା କିଛି ବି କହିଥିଲେ ତାଙ୍କର ଅବିକଳ ମତ ଦୁର୍ବଳ ଓ ଅସ୍ପଷ୍ଟ ଛବି ପୃଥିବୀସାରା ଆଙ୍କିଥାନ୍ତା। ସମର୍ଥକ ହୁଅନ୍ତୁ ବା ବିପକ୍ଷବାଦୀ ଉଭୟେ ଜେଲେନ୍‌ସ୍କିଙ୍କ ମତକୁ ସ୍ପଷ୍ଟଭାବେ ବୁଝିପାରିଛନ୍ତି। ଏହି ଗୋଟିଏ ଘଟଣାରୁ ଭାଷାର ଗୁରୁତ୍ୱ ବୁଝାପଡ଼େ। ଯେଉଁ ଦେଶ ପାଖରେ ସ୍ପଷ୍ଟ ଅନ୍ତର୍ଜାତୀୟ ଭାଷାର ଶକ୍ତି ନାହିଁ, ସେଭଳି ଦେଶରେ ଅର୍ଥନୀତିରେ ଅଗ୍ରଗତି କରିବା ମଧ୍ୟ କଷ୍ଟକର। ଏଠାରେ ମନେରଖିବାକୁ ହେବ ଯେ ମାତୃଭାଷାରେ ନିପୁଣ ହୋଇପାରିଥିଲେ ବିଦେଶୀ ଭାଷାରେ ପାରଙ୍ଗମ ହେବା ସମ୍ଭବପର ହୋଇଥାଏ। ଯେଉଁ ଛାତ୍ରୀଛାତ୍ର ମାତୃଭାଷାରେ ନିଜ ମନ କଥାକୁ ସ୍ପଷ୍ଟ ଭାବେ ଲେଖି କିମ୍ବା ବ୍ୟକ୍ତ କରିପାରିବେ, ସେହି ପିଲା ବିଦେଶୀ ଭାଷାରେ ମଧ୍ୟ ସ୍ପଷ୍ଟ କରିପାରିବେ। ଭାରତରେ ତଥାକଥିତ ଆଧୁନିକ ଭାରତୀୟ ଭାଷା ଶିଖିବାର ସୁଯୋଗ ଦେବା ପଛରେ ମହତ୍‌ ନୁହେଁ, ମନ୍ଦ ଉଦ୍ଦେଶ୍ୟ ରହିଛି। ଉତ୍ତରପ୍ରଦେଶର କୌଣସି ଛାତ୍ରୀଛାତ୍ର ତାମିଲ କିମ୍ବା ଓଡ଼ିଆ ଶିଖିବାର ଆଗ୍ରହ ଦେଖାଇବେ ନାହିଁ। ଆଜି ଓଡ଼ିଆ ଯୁବପିଢ଼ି ହିନ୍ଦୀ ଶିଖିଲେ ମଧ୍ୟ ଅର୍ଥନୈତିକ ଉନ୍ନତି କରିପାରିବେ ନାହିଁ। ସମୟ ଆସିଛି ନିଜ ମାତୃଭାଷା ସହିତ ସ୍ପାନିସ କିମ୍ବା ଇଂଲିଶ୍‌ ଭାଷାକୁ ଶିଖି ଯୁବପିଢ଼ି ଏଥିପାଇଁ ପ୍ରସ୍ତୁତ ହେବା ଦରକାର। ତ୍ରୁଟିପୂର୍ଣ୍ଣ ନୂତନ ଶିକ୍ଷାନୀତି (ଏନ୍‌ଇପି)ର ପାଠ୍ୟକ୍ରମକୁ ତ୍ୟାଗ କରାଯାଉ ଏବଂ ଭାଷା ଝଗଡ଼ାକୁ ବନ୍ଦ କରାଯାଇ ପିଲାଙ୍କୁ କିଭଳି ଉଚ୍ଚମାନର ଶିକ୍ଷା ଦିଆଯାଇ ପାରିବ, ଯେଉଁଥିରେ ବିଜ୍ଞାନ, ଗଣିତ, ଅର୍ଥନୀତି, ସମାଜବିଜ୍ଞାନ, ଇତିହାସ, ଭୂଗୋଳ ଭଳି ବିଷୟକୁ ଭଲଭାବେ ପଢ଼ାଯାଇ ପାରିବ, ସେହି ଦିଗକୁ ଅଧିକ ଗୁରୁତ୍ୱ ଦେବା ଦରକାର। ଆମ ପିଲା ଭଲ ପାଠ ପଢ଼ିବାର ସୁଯୋଗ ପାଇଲେ ଦେଶ ଆଗେଇବ, ନଚେତ୍‌ ଏହିଭଳି କଳିଝଗଡ଼ା କରି ଅନ୍ଧବିଶ୍ୱାସ ଓ ଦାରିଦ୍ର୍ୟରେ ବୁଡ଼ିରହିବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri